1. କୃଷି ଖବର

ଭାଗଲପୁରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହାର ମୂଳ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ଅତ୍ୟାଧୁନିକ ଅଭ୍ୟାସ ଏବଂ ନୂତନତ୍ୱ ସହିତ କୃଷକମାନଙ୍କୁ ଯୋଡିବା ।

Tanushree Mahapatra
Tanushree Mahapatra
samridh kisan utsav in Bhagalpur

samridh kisan utsav in Bhagalpur

ଭାଗଲପୁର ଠାରେ କୃଷି ଜାଗରଣ ଦ୍ୱାରା ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l ଯାହା ଏକ ଦିବସୀୟ କୃଷି ମେଳା ଚାଷୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ କରାଯାଉଛି l ଦେଶର ଅଗ୍ରଣୀ କୃଷି ମିଡିଆ ହାଉସ୍ କୃଷି ଜାଗରଣ ଆଜି ଅର୍ଥାତ ଅଗଷ୍ଟ ୧୨, ୨୦୨୪ ରେ ବିହାରର ଭାଗଲପୁର ଜିଲ୍ଲାରେ 'MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪' ଆୟୋଜନ କରିଥିଲେ l

ଭାଗଲପୁର ବିହାର, କୃଷି ବିଜ୍ଞାନ କେନ୍ଦ୍ର, ସାବୁର, ଭାଗଲପୁର ବିହାର କୃଷି ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀ ଦ୍ୱାରା ପ୍ରାୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର, ସୋମାନି ସିଡ୍ସ ଏବଂ ଜେସିବି କମ୍ପାନୀର ସହଯୋଗରେ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିଲା 'ସମୃଦ୍ଧ ଭାରତ ପାଇଁ କୃଷକଙ୍କ ଆୟକୁ ସର୍ବାଧିକ କରିବା' ଏବଂ ଏହାର ମୂଳ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ ଅତ୍ୟାଧୁନିକ ଅଭ୍ୟାସ ଏବଂ ନୂତନତ୍ୱ ସହିତ କୃଷକମାନଙ୍କୁ ଯୋଡିବା ।

କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି ଏକ ଦିନିଆ କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଜେଡିଏ ଭାଗଲପୁର, ଅନୀଲ କୁମାର ପାଣ୍ଡବ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ଭାଗଲପୁର, ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କେ.ଭି.କେ. ସାବୋର, ଡଃ ଆର ଏନ ସିଂ, ସହ-ନିର୍ଦ୍ଦେଶକ, ବିହାର କୃଷି ବିଶ୍ୱବିଦ୍ୟାଳୟ, ସାବୋର, ଡଃ ଅନିଲ କୁମାର ସିଂ, ନିର୍ଦ୍ଦେଶକ ଅନୁସନ୍ଧାନ, କୃଷି ବିଶ୍ୱବିଦ୍ୟାଳୟ ଉପସ୍ଥିତ ରହିଥିଲେ l ତେବେ ବିହାର କୃଷି ବିଶ୍ୱବିଦ୍ୟାଳୟର ଡକ୍ଟର ଡି ଡି ଆର ସିଂ କୁଳପତିଙ୍କ ପୃଷ୍ଠପୋଷକତାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ। ତାଙ୍କ ଅନୁପସ୍ଥିତିରେ ଭାଗଲପୁରରେ ଆୟୋଜିତ ଏହି 'MFOI ସମ୍ରିଦ୍ଧ କିସାନ ଉତ୍ସବ'ର ସଫଳତା ପାଇଁ ବିହାର କୃଷି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ନିର୍ଦ୍ଦେଶକ ଡକ୍ଟର ଏ.କେ ସିଂ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଠି ଚାଷୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଯାହା ଚାଷୀଙ୍କ ଚାଷରେ ଆଣିବ ଉନ୍ନତି l

ବିହାରର ଭାଗଲପୁର ଜିଲ୍ଲାରେ ଆୟୋଜିତ 'MFOI ସମ୍ରିଦ୍ଧ କିସାନ ଉତ୍ସବ'ରେ ମହିନ୍ଦ୍ରା ଟ୍ରାକ୍ଟର ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି ଟ୍ରାକ୍ଟର ପ୍ରଦର୍ଶନ କରିଥିଲା। ଏହି ସମୟ ମଧ୍ୟରେ, ଅନେକ କୃଷକ କମ୍ପାନୀର ଷ୍ଟଲ୍ ପରିଦର୍ଶନ କରିଥିଲେ ଏବଂ ନୂତନ ଭାବରେ ପରିଚିତ ଟ୍ରାକ୍ଟରର ମୂଲ୍ୟ ଏବଂ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ହାସଲ କରିଥିଲେ l ଏହି ଦିନିକିଆ ଉତ୍ସବରେ ସୋମାନି ସିଡ୍ସ  ଏବଂ ଜେସିବି ମଧ୍ୟ ସେମାନଙ୍କର ପ୍ରଦର୍ଶନୀ ଉପସ୍ଥାପନ କରିଛନ୍ତି l ଉଭୟ କମ୍ପାନୀ ଏଠାରେ ସେମାନଙ୍କର ସର୍ବଶେଷ ଉତ୍ପାଦ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ସମୟରେ ଜିଲ୍ଲାର ବହୁ କୃଷକ ଏହି ଉତ୍ପାଦଗୁଡିକ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ସୂଚନା ହାସଲ କରିଥିଲେ।

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ