1. କୃଷି ଖବର

ଏକ ଦିବସୀୟ କୃଷି ମେଳା ସଫଳ

ଆଖୁ ଚାଷ ବିଷୟରେ ଆଲୋଚନା କଲେ ଚାଷୀ !

Tanushree Mahapatra
Tanushree Mahapatra
samridh kisan utsav in pune

samridh kisan utsav in pune

ଆଜି ମହାରାଷ୍ଟ୍ରର ବାରମତି ଠାରେ ଚାଷୀଙ୍କ ପାଇଁ ଏକ ଦିବସୀୟ କୃଷି ମେଳା ଆୟୋଜନ କରାଯାଇଥିଲା l ଏହି କୃଷି ମେଳାରେ ଅନେକ ଚାଷୀ ସାମିଲ ହୋଇଛନ୍ତି l ମାଲେଗାଓଁ ଖୁର୍ଡ କୃଷି ବିଜ୍ଞାନ କେନ୍ଦ୍ରରେ ଏହା ଆୟୋଜନ କରାଯାଇଥିଲା l ଏହି କୃଷି ମେଳାର ମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗ ରହିଥିଲା " ଆଖୁ ଫସଲରେ ରୋଗ ଏବଂ ପୋକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ଅଭିନବତା, ଟ୍ରାକ୍ଟର ପରିଚାଳନା ଏବଂ ମିଲେଟ ଚାଷ " l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ଏହି କୃଷି ମେଳାର ନାମ ହେଉଛି " ସମ୍ରିଦ୍ଧ କିସାନ ଉତ୍ସବ " l ଚାଷୀଙ୍କ ଉଦ୍ଦେଶ୍ୟରେ ଏହାକୁ ଆୟୋଜନ କରାଯାଉଛି l ଚଳିତ ବର୍ଷ ଆୟୋଜନ ହେବାକୁ ଥିବା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ଆୱାର୍ଡ ସୋ  ୨୦୨୪ ବିଷୟରେ ମଧ୍ୟ ଚାଷୀଙ୍କୁ ଅବଗତ କରାଯାଉଛି l

ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହାର ନଲେଜ ପାର୍ଟନର ରହିଛି ICAR l ଧାନୁକା ଏଗ୍ରିଟେକ ଏବଂ ଇଆଓଟେକ କମ୍ପାନୀର ସମ୍ପୂର୍ଣ୍ଣ ସହଯୋଗ ରହିଛି ଏହି କୃଷି ମେଳାକୁ l କୃଷି ଜାଗରଣର ସମ୍ପର୍କରେ ଏକ ଛୋଟ ବିଡ଼ିଓ ପରିବେଷଣ କରାଯାଇଥିଲା ଚାଷୀଙ୍କ ସମ୍ମୁଖରେ l ପରେ ଉପସ୍ଥିତ କମ୍ପାନୀ ଚାଷୀଙ୍କ ସମ୍ମୁଖରେ ନିଜ ନିଜ କମ୍ପାନୀ ବିଷୟରେ ଭିଡିଓ ପରିବେଷଣ କରିଥିଲେ l ଚାଷୀଙ୍କ ସହିତ ଆଲୋଚନା କରି ଚାଷୀଙ୍କ ଚାଷ କାମରେ ସାହାଯ୍ୟ କରୁଥିବା ଉପକରଣ ବିଷୟରେ ବୁଝାଇଥିଲେ l ଯାହା ଚାଷୀଙ୍କ ଚାଷକୁ ଆହୁରି ଉନ୍ନତି ବାଟକୁ ଆଣିବ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

For collaboration, partnership and sponsorship contact :-

Megha Sharma : 9891668292

Poonam Biswakarma : 98188 93652

Anika Bassi : 9354219435

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ