1. କୃଷି ଖବର

ଉତ୍ତରପ୍ରଦେଶ ଗୋରଖପୁରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି ଜାଗରଣ ଟିମ ତରଫରୁ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା l କୃଷି ଜାଗରଣର ଫାଉଣ୍ଡର ଏମ ସି ଡୋମିନିକ ଚାଷୀଙ୍କୁ ସମ୍ବୋଧିତ କରିଥିଲେ ଏହି ସଭାରେ l

Tanushree Mahapatra
Tanushree Mahapatra
Samridh kisan utsav in Gorakhpur of uttarpradesh

Samridh kisan utsav in Gorakhpur of uttarpradesh

ଗତ ୨୦୨୩ ଡିସେମ୍ବର ମାସରେ ଆୟୋଜିତ ହୋଇଥିଲା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାର ୨୦୨୩ " ଯାହା ସଫଳତା ସାଉଁଟିଥିଲା l ଏହି କୃଷି ମହାକୁମ୍ଭଟି କୃଷି ଜାଗରଣ ଦ୍ୱାରା ଆୟୋଜିତ କରାଯାଇଥିଲା l ମହିନ୍ଦ୍ରା ଟ୍ରାକ୍ଟରଙ୍କ ଦ୍ୱାରା ପ୍ରାୟୋଜିତ ହୋଇଥିବା ' ମିଲେନିୟର୍ ଫାର୍ମର୍ ଅଫ୍ ଇଣ୍ଡିଆ ପୁରସ୍କାର ' ଚମତ୍କାର ସଫଳତା ସାଉଁଟିଥିଲା l ଏହାପରେ ୨୦୨୪ ଆର୍ଥିକ ବର୍ଷରେ ନୂଆ ଦିଲ୍ଲୀ ଠାରେ ଏହାର ୨ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି l ଯେଉଁଥିରେ ଚାଷୀଙ୍କୁ ୩୦୦ ରୁ ଅଧିକ କଟେଗୋରୀରେ କରାଯିବ ସମ୍ମାନିତ l ଚାଷୀଙ୍କ ଚାଷ କଥା ଜାଣିବେ ଦେଶ ତଥା ଦେଶ ବାହାରେ ରହୁଥିବା ଚାଷୀ l ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବେ ଚାଷୀ l

Samridh kisan utsav in Gorakhpur of uttarpradesh

Samridh kisan utsav in Gorakhpur of uttarpradesh

ଏହି ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଛି ଆଉ ଦୁଇଟି ନୂଆ ପଦକ୍ଷେପ l ପ୍ରଥମ ଟି ହେଲା ସମୃଦ୍ଧ କିସାନ ଉତ୍ସବ ଏବଂ ଅନ୍ୟଟି ହେଉଛି MFOI, VVIF କିସାନ୍ ଭାରତ ଯାତ୍ରା l ପ୍ରଥମଟି ହେଉଛି ଏକ ଦିବସୀୟ କୃଷି ମେଳା ଏବଂ ଦ୍ଵିତୀୟ ଟି ହେଉଛି ଚାଷୀଙ୍କ ପାଇଁ ଏକ ରୋଡ଼ ସୋ l ଯାହାଦ୍ୱାରା ଚାଷୀଙ୍କୁ ବିଭିନ୍ନ ଚାଷ ସହିତ ଜଡିତ ଉପକରଣ ବିଷୟରେ ସୂଚନା ପ୍ରଦାନ କରାଯାଉଛି l ଏହି କ୍ରମରେ ଆଜି ଉତ୍ତର ପ୍ରଦେଶ ର ଗୋରଖପୁର ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ଏହି କୃଷି ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ l କୃଷି ଜାଗରଣ ଟିମ ତରଫରୁ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା l କୃଷି ଜାଗରଣର ଫାଉଣ୍ଡର ଏମ ସି ଡୋମିନିକ ଚାଷୀଙ୍କୁ ସମ୍ବୋଧିତ କରିଥିଲେ ଏହି ସଭାରେ l

Samridh kisan utsav in Gorakhpur of uttarpradesh

Samridh kisan utsav in Gorakhpur of uttarpradesh

ଏହି ଏକ ଦିବସୀୟ କୃଷି ମେଳାରେ ଚାଷୀଙ୍କ ସହିତ ବିଭିନ୍ନ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯାଇଥିଲା l ଦୁଇ ପ୍ରଗତିଶୀଳ ଚାଷୀ ବବିତା ପାଶୱାନ ଓ ରାଜୁ ସିଂ ମଧ୍ୟ ସାମିଲ ହୋଇ ନିଜ ଅଭିଜ୍ଞତା ବାଣ୍ଟିଥିଲେ l ଡଃ ଅଜିତ କୁମାର ଶ୍ରୀବାସ୍ତବ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ( SMS ( Horticulture ) ଏବଂ ଏଥିରେ ଡଃ ସନ୍ଦୀପ ପ୍ରକଶ ଉପାଧ୍ୟାୟ ( SMS ( Soil Science) about Soil  ) , ଶ୍ରୀଯୁକ୍ତ ଶିବମ ସିଂ ( Territory Manager, Mahindra Tractor about Maintainance of Tractors, Innovation in Tractor Industry ),  ଦେବେନ୍ଦ୍ର ପ୍ରତାପ ସିଂ ( DHO, Gorakhpur about Activities of Govt. Schemes ),  ସଞ୍ଜୟ ସେଠ (Chief Marketing Manager, Muthoot Finance ),  ଡଃ ରାଜେଶ କୁମାର ( Senior Scientist Cum Head, Mahayogi Gorakhnath Krishi Vigyan Kendra, Gorakhpur, Uttar Pradesh  ),  ଏ.କେ ତିୱାରୀ ( DHO, Gorakhpur about Horticulture Govt Schemes ), ଏମ.ସି ଡୋମିନିକ ( Founder & Editor-in-Chief KRISHI JAGRAN & AGRICULTURE WORLD ) , ଅରବିନ୍ଦ ସିଂ ( DDA, Gorakhpur about Agriculture Govt Schemes (Chief Guest) ), ୟୋଗୀ କମଲ ନାଥ  Pradhan Pujari Shri Goraknath Mandir, Gorakhpur, Uttar Pradesh (Special Guest)  ଉପସ୍ଥିତ ରହିଥିଲେ l ଏହି ଏକ ଦିବସୀୟ କୃଷି ମେଳାକୁ ଗୋରଖପୁରର ମହୟୋଗୀ ଗୋରଖନାଥ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ କରାଯାଇଥିଲା l ଲକି ଡ୍ର ମାଧ୍ୟମରେ ପୁରସ୍କୃତ କରାଯାଇଥିଲା ଚାଷୀଙ୍କୁ l ଏହି କାର୍ଯ୍ୟକ୍ରମ ସୋମାନି ସିଡ୍ସ ଦ୍ୱାରା ସମର୍ଥିତ ଏବଂ ମୁଥୁଟ ଫାଇନାନ୍ସ ସହଯୋଗ ପାଇଥିଲା l ସମ୍ପୂର୍ଣ୍ଣ ମେଳାଟି ସଫଳ ହୋଇଛି l

Samridh kisan utsav in Gorakhpur of uttarpradesh

Samridh kisan utsav in Gorakhpur of uttarpradesh

ମହିନ୍ଦ୍ରା  ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ  ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l ଉପସ୍ଥିତ କର୍ମଚାରୀ ଚାଷୀଙ୍କୁ ଟ୍ରାକ୍ଟର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟ୍ରାକ୍ଟରର ଜ୍ଞାନ ପ୍ରଦାନ କରିଥିଲେ l

'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରେ, ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଅତିରିକ୍ତ ଭାବରେ, ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ ଯାହା କୃଷି କ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇଛନ୍ତି ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

For collaboration, partnership and sponsorship connect:-
Anika Bassi : 93542 19435
Megha Sharma : 9891668292
Poonam Biswakarma : 98188936522

ଅଧିକ ପଢ଼ନ୍ତୁ

ମଧ୍ୟପ୍ରଦେଶ ଦେୱାସରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

ଛତିଶଗଡ଼ କଣ୍ଡଗାଁ ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ