1. କୃଷି ଖବର

Samridh Kisan Utsav: ହରିଦ୍ଵାରରେ କୃଷି ଉତ୍ସବ ଆୟୋଜନ ସଫଳ

ଚାଷୀଙ୍କୁ ଉପହାର ପ୍ରଦାନ କରିବା ସହିତ କୃଷି ଜାଗରଣ ତରଫରୁ ମାନପତ୍ର ପ୍ରଦାନ କରି ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

Tanushree Mahapatra
Tanushree Mahapatra
samridh kisan utsav in Haridwar

samridh kisan utsav in Haridwar

କୃଷି ଜାଗରଣ ଦ୍ୱାରା ଉତ୍ତରାଖଣ୍ଡ ହରିଦ୍ଵାରରେ ଆୟୋଜିତ ହୋଇଥିବା ସମ୍ରିଦ୍ଧ କିସାନ ଉତ୍ସବ ସଫଳ ହୋଇଛି l ମହିନ୍ଦ୍ରା ଟ୍ରାକ୍ଟର ମୁଖ୍ୟ ପ୍ରାୟୋଜିତ ରହିଛି ଏହି କୃଷି ଉତ୍ସବର l ICAR , ମୁଥୁଟ ଫାଇନାନ୍ସ ଏବଂ ସୋମାନି ସିଡ୍ସ ର ସହଯୋଗ ମଧ୍ୟ ରହିଛି ବିଭିନ୍ନ ଦିଗରୁ l

କୃଷି ବିଭାଗ - ହରିଦ୍ୱାର, ଉଦ୍ୟାନ କୃଷି ବିଭାଗ - ହରିଦ୍ୱାର ଏବଂ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ଏହା ଆୟୋଜନ କରାଯାଇଥିଲା l ଯେଉଁଥିରେ ୨୦୦ରୁ ଅଧିକ ଚାଷୀ ଭାଗ ନେଇଥିଲେ l ଚାଷୀଙ୍କୁ ଉପହାର ପ୍ରଦାନ କରିବା ସହିତ କୃଷି ଜାଗରଣ ତରଫରୁ ମାନପତ୍ର ପ୍ରଦାନ କରି ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ମହିନ୍ଦ୍ରା କମ୍ପାନୀ କର୍ମଚାରୀ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରିବା ପରେ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏମ.ସି ଡୋମିନିକ  (Founder & editor-in-chief of Krishi Jagran & AW, New Delhi ) l ଏହି ମେଳାରେ ଅନେକ ବିଶିଷ୍ଟ ବ୍ୟକ୍ତି ରବିକିରଣ ସାଇନି  (Chairman, Bhuamrit FPO, Progressive Farmer, Haridwar, Uttarakhand ) , ଓଁ ପ୍ରକାଶ / ମହୀପାଲ  ( District Horticulture Officer, Haridwar Uttrakhand ) , ବିଜୟ  ( CEO Agriculture, Department of Agriculture, Haridwar Uttrakhand ), ଦିଗବିଜୟ ରାଜପୁତ ( ZMM, Mahindra Tractors ), ସୌରଭ ( Branch Head, Haridwar, Muthoot finance ), ୱାଇ. ଏସ ରାଠି  ( Deputy Director ATMA Yojana, Department of Agriculture, Haridwar ), ଜୟ ନାରାୟଣ  ( Area Manager, Somani Seedz ), ନବୀନ ( CEO, Bhuamrit farmer producer company ltd, bhagwanpura, Haridwar ), ଡଃ ଦୀପ୍ତି  ( Assistant Professor, Entomology, KVK Haridwar about Insect pests and disease management in kharif crops ), ଡଃ ସୁଚେତା ସିଂ  ( Assistant Professor/ SMS (Community Sciences), Krishi Vigyan kendra, Haridwar ) ଉପସ୍ଥିତ ରହିଥିଲେ l ତେବେ ଆପଣ ମଧ୍ୟ ଏହିଭଳି ଆମ ସହିତ ଏହି ଏକ ଦିବସୀୟ ମେଳାରେ ସାମିଲ ହୋଇପାରିବେ l

ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ