1. କୃଷି ଖବର

ମଧ୍ୟପ୍ରଦେଶ ଗୱାଲିୟରରେ ଏକ ଦିବସୀୟ କୃଷି ମେଳା

ଚାଷୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା...

Tanushree Mahapatra
Tanushree Mahapatra
Samridh kisan utsav in gwalior

Samridh kisan utsav in gwalior

ଆଜି ମଧ୍ୟ ପ୍ରଦେଶର ଗୱାଲିୟର ଠାରେ ଏକ ଦିବସୀୟ କୃଷି ମେଳା ଆୟୋଜିତ ହୋଇଥିଲା l ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ପ୍ରାୟୋଜିତ କୃଷି ଜାଗରଣ ଦ୍ୱାରା ଆୟୋଜିତ ସମ୍ରିଦ୍ଧ କିସାନ ଉତ୍ସବ ଜୁନ୍ ୧୦ ମଧ୍ୟପ୍ରଦେଶରେ ଅର୍ଥାତ ଆଜି ଆୟୋଜିତ ହୋଇଛି । ICAR- ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସହଭାଗିତାରେ ଏହା ଆୟୋଜନ କରାଯାଇଛି l ଯେଉଁଠି ୧୦୦ ରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି l

ଏହି ଏକ ଦିବସୀୟ ମେଳାରେ ଚାଷୀଙ୍କ ପାଇଁ ମହିନ୍ଦ୍ରା କମ୍ପାନୀ ଏକ ଷ୍ଟଲ ମଧ୍ୟ ଆୟୋଜନ କରିଛି ଯେଉଁଠି ଚାଷୀଙ୍କ ପାଇଁ ନୂଆ ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶନ କରାଯାଇଛି l ଯାହା ଚାଷୀଙ୍କ ଚାଷ ସମୟ ଓ ଅଧିକ ଖର୍ଚ୍ଚ ଉପରେ ରୋକ ଲଗାଇବାରେ ସାହାଯ୍ୟ କରିବ l ଚାଷୀଙ୍କୁ ଏହି ମେଳାରେ ତାଙ୍କ ଦକ୍ଷ କୃଷି କାର୍ଯ୍ୟ ପାଇଁ ସମ୍ମାନିତ ମଧ୍ୟ କରାଯାଇଛି l

ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଚାଷୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା l ରୋହିତ ଗୁପ୍ତା (State Head, Mahindra Tractors, Madhya Pradesh ), ମୃତ୍ୟୁଞ୍ଜୟ ନାଗର( Mahindra Tractor about Maintenance of Tractors, InnovaƟon in Tractor Industry ), ଡଃ ସତ୍ୟ ପ୍ରକାଶ ତୋମାର, (Sr. ScienƟst, Krishi Vigyan Kendra Gwalior ),ଡଃ ଏସ ଏସ ତୋମାର ( Dean, Collage of Agriculture, Gwalior ) ଭଳି ବିଶିଷ୍ଟ ବ୍ୟକ୍ତି ଏହି ଏକ ଦିବସୀୟ ମେଳାରେ ଉପସ୍ଥିତ ରହିଥିଲେ l ମୁଖ୍ୟ ଅତିଥି ସମସ୍ତ ଚାଷୀଙ୍କୁ କୃଷି ଜାଗରଣ ଟିମ ପକ୍ଷରୁ ଚାଷୀଙ୍କୁ ସମ୍ମାନିତ କରିଥିଲେ l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ କିମ୍ବା ନୂଆ ପଦକ୍ଷେପ ଆରମ୍ଭ ହୋଇଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l

କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି ଏବଂ ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି l ସମ୍ରିଦ୍ଧ କିସାନ ଉତ୍ସବ ହେଉଛି ଏକ ଦିବସୀୟ କୃଷି ମେଳା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

Contact Us :

Sanjay Kumar : 93133 01029
Nishant Kumar: 99537 56433
Abdus Samad : 98918 89588

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ