1. କୃଷି ଖବର

ମଧ୍ୟପ୍ରଦେଶ ଦେୱାସରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

ସେଠାରେ ଉପସ୍ଥିତ ଥିବା କିଛି ପ୍ରଗତିଶୀଳ ଚାଷୀ ନିଜର ସଫଳ କାହାଣୀ ଅନ୍ୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l

Tanushree Mahapatra
Tanushree Mahapatra
Samridh kisan utsav in dewas of Madhya Pradesh

Samridh kisan utsav in dewas of Madhya Pradesh

ଆଜି ଅର୍ଥାତ ବୁଧବାର ୧୯ ଜୁନ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ ହୋଇଯାଇଛି l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମେଳା ହେଉଛି ଏକଦିବସୀୟ ମେଳା l ଯେଉଁଠି ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର ବିଷୟରେ ଆଲୋଚନା କରାଯାଉଛି l

ଚାଷୀଙ୍କୁ ଚାଷରେ ଏକ ନୂଆ ଦିଗ ଦେବା ପାଇଁ ଏହା ହେଉଛି କୃଷି ଜାଗରଣ ଦ୍ୱାରା ଏକ ନୂଆ ପ୍ରୟାସ l ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ଅନେକ ଚାଷୀ ସାମିଲ ହୋଇଥିଲେ l କୃଷି ବୈଜ୍ଞାନିକଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ l ଏହି ଏକ ଦିବସୀୟ କୃଷି ମେଳାରେ ଚାଷୀଙ୍କ ମହିନ୍ଦ୍ରା ଟ୍ରାକ୍ଟର ତରଫରୁ ଏକ ଷ୍ଟଲ ଆୟୋଜିତ କରାଯାଇଥିଲା l ଯେଉଁଠି ଚାଷୀଙ୍କ ପାଇଁ ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟ୍ରାକ୍ଟର ପ୍ରଦର୍ଶିତ ହୋଇଥିଲା l

ଏହି କୃଷି ମେଳାରେ ଶ୍ରୀ ବିଲାସ ପଟେଲ(ADA agriculture department)  , ଶ୍ରୀ ପରମାନନ୍ଦ ସେନ ( SHDO - horticulture department) , ଡଃ ଏ କେ ବଦୟା  ( principal scientist & head) , ଡଃ ନିରାଜ ପଟେଲ ସାମିଲ ହୋଇଥିଲେ ( scientist) ଉପସ୍ଥିତ ରହିଥିଲେ l ଚାଷୀଙ୍କ ସହିତ ଆଲୋଚନା କରିବା ପରେ ସେଠାରେ ଉପସ୍ଥିତ ଥିବା କିଛି ପ୍ରଗତିଶୀଳ ଚାଷୀ ନିଜର ସଫଳ କାହାଣୀ ଅନ୍ୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l କୃଷି ଜାଗରଣ ଟିମ ମଧ୍ୟ ଏଠାରେ ଉପସ୍ଥିତ ରହିଥିଲା ଏବଂ ପରେ କୃଷି ଜାଗରଣ ତରଫରୁ ସମସ୍ତ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ ହେବ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞ ମାର୍ଗଦର୍ଶନ ମଧ୍ୟ ଜାଣିବେ l

'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବ, ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଅତିରିକ୍ତ ଭାବରେ, ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ ଯାହା କୃଷି କ୍ଷେତ୍ରରେ ଆଣିବା ବୈପ୍ଲବିକ ପରିବର୍ତ୍ତନ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇଛନ୍ତି ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

MFOI ପୁରସ୍କାରରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମୃଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/  ପରିଦର୍ଶନ କରନ୍ତୁ l

Contact Us :

Sanjay Kumar : 93133 01029

Nishant Kumar: 99537 56433

Abdus Samad : 98918 89588

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ