1. କୃଷି ଖବର

ମଧ୍ୟପ୍ରଦେଶ ସତନା ଜିଲ୍ଲାରେ ସମ୍ରିଦ୍ଧ କିସାନ ଉତ୍ସବ

ଏହି ଏକ ଦିନିଆ ଉତ୍ସବର ବିଷୟବସ୍ତୁ ଥିଲା 'ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ନୂତନତ୍ୱ'।

Tanushree Mahapatra
Tanushree Mahapatra
samridh kisan utsav in satna dist of madhya Pradesh

samridh kisan utsav in satna dist of madhya Pradesh

ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଅଗଷ୍ଟ ୧୦, 2024 ରେ DRI କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ 'MFOI ସମ୍ରିଦ୍ଧ କିସାନ ଉତ୍ସବ' ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମହିନ୍ଦ୍ରା ଟ୍ରାକ୍ଟର ପ୍ରାୟୋଜିତ କରିଥିଲେ ଏବଂ ସୋମାନି ସିଡ୍ସ ଏବଂ ଧନୁକା ଆଗ୍ରିଟେକ୍ ଲିମିଟେଡ୍ ସହଯୋଗରେ ହୋଇଛି l

ICAR ନଏଜ ପାର୍ଟନର ସହଭାଗୀ ଭାବରେ ପରିଚାଳିତ କରିଥିଲା ଏହି କାର୍ଯ୍ୟକ୍ରମକୁ l ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା 'ସମୃଦ୍ଧ ଭାରତ ପାଇଁ କୃଷକଙ୍କ ଆୟକୁ ସର୍ବାଧିକ କରିବା' ଏବଂ ଏହାର ମୂଳ ଉଦ୍ଦେଶ୍ୟ ଥିଲା କୃଷକମାନଙ୍କୁ କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଅଭ୍ୟାସ ଏବଂ ନୂତନତ୍ୱ ସହିତ ଯୋଡିବା । ସତନାରେ ଆୟୋଜିତ ଏହି ଏକ ଦିନିଆ ଉତ୍ସବର ବିଷୟବସ୍ତୁ ଥିଲା 'ଧାନ ଫସଲରେ ରୋଗ ଏବଂ କୀଟନାଶକ ପରିଚାଳନା, ଟ୍ରାକ୍ଟର ଶିଳ୍ପରେ ନୂତନତ୍ୱ'।

ଉଦ୍ୟାନ କୃଷି ସତନା ଜିଲ୍ଲାର ଡେପୁଟି ଡାଇରେକ୍ଟର ଅନୀଲ ସିଂ, କୃଷି ବିଭାଗର ଉପ ନିର୍ଦ୍ଦେଶକ ମନୋଜ କାଶ୍ୟପ ଏବଂ ଡକ୍ଟର ରାଜେନ୍ଦ୍ର ସିଂ ନେଗି, ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କେ.ଭି.କେ (ସତନା) ଉପସ୍ଥିତ ଥିଲେ। ଏହା ବ୍ୟତୀତ ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ବିଶ୍ୱନାଥ ସିଂ, ତୋମାର ଏବଂ ବିରେନ୍ଦ୍ର ବୀର ବିକ୍ରମ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଧାନୁକା କମ୍ପାନୀ ପକ୍ଷରୁ ଡିଜିଏମ ଜେ.କେ ସିଂ, ଏସଏମଇ ମହେଶ କୁମାର ଶର୍ମା, ଏଫଏଲ ରୋଶନ ସିଂ ଏବଂ ଏରିଆ ମ୍ୟାନେଜର ରାହୁଲ ବାଗେଲ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସୋମାନି ସିଡ୍ସ କମ୍ପାନୀ ପକ୍ଷରୁ ବିକ୍ରୟ ଅଧିକାରୀ ରାମକୃଷ୍ଣ କୁଶୱା ଉପସ୍ଥିତ ଥିଲେ। ଜିଲ୍ଲାର ୨୨୫ ରୁ ଅଧିକ କୃଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଧାନ ଚାଷ, କୃଷି ଯନ୍ତ୍ରପାତି ଏବଂ ଏହାର ପରିଚାଳନାରେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ସୂଚନା ଗ୍ରହଣ କରିଥିଲେ। କୃଷି ଜାଗରଣ ତରଫରୁ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6   l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/   ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ