News

ମଧ୍ୟପ୍ରଦେଶ ଛିନ୍ଦୱାରାରେ ସମ୍ରିଦ୍ଧ କିସାନ ଉତ୍ସବ

ସଫଳ ଏବଂ ପ୍ରଗତିଶୀଳ ଚାଷୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ଟିମ ତରଫରୁ l

09 July, 2024 2:07 PM IST By: Tanushree Mahapatra

ମଧ୍ୟପ୍ରଦେଶର କୃଷି ବିଜ୍ଞାନ କେନ୍ଦ୍ର ଛିନ୍ଦୱାରାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଛି l ଏହା ହେଉଛି ଏକ ଦିବସୀୟ କୃଷି ମେଳା l ଏହି ମେଳା ଖାସ କରି ଚାଷୀଙ୍କ ପାଇଁ ଆୟୋଜିତ କରାଯାଉଛି l ଆଜିର ଏହି ମେଳାରେ ଚାଷୀଙ୍କ ପାଇଁ ବିଭିନ୍ନ କୃଷି ଉପକରଣ କମ୍ପାନୀ ନିଜର ସ୍ଥଳ ଉପସ୍ଥାପନ କରିଛନ୍ତି l ଯାହା ଚାଷୀଙ୍କ ଅଧିକ କାମକୁ ଖୁବ ଅଳ୍ପ ସମୟ ମଧ୍ୟରେ ଶେଷ କରିବ l

ଏହି ଏକ ଦିବସୀୟ କୃଷି ମେଳା ଚାଷୀଙ୍କ ପାଇଁ କୃଷି ଜାଗରଣ ଦ୍ୱାରା ଆୟୋଜନ କରାଯାଇଛି l ଯାହାର ମୁଖ୍ୟ ପ୍ରୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି ଏକ ଦିବସୀୟ କୃଷି ମେଳା ଏ ପର୍ଯ୍ୟନ୍ତ ଅନେକ ରାଜ୍ୟରେ ଅନୁଷ୍ଠିତ ହୋଇ ସାରିଛି l ଓଡ଼ିଶା , ଉତ୍ତରରଦେଶ , ହରିୟାଣା , ହରିୟାଣା ଇତ୍ୟାଦି ରାଜ୍ୟରେ ଅନଷ୍ଠିତ ହୋଇଛି l ଆଜି ଏହି କୃଷି ମେଳାରେ ଚାଷୀ ସାମିଲ ହୋଇଥିଲେ ଯେଉଁଠି ତାଙ୍କୁ ଦିଆଯାଇଥିଲା ଭିନ୍ନ ଭିନ୍ନ ଚାଷ ବିଷୟରେ ସୂଚନା l ମହିନ୍ଦ୍ରା ଟ୍ରାକ୍ଟର , ସୋମାନି ସିଡ୍ସ ଏବଂ ଧାନୁକା ଏଗ୍ରିଟେକ କମ୍ପାନୀ ଏହି କୃଷି ମେଳାରେ ସହଯୋଗ ପ୍ରଦାନ କରିଛନ୍ତି l

ଡଃ ଆର .ସି ଶର୍ମା ( Dean of the College of Horticulture) କାର୍ଯ୍ୟକ୍ରମରେ ସମସ୍ତ ଚାଷୀ ଓ ଅତିଥିଙ୍କୁ  ସ୍ୱାଗତ କରିଥିଲେ l ଶ୍ରୀମତୀ ଚଞ୍ଚଲ ଭାର୍ଗଭା ସ୍ୱାଗତ ଭାଷଣ ଦେଇ ଏହି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜିତେନ୍ଦ୍ର ସିଂ (Deputy Director of Agriculture of Chhindwara district ), ଡି ସି ଶ୍ରୀବାସ୍ତବା (Senior Scientist and Head KVK Dr. ),  ଡଃ ଏଚ ଜି ଏସ ପାକେଶ୍ୱର (Deputy Director Vetnary ), ଶ୍ରୀଯୁକ୍ତ ଏମ ଏଲ ଉଇକେ (Deputy Director Of Horticultre), ଡଃ ଭି କେ ପାରଦକର ( Forma Dean of the College of Horticulture ) , ଶ୍ରୀଯୁକ୍ତ ମେର ସିଂ ଚୌଧୁରୀ( District President of the Bharatiya Kisan Sangh ) , ଶ୍ରୀମତୀ ରିୟା ଠାକୁର  (Agricultural Scientist),  ଶ୍ରୀମତୀ ଶ୍ୱେତ ସିଂ (DDM Nabard ), ରାମ କିନକର ବର୍ମା (ASM Dhanuka Agritech limited),  ସଭଦ୍ବିପ ବାୱା (Zonal Marketing Manager Mahindra Tractors),  ରାମକୃଷ୍ଣ ଖୁଶୱାହା (Sales officer Somani Seeds) ଉପସ୍ଥିତ ଥିଲେ l

ଏହି ଏକ ଦିବସୀୟ କୃଷି ମେଳାରେ ଶ୍ରୀ ମେର ସିଂ ଚୌଧୁରୀ ( District President of the Bharatiya Kisan Sangh ) ନିଜ ସଫଳ କାହାଣୀ ବର୍ଣ୍ଣନା କରିଥିଲେ ଅନ୍ୟ ଚାଷୀଙ୍କ ସହିତ l ଏହି କୃଷି ମେଳାରେ କମ୍ପାନୀ ଗୁଡିକର ଷ୍ଟଲ ଏବଂ କମ୍ପାନୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l ରାମ କିନକର ବର୍ମା  (ASM Dhanuka Agritech limited) ସାର ବିଷୟରେ ଆଲୋଚନା କରିଥିଲେ l ପ୍ରଦ୍ୟୁମ୍ନ ତ୍ରିପାଠୀ (Territory Manager Mahindra Tractor) ମହିନ୍ଦ୍ରା ଟ୍ରାକ୍ଟର ବିଷୟରେ ଆଲୋଚନା କରିଥିଲେ ଚାଷୀଙ୍କ ସହିତ l ରାମକୃଷ୍ଣ ଖୁଶୱାହା  (Sales officer Somani Seeds) କମ୍ପାନୀର ବିଭିନ୍ନ ବିହନ ବିଷୟରେ ଆଲୋଚନା କରିଥିଲେ l ଶେଷରେ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସଫଳ ଏବଂ ପ୍ରଗତିଶୀଳ ଚାଷୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ଟିମ ତରଫରୁ l

ଅଧିକ ପଢ଼ନ୍ତୁ

Ayushman Bharat Yojana: ଚିକିତ୍ସା ପାଇଁ କିପରି ଅଭିଯୋଗ କରିବେ ?

PM KISAN: ବଜେଟରେ କୃଷକଙ୍କୁ ବଡ଼ ଉପହାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)