1. କୃଷି ଖବର

ମଧ୍ୟପ୍ରଦେଶ ଭୋପାଲରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି କୃଷି ମେଳାରେ ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ତରଫରୁ ସମ୍ମାନିତ କରାଯାଇଥିଲା l

Tanushree Mahapatra
Tanushree Mahapatra
Samridh kisan utsav in Bhopal

Samridh kisan utsav in Bhopal

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ କିମ୍ବା ନୂଆ ପଦକ୍ଷେପ ଆରମ୍ଭ ହୋଇଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l

କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି ଏବଂ ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

ଭୋପାଲରେ ସମ୍ରିଦ୍ଧ କିସାନ ଉତ୍ସବ

ଆଜି କୃଷି ଜାଗରଣ ଦ୍ୱାରା ଆଜି ଆୟୋଜିତ ହୋଇଥିବା ସମ୍ରିଦ୍ଧ କିସାନ ଉତ୍ସବ ସେଠାକାର କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଛି l ଯେଉଁଠି ଅନେକ ଚାଷୀ ସାମିଲ ହୋଇ କୃଷି ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଛନ୍ତି l ଚାଷରେ ଗୁଣାତ୍ମକ ଲାଭ ସହିତ ସମୟ ସଞ୍ଚୟ କିପରି କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା l ସେଠାରେ କୃଷି ଜାଣତରପତି ଯେପରି ଟ୍ରାକ୍ଟର ବିଅସ୍ୟରେ ଆଲୋଚନା କରାଯାଇଥିଲା l ଶିବମ ପାଣ୍ଡେ (Area manger Mahindra ) ଯିଏକି ଚାଷୀଙ୍କୁ ମହିନ୍ଦ୍ରା ଟ୍ରାକ୍ଟରର ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟ୍ରାକ୍ଟର ଏବଂ ତାହାର ବ୍ୟବହାର ବିଷୟରେ ଚାଷୀଙ୍କୁ କହିଥିଲେ l ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଆର କେ ସିଂ (KVK head),ଅମିତ ପ୍ରତାପ ସିଂ (AD Agriculture, Bhopal ) , ଏମ ପି ସିଂ (KVK - Scientist ), ମହୋନାର ପାଇଦାର ( Millionaire farmer ),ଅଶୋକ ମିନା (Millionaire farmer ) ଉପସ୍ଥିତ ଥିଲେ l ଏହି ଦୁଇ ଜଣ ସଫଳ ଚାଷୀ ଅନ୍ୟ ଚାଷୀଙ୍କ ସହିତ ନିଜର ସଫଳତାର କାହାଣୀ କହିଥିଲେ l ସେହିପରି ଆଜିର ଏହି ଏକ ଦିବସୀୟ କୃଷି ମେଳା ସଫଳ ହୋଇଛି l ଏହି କୃଷି ମେଳାରେ ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ତରଫରୁ ସମ୍ମାନିତ କରାଯାଇଥିଲା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/   ପରିଦର୍ଶନ କରନ୍ତୁ l ଏହା ବ୍ୟତୀତ, ଆପଣ ଦିଆଯାଇଥିବା ନମ୍ବରକୁ ମଧ୍ୟ କଲ କରିପାରିବେ - ଶୁଭ୍ର ମହାନ୍ତି : 971 883 8998 , ମେଘା ଶର୍ମା : 989 166 8292 , ହର୍ଷ କପୁର: 989 172 4466 l

ଅଧିକ ପଢ଼ନ୍ତୁ

ଛତିଶଗଡ଼ କଣ୍ଡଗାଁ ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

ଛତିଶଗଡ଼ ଧମତାରି ଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ