1. କୃଷି ଖବର

ମାଲଦାଠାରେ ସଫଳ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି ଜାଗରଣ ଟିମ ତରଫରୁ ପ୍ରଗତିଶୀଳ ଚାଷୀଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା l

Tanushree Mahapatra
Tanushree Mahapatra
Samridh kisan utsav in malda of west Bengal

Samridh kisan utsav in malda of west Bengal

ପଶ୍ଚିମବଙ୍ଗ ମାଲଦାଠାରେ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଛି ସମ୍ରିଦ୍ଧ କିସାନ ଉତ୍ସବ l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ମାଲଦା କୃଷି ବିଜ୍ଞାନ କେନ୍ଦ୍ରଠାରେ ଏହି ଏକ ଦିବସୀୟ କୃଷି ମେଳା ଆୟୋଜନ କରାଯାଇଥିଲା l ଏହି ଏକ ଦିବସୀୟ କୃଷି ମେଳାକୁ ଏଭରେଷ୍ଟ କମ୍ପାନୀ ଏବଂ ସୋମାନି ସିଡ୍ସ ସହଯୋଗ କରିଛନ୍ତି l

ଧାନ ଫସଲରେ ରୋଗ ଏବଂ ପୋକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ଅଭିନବତା ଏବଂ ଟ୍ରାକ୍ଟର ପରିଚାଳନାରେ ରକ୍ଷଣାବେକ୍ଷଣ ବିଷୟରେ ଆଲୋଚନା କରାଯାଇଥିଲା ଚାଷୀଙ୍କ ସହିତ l ମହିନ୍ଦ୍ରା କମ୍ପାନୀ କର୍ମଚାରୀ ମଧ୍ୟ ଏହି କୃଷି ମେଳାରେ ଉପସ୍ଥିତ ଥିଲେ l ଯେଉଁମାନେ ଚାଷୀଙ୍କ ସହିତ ଟ୍ରାକ୍ଟର ସମ୍ବନ୍ଧୀୟ ଆଲୋଚନା କରିଥିଲେ l ଏକାଧିକ ଚାଷୀ ଏହି କୃଷି ମେଳାରେ ସାମିଲ ହୋଇଥିଲେ l କୃଷି ଜାଗରଣ ଟିମ ତରଫରୁ ପ୍ରଗତିଶୀଳ ଚାଷୀଙ୍କୁ ମଞ୍ଚ ଉପରେ ସମ୍ମାନିତ କରାଯାଇଥିଲା l

ସମ୍ରିଦ୍ଧ କିସାନ ଉତ୍ସବ ଯାହା ଏକ ଦିବସୀୟ କୃଷି ମେଳା l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ନୂଆ ପଦକ୍ଷେପ ଆରମ୍ଭ ହୋଇଥିଲା l

ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

ଅଧିକ ପଢ଼ନ୍ତୁ

ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ସିହୋରଠାରେ ସଫଳ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ