1. କୃଷି ଖବର

ରାଜସ୍ଥାନ ଅଲୱାରରେ ଏକ ଦିବସୀୟ କୃଷି ମେଳା

ପିଆଜ ଚାଷ ବିଷୟରେ ଚାଷୀ ପାଇଲେ ଅଧିକ ତଥ୍ୟ !

Tanushree Mahapatra
Tanushree Mahapatra
samridh kisan utsav in alwar

samridh kisan utsav in alwar

ଆଜି ରାଜସ୍ଥାନର ଅଲୱାରରେ ଆୟୋଜିତ ହୋଇଥିଲା ଏକ ଦିବସୀୟ କୃଷି ମେଳା " ସମ୍ରିଦ୍ଧ କିସାନ ଉତ୍ସବ " l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ରହିଛି ICAR l

ଚାଷୀଙ୍କ ଉଦ୍ଦେଶ୍ୟରେ ଏହି ମେଳା କୃଷି ଜାଗରଣ ଦ୍ୱାରା ଆୟୋଜିତ କରାଯାଉଛି l ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ଆୱାର୍ଡ ସୋ " ବିଷୟରେ ମଧ୍ୟ ଚାଷୀଙ୍କୁ ଅବଗତ କରାଯାଉଛି l କୃଷି ଜାଗରଣ ଦ୍ୱାରା ପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ ଏହା ଆୟୋଜନ କରାଯାଉଛି l ଯାହାଦ୍ୱାରା ଚାଷୀ ଉପକୃତ ହୋଇପାରୁଛନ୍ତି l

ଅଲୱାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରେମ ଚାନ୍ଦ ଗରହୱାଲ (ଏସଏମଏସ - ଉଦ୍ୟାନ କୃଷି), ଡଃ ସନ୍ଦୀପ ରାସ୍ତୋଗୀ (ଏସଏମଏସ - କୃଷି ସମ୍ପ୍ରସାରଣ), ୟାଦରାମ ଗୁରୁଜାର (କୃଷି ଅଧିକାରୀ, ଅଲୱାର), ରାମ ଶରଣ (ସରପଞ୍ଚ), ଦେବେନ୍ଦ୍ର (କୃଷକ), ଓମ୍ ପ୍ରକାଶ (ସରପଞ୍ଚ, ଗ୍ରାମ ପଞ୍ଚାୟତ), ଆର ଧୁରିଆ (ଧାନୁକା ଆଗ୍ରିଟେକ୍ ଲିମିଟେଡ୍) ଏବଂ ମହିନ୍ଦ୍ରା ଟ୍ରାକ୍ଟରର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ଅଲୱାର ଜିଲ୍ଲାର ୨୫୦ ରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ ଏବଂ ପିଆଜ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ନୂତନତ୍ୱ ଏବଂ ଟ୍ରାକ୍ଟର ପରିଚାଳନାରେ ସୂଚନା ହାସଲ କରିଥିଲେ। ଉପସ୍ଥିତ କମ୍ପାନୀ ତରଫରୁ ବିଭିନ୍ନ ଷ୍ଟଲ ମଧ୍ୟ ଉପସ୍ଥାପନ କରାଯାଇଥିଲା l ଯାହା ଚାଷୀ କାର୍ଯ୍ୟକ୍ରମ ଶେଷରେ ବୁଲି ଦେଖିଥିଲେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ