1. କୃଷି ଖବର

ତାମିଲନାଡ଼ୁ ଧର୍ମପୁରୀରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଲଙ୍କା ଚାଷ ବିଷୟରେ ବିଶେଷ ଜ୍ଞାନ ପାଇଥିଲେ ଚାଷୀ !

Tanushree Mahapatra
Tanushree Mahapatra
Samridh kisan utsav in Dharmapuri of tamilnadu

Samridh kisan utsav in Dharmapuri of tamilnadu

କୃଷି ଜାଗରଣ ଦ୍ୱାରା ଆଜି ତାମିଲନାଡ଼ୁର ଧର୍ମପୁରୀ ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଛି l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି କୃଷି ମେଳା ଧର୍ମପୁରୀ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆୟୋଜନ ହୋଇଛି l ଏହା ହେଉଛି କୃଷି ଜାଗରଣ ଦ୍ୱାରା ଆୟୋଜିତ ଏକ ଦିବସୀୟ କୃଷି ମେଳା l ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ରହିଛି ICAR l ଧାନୁକା ଏଗ୍ରିଟେକ ଏବଂ ଜେସିବି କମ୍ପାନୀର ସହଯୋଗ ରହିଛି ଏହି କୃଷି ମେଳାରେ l ମହିନ୍ଦ୍ରା ଟ୍ରାକ୍ଟର ସମେତ ଏହି କମ୍ପାନୀ ମଧ୍ୟ ନିଜର କୃଷି ଯନ୍ତ୍ରପାତି ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଷ୍ଟଲ ମାଧ୍ୟମରେ l

ଏହି କାର୍ଯ୍ୟକ୍ରମ ଭଗବାନଙ୍କ ପାଖରେ ଦ୍ବୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ ହୋଇଥିଲା l କୃଷି ଜାଗରଣର ସମସ୍ତ ପଦକ୍ଷେପ ଉପରେ ଏକ ଭିଡିଓ ପ୍ରଦର୍ଶନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଅନ୍ୟପଟେ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା l ସାମି କନ୍ନୁ (CULTIVATION ASPECTS OF MORINGA) ସଜନା ଚାଷ ବିଷୟରେ ଆଲୋଚନା କରିଥିଲେ l

ଡଃ କେ ଇନ୍ଦୁମତୀ ଲଙ୍କା ଚାଷରେ ଇଣ୍ଟିଗ୍ରେଟେଡ୍ କ୍ରପ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ ASS.PROF (HORTICULTURE) l ଟ୍ରାକ୍ଟର ରକ୍ଷଣା ବେକ୍ଷଣ ବିଷୟରେ ଆଲୋଚନା କରିଥିଲେ କାନନ ( FROM MAHINDRA) l ବର୍ତ୍ତମାନର ଚ୍ୟାଲେଞ୍ଜ ଏବଂ ଟେକ୍ନୋଲୋଜି କଣ ରହିଛି ଦୁଗ୍ଧ ଫାର୍ମିଂରେ ସମାଧାନ ତାହା ଉପରେ ଆଲୋଚନା କରିଥିଲେ ଡଃ ଆର ଥଙ୍ଗାଦୁରାଇ ( ASSISTANT PROFESSOR (VAS) ) l ଫସଲରେ ରୋଗ ପୋକ ବିଷୟରେ ଆଲୋଚନା କରିଥିଲେ ଧାନୁକା ଟିମ l

ଡଃ ଏମ ସଂଗୀତ ଜୈବିକ ଚାଷ ଉପରେ ଆଲୋଚନା କରିଥିଲେ (ASSOCIATE PROFESSOR (SS&AC) ) l ଡଃ ଏମ ଏ ଭେନିଲା ମିଲେଟ ଚାଷ ଉପରେ ଆଲୋଚନା କରିଥିଲେ (KVK- HEAD& PROGRAMME CO-ORDINATOR) l ଜଳସେଚନରେ ନୂତନ ପ୍ରଣାଳୀ ବିଷୟରେ ଡଃ ଶିବ କୁମାର(  PROFESSOR (AGRONOMY) ଆଲୋଚନା କରିଥିଲେ l ପରିବା ଚାଷ ଉପରେ ଡଃ ଏମ ଦେବମଣି ( ASSISTANT PROFESSOR (PLANT PATHOLOGY) ଆଲୋଚନା କରିଥିଲେ l ଡଃ ଟି ସେନଥିଲ କୁମାର ( ASSOCIATE PROFESSOR ( NEMATOLOGY ) IPM ବିଷୟରେ ଆଲୋଚନା କରିଥିଲେ l ଶେଷରେ ଜେସିବି ଟିମ ଚାଷୀଙ୍କ ସହିତ ନିଜ କମ୍ପାନୀ ଏବଂ କୃଷି ଯନ୍ତ୍ରପାତି ଉପରେ ଆଲୋଚନା କରିଥିଲେ l ଶେଷରେ ପ୍ରଗତିଶୀଳ ଚାଷୀଙ୍କୁ କୃଷି ଜାଗରଣ ଟିମ ଦ୍ୱାରା ସମ୍ମାନିତ କରାଯାଇଥିଲା l

For collaboration, partnership and sponsorship contact :-


Megha Sharma : 9891668292
Poonam Biswakarma : 98188936522
Anika Bassi : 9354219435

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ