1. କୃଷି ଖବର

ଯୋଧପୁରରେ ଆୟୋଜିତ ହେଲା ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି କୃଷି ଉତ୍ସବ ଫାଲୁଦି, ଯୋଧପୁର- ୨ , କୃଷିବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଥିଲା l

Tanushree Mahapatra
Tanushree Mahapatra
Samridh kisan utsav in jodhpur

Samridh kisan utsav in jodhpur

ଆଜି କୃଷି ଜାଗରଣ ଦ୍ୱାରା ଯୋଧପୁର ଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ଯେଉଁଠି ଅନେକ ଚାଷୀ ସାମିଲ ହୋଇଥିଲେ l ପ୍ରାୟତଃ ୩୦ ପ୍ରଗତିଶୀଳ ଚାଷୀଙ୍କୁ ଉପହାର ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l କୃଷି ଜାଗରଣ ସର୍ବଦା ଚାଷୀଙ୍କ ହିତରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଥାଏ l

ସମ୍ରିଦ୍ଧ କିସାନ ଉତ୍ସବ ମଧ୍ୟ ହେଉଛି ଏକ ଦିବସୀୟ କୃଷି ମେଳା ଯାହା ଚାଷୀଙ୍କୁ କିଛି ନୂଆ ଜାଣିବାର ପ୍ଲାଟଫର୍ମ ପ୍ରଦାନ କରେ l ଆଜିର ଏହି କୃଷି ଉତ୍ସବରେ ଅନେକ କୃଷି ସହ ଜଡିତ ଥିବା ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ l ପ୍ରାୟତଃ ୨୦୦ ଚାଷୀ ଏହି ଏକ ଦିବସୀୟ ମେଳାରେ ଉପସ୍ଥିତ ରହିଥିଲେ l ଏହି କୃଷି ଉତ୍ସବ ଫାଲୁଦି, ଯୋଧପୁର- ୨ , କୃଷିବିଜ୍ଞାନ କେନ୍ଦ୍ରରେ ଆୟୋଜନ କରାଯାଇଥିଲା l ଆଲୋଚ୍ୟ ବିଷୟ ହେଉଛି ଚିନାବାଦାମ , ଖରିଫ ଶସ୍ୟ ଏବଂ ମହିନ୍ଦ୍ରାର ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଟ୍ରାକ୍ଟର ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରାଯାଇଥିଲା l କୃଷି ଜାଗରଣ ଟିମ ମଧ୍ୟ ଏହି ମେଳାରେ ଉପସ୍ଥିତ ରହିଥିଲା l

ତେବେ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିଲା MFOI ୨୦୨୩ ( ମିଲେନିୟର୍ ଫାର୍ମର ଆୱାର୍ଡ ୨୦୨୩ ) ଯାହା ସଫଳ ମଧ୍ୟ ହୋଇଥିଲା l ଏହି ପୁରସ୍କାର ସୋ ଅଧୀନରେ କୃଷି ଜାଗରଣ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l " ସମ୍ରିଦ୍ଧ କିସାନ ଉତ୍ସବ " ର ଉଦ୍ଦେଶ୍ୟ କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ ଏବଂ ଯେପରି ସେମାନଙ୍କ ଧାରଣା ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହ l

ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉନ୍ନତଶୀଳ କୃଷି କାର୍ଯ୍ୟ କରୁଥିବା କୃଷକଙ୍କୁ ସମ୍ମାନିତ କରାଯାଉଛି l ଯାହା ଚାଷୀଙ୍କୁ ଉତ୍ସାହିତ ଓ ଗର୍ବିତ ଅନୁଭବ କରାଉଛି l

ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-
Anika Bassi : 93542 19435
Megha Sharma : 9891668292
Poonam Biswakarma : 98188936522

ଅଧିକ ପଢ଼ନ୍ତୁ

Agri Value Chain: କୃଷି ବ୍ୟବସାୟ କାହିଁକି ଜରୁରୀ ହୋଇପଡ଼ିଛି ?

CM Krishak Mitra Yojana: ଚାଷୀଙ୍କୁ ଏହାର ଲାଭ କିପରି ମିଳିବ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ