1. କୃଷି ଖବର

ଉତ୍ତର ପ୍ରଦେଶ ବରେଲୀରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ମହିନ୍ଦ୍ରା ଅଧିକାରୀଙ୍କ ସହିତ କୃଷି ଜାଗରଣ ଟିମ ମଧ୍ୟ ଏହି ଏକ ଦିବସୀୟ କୃଷି ମେଳାରେ ଉପସ୍ଥିତ ରହିଥିଲେ l

Tanushree Mahapatra
Tanushree Mahapatra
Samridh kisan utsav in Bareilly of uttar Pradesh

Samridh kisan utsav in Bareilly of uttar Pradesh

ଆଜି ଉତ୍ତର ପ୍ରଦେଶ ବରେଲୀରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ଏହି କୃଷି ମେଳା କୃଷି ଜାଗରଣ ଦ୍ୱାରା ଆୟୋଜିତ କରାଯାଇଛି l ଯାହାର ମୁଖ୍ୟ ପ୍ରୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ପ୍ରଥମେ କୃଷି ଜାଗରଣ ନିଜର ଏକ ଭିଡିଓ ମାଧ୍ୟମରେ ଚାଷୀଙ୍କୁ ନିଜ ସଂସ୍ଥା ବିଷୟରେ ସୂଚନା ପ୍ରଦାନ କରିଥିଲା l ଚାଷୀଙ୍କୁ ଏବଂ ମୁଖ୍ୟ ଅତିଥିଙ୍କୁ ଡଃ ଏଚ ଆର ମିନା ( କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ) ସ୍ୱାଗତ କରିଥିଲେ l ବରେଲୀ କୃଷି ବିଜ୍ଞାନ କେନ୍ଦ୍ରରେ ( Auditorium of ICAR - Indian veterinary research institute, izatnagar ) ଏହା ଆୟୋଜନ କରାଯାଇଥିଲା l ଏହି ଏକ ଦିବସୀୟ କୃଷି ମେଳାରେ ICAR -IVRI ମୁଖ୍ୟ ଅତିଥି ରହିଥିଲେ l ସମ୍ମାନିତ ଅତିଥି ରହିଥିଲେ ଶ୍ରୀଯୁକ୍ତ ରାଜେଶ କୁମାର ( joint director , agriculture ) , ବିଶେଷ ଅତିଥି ପ୍ରଗତିଶୀଳ ଚାଷୀ ରହିଥିଲେ ଶ୍ରୀଯୁକ୍ତ ଅନିଲ l ମହିନ୍ଦ୍ରା ଅଧିକାରୀଙ୍କ ସହିତ କୃଷି ଜାଗରଣ ଟିମ ମଧ୍ୟ ଏହି ଏକ ଦିବସୀୟ କୃଷି ମେଳାରେ ଉପସ୍ଥିତ ରହିଥିଲେ l

ପ୍ରଗତିଶୀଳ ଚାଷୀ ଅନିଲ ଅନ୍ୟ ଚାଷୀଙ୍କୁ ନିଜ ସଫଳ କାହାଣୀ ବଖାଣିଥିଲେ l ଯାହା ଚାଷୀଙ୍କୁ ଉତ୍ସାହିତ କରିଥିଲା l ଯୁବ ଉଦ୍ୟୋଗୀ ପ୍ରତୀକ ବଜାଜ କିପରି କୃଷି ବ୍ୟବସାୟ ମାଧ୍ୟମରେ କୃଷି ଉଦ୍ୟୋଗୀ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ l ଏହି କୃଷି ମେଳାକୁ ଏଡିସ ଏଗ୍ରିଟେକ ପ୍ରା.ଲିଃ , ଧାନୁକା ଏଗ୍ରିଟେକ , ଏଭରେଷ୍ଟ ଏବଂ ମହିନ୍ଦ୍ରା ଟ୍ରାକ୍ଟର ମୁଖ୍ୟ ପ୍ରୟୋଜକ ଭାବରେ ସହଯୋଗ କରିଥିଲେ l ଶେଷରେ କୃଷି ଜାଗରଣ ତରଫରୁ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମନିତ କରାଯାଇଥିଲା ମାନପତ୍ର ପ୍ରଦାନ କରି l କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରେ, ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଅତିରିକ୍ତ ଭାବରେ, ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ ଯାହା କୃଷି କ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇଛନ୍ତି ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ