1. କୃଷି ଖବର

ରାଜସ୍ଥାନ ନଗୋରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି ଓ ଉଦ୍ୟାନ କୃଷି ଯୋଜନା , କୃଷି ଋଣ , ଗୃହପାଳିତ ପଶୁ ଯୋଜନା , ଅନ୍ୟାନ୍ୟ କୃଷି ହିତ ଯୋଜନା ଏବଂ କୃଷି ଇନ୍ସୁରାନ୍ସ ବିଷୟରେ ଆଲୋଚନା କରାଯାଇଥିଲା l

Tanushree Mahapatra
Tanushree Mahapatra
Samridh kisan utsav in Nagaur of rajasthan

Samridh kisan utsav in Nagaur of rajasthan

କୃଷି ଜାଗରଣ ଦ୍ୱାରା ରାଜଜସ୍ଥାନର ନାଗୋର ଠାରେ ଆଜି ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଛି l ଗତବର୍ଷ କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିଲା MFOI ୨୦୨୩ ( ମିଲେନିୟର୍ ଫାର୍ମର ଆୱାର୍ଡ ୨୦୨୩ ) ଯାହା ସଫଳ ମଧ୍ୟ ହୋଇଥିଲା l ଏହି ପୁରସ୍କାର ସୋ ଅଧୀନରେ କୃଷି ଜାଗରଣ ଦୁଇଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା l ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l " ସମ୍ରିଦ୍ଧ କିସାନ ଉତ୍ସବ " ର ଉଦ୍ଦେଶ୍ୟ କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇବେ ଚାଷୀ ଏବଂ ଯେପରି ସେମାନଙ୍କ ଧାରଣା ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହ l

ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉନ୍ନତଶୀଳ କୃଷି କାର୍ଯ୍ୟ କରୁଥିବା କୃଷକଙ୍କୁ ସମ୍ମାନିତ କରାଯାଉଛି l ଯାହା ଚାଷୀଙ୍କୁ ଉତ୍ସାହିତ ଓ ଗର୍ବିତ ଅନୁଭବ କରାଉଛି l

ଆଜିର ଏହି କାର୍ଯ୍ୟକ୍ରମରେ ଅନେକ କୃଷି ଶିଳ୍ପ ସହିତ ଜଡ଼ିତ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ l ନାଗୋର କୃଷି ବିଜ୍ଞାନ କେନ୍ଦ୍ରରେ (Krishi Vigyan Kendra, Nagaur-II, Maulasar, Nagaur-341506) ଏହା ଆୟୋଜନ କରାଯାଇଥିଲା l ଧାନୁକା ଏଗ୍ରିଟେକ ସହଯୋଗ ମଧ୍ୟ ରହିଛି l ଏହି କୃଷି ମେଳାଟ୍ରେ ଧାନୁକା ଏଗ୍ରିଟେକ ଏବଂ ମହିନ୍ଦ୍ରା ଟ୍ରାକ୍ଟର ତରଫରୁ ଷ୍ଟଲ ମଧ୍ୟ ଉପସ୍ଥାପନ କରାଯାଇଥିଲା l ନଲେଜ ପାର୍ଟନର ରହିଛି ICAR - Indian Council of Agricultural Research l ଆଜି ଏହି କୃଷି ମେଳାରେ   କଳ୍ପ ବର୍ମା ( Joint director agriculture and deputy director horticulture, didwana - kuchaman ),  ଗଙ୍ଗାରାମ ଗୋଡରା ( Dr cooperative ),  ଡଃ ଓ ପି ବୁନକାର ( Joint director animal husbandry ),  ଡଃ ଅର୍ଜୁନ ସିଂହ ( Professor and kvk incharge ) ,  ବିନିତ୍ କୁମାର ( District coordinator,AIC ) ଉପସ୍ଥିତ ରହିଥିଲେ l କୃଷି ଓ ଉଦ୍ୟାନ କୃଷି ଯୋଜନା  , କୃଷି ଋଣ , ଗୃହପାଳିତ ପଶୁ ଯୋଜନା , ଅନ୍ୟାନ୍ୟ କୃଷି ହିତ ଯୋଜନା ଏବଂ କୃଷି ଇନ୍ସୁରାନ୍ସ ବିଷୟରେ ଆଲୋଚନା କରାଯାଇଥିଲା l

ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ