1. କୃଷି ଖବର

ରାଇଚୁର kvk ରେ ସମ୍ରିଦ୍ଧ କିସାନ ଉତ୍ସବ

ଲଙ୍କା ଚାଷରେ ICM ଏବଂ IPM ବିଷୟରେ ଜାଣିଲେ ଚାଷୀ !

Tanushree Mahapatra
Tanushree Mahapatra
samridh kisan utsav in Raichur

samridh kisan utsav in Raichur

“ ସମ୍ରିଦ୍ଧ କିସାନ ଉତ୍ସବ “ ହେଉଛି ଏକ ଦିବସୀୟ କୃଷି ମେଳା l ଯାହା ଚାଷୀଙ୍କ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଛି l କୃଷି ଜାଗରଣ ଦ୍ୱାରା ସମ୍ରିଦ୍ଧ କିସାନ ଉତ୍ସବ ସମସ୍ତ ରାଜ୍ୟରେ ଆୟୋଜନ କରାଯାଉଛି l ବିଭିନ୍ନ ରାଜ୍ୟରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ଆୟୋଜନ କରାଯାଉଛି l ଏହି କ୍ରମରେ ଆଜି କର୍ଣ୍ଣାଟକ ରାଜ୍ୟର ରାଇଚୁର ଜିଲ୍ଲାର କୃଷି କେନ୍ଦ୍ରରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜନ କରାଯାଇଥିଲା l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଏହି କୃଷି ମେଳାର ନଲେଜ ପାର୍ଟନର ରହିଛି ICAR l ପ୍ରାୟତଃ ୧୯୦ ଚାଷୀ ସାମିଲ ହୋଇଥିଲେ ଏହି କୃଷି ମେଳାରେ l

ଆଜିର ଏହି କାର୍ଯ୍ୟକ୍ରମକୁ ଆସିଥିବା ମୁଖ୍ୟ ଅତିଥି ଏବଂ ଚାଷୀଙ୍କୁ ଡଃ ହନୁମାନଥପ୍ପା ଶ୍ରୀହରି ( senior scientist and head ,ICAR-KVK,Raichur) ନିଜ ସ୍ୱାଗତ ଭାଷଣ ଦେଇ ସ୍ୱାଗତ କରିଥିଲେ l ଡଃ ଏସ ବି ଗୌଡ଼ଆପ୍ପା (director extension , UAS , raichur) ସଭାପତିତ୍ଵ କରିଥିଲେ l ମୁଖ୍ୟ ଅତିତି ରହିଥିଲେ ଡଃ ଏ ଆର କୁରବାର (associate director of extension , UAS,Raichur) , ମହିନ୍ଦ୍ରା କମ୍ପାନୀ କର୍ମଚାରୀ , ଟାଟା ମୋଟର କର୍ମଚାରୀ ଏବଂ ଧାନୁକା ଏଗ୍ରିଟେକ କମ୍ପାନୀ କର୍ମଚାରୀ l ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଡଃ ହେମଲଥା (horticulture scientist , kvk , raichur) l

କାର୍ଯ୍ୟକ୍ରମ ଆରମ୍ଭରେ କୃଷି ଜାଗରଣର ଯାତ୍ରାକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ସର୍ବସମ୍ମୁଖରେ l ଉପସ୍ଥିତ ମହିନ୍ଦ୍ରା କର୍ମଚାରୀ ଟ୍ରାକ୍ଟର ରକ୍ଷଣାବେକ୍ଷଣ ସହ ଟ୍ରାକ୍ଟର ଶିଳ୍ପ ବିଷୟରେ ଚାଷୀଙ୍କ ସହିତ ଆଲୋଚନା କରିଥିଲେ l ସେହିପରି ଟାଟା ମୋଟର କମ୍ପାନୀ କର୍ମଚାରୀ ନିଜ କମ୍ପାନୀ ସମ୍ପର୍କରେ ଚାଷୀଙ୍କୁ ଜଣାଇଥିଲେ l ଅନ୍ୟପଟେ ଧାନୁକା ଏଗ୍ରିଟେକ କମ୍ପାନୀ ନିଜ ସାର ବିଷୟରେ ବଖାଣିଥିଲେ ଚାଷୀଙ୍କ ନିକଟରେ l

ଖରିଫରେ Ipm ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ ଡଃ ହନୁମାନଥପ୍ପା ଶ୍ରୀହରି ( senior scientist and head ,ICAR-KVK,Raichur) l ସେହିପରି ଲଙ୍କା ଚାଷରେ ICM ବିଷୟରେ ଆଲୋଚନା କରିଥିଲେ ଡଃ ହେମଲଥା (horticulture scientist , kvk , raichur) l ଅନ୍ୟପଟେ ଲଙ୍କା ଚାଷରେ IPM ବିଷୟରେ ଆଲୋଚନା କରିଥିଲେ ଡଃ ଶ୍ରୀବାନି ଜି ଏନ (entomology,ICAR,KVK,Raichur) l ଶେଷରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

ଅଧିକ ପଢ଼ନ୍ତୁ

ରାଜସ୍ଥାନ ବଲୋତ୍ରାରେ ଏକ ଦିବସୀୟ କୃଷିମେଳା ଆୟୋଜିତ

କର୍ଣ୍ଣାଟକ ବାଗଲକୋଟରେ ଏକ ଦିବସୀୟ କୃଷି ମେଳା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ