1. କୃଷି ଖବର

ସିହୋରଠାରେ ସଫଳ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି ଏବଂ ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ତରଫରୁ l

Tanushree Mahapatra
Tanushree Mahapatra
Samridh kisan utsav in sehore

Samridh kisan utsav in sehore

ଆଜି କୃଷି ଜାଗରଣ ଦ୍ୱାରା ମଧ୍ୟ ପ୍ରଦେଶର ସିହୋରଠାରେ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ ହୋଇଥିଲା l ଏହା ହେଉଛି ଏକ ଦିବସୀୟ କୃଷି ମେଳା l କୃଷି ସମ୍ବନ୍ଧୀୟ ନୂତନ କୌଶଳ ସହିତ କୃଷି ସମ୍ବନ୍ଧୀୟ ସୂଚନା ପାଇପାରିବେ ଏବଂ ଚାଷୀ ସେମାନଙ୍କର ଧାରଣା ମଧ୍ୟ ବାଣ୍ଟିପାରିବେ ଅନ୍ୟ ଚାଷୀଙ୍କ ସହିତ l

ଏହା ବ୍ୟତୀତ ସମ୍ରିଦ୍ଧ କିସାନ ଉତ୍ସବରେ କୃଷକମାନଙ୍କୁ କୃଷି ଜାଗରଣ ଦ୍ୱାରା ନିଆଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ ' ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ' ପୁରସ୍କାର ବିଷୟରେ ମଧ୍ୟ ଅବଗତ କରାଯାଉଛି । ଯାହାଫଳରେ କୃଷକମାନେ MFOI ବିଷୟରେ ଅଧିକ ଜାଣିପାରିବେ l ଏହା ସହିତ, ସମ୍ରିଦ୍ଧ କିସାନ୍ ଉତ୍ସବ ସମୟରେ ଚାଷ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କୋଟିପତି ଏବଂ ପ୍ରଗତିଶୀଳ କୃଷକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ତରଫରୁ l

ଆଜିର ଏହି କାର୍ଯ୍ୟକ୍ରମ ସିହୋର କୃଷି ବିଜ୍ଞାନ କେନ୍ଦ୍ରଠାରେ ଆୟୋଜନ କରାଯାଇଥିଲା l ଦ୍ବୀପ ପ୍ରଜ୍ଜ୍ୱଳନ କରି ଏହା ଆରମ୍ଭ ହୋଇଥିଲା l ଏହାପରେ ଚାଷୀଙ୍କ ସମ୍ମୁଖରେ କୃଷି ଜାଗରଣ ଟିମ ଏକ ଭିଡିଓ ପ୍ରଦର୍ଶନ କରିଥିଲେ ଯାହାଦ୍ୱାରା ଚାଷୀ ଜାଣିପାରିଥିଲେ ଚାଷ ଓ ଚାଷୀଙ୍କ ପାଇଁ କୃଷି ଜାଗରଣ କରୁଥିବା ପ୍ରତିଟି କାର୍ଯ୍ୟକୁ l ଏହାପରେ ପ୍ରଗତିଶୀଳ ଚାଷୀ ନିଜ ନିଜ ସଫଳ କାହାଣୀ କହିଥିଲେ ଅନ୍ୟ ଚାଷୀଙ୍କୁ ଯାହା ତାଙ୍କୁ ଉତ୍ସାହିତ କରିଥିଲା l ଏହି କୃଷି ମେଳାରେ ମହିନ୍ଦ୍ରା ଟ୍ରାକ୍ଟରର କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ଚାଷୀଙ୍କ ସହିତ ଟ୍ରାକ୍ଟର ସମ୍ବନ୍ଧୀୟ ସମସ୍ତ ବିଷୟରେ ଆଲୋଚନା କରିଥିଲେ l ଏହି ଚାଷୀ ଉତ୍ସବରେ ଡଃ ରାଜକୁମାର (ADH, SEHORE ) ଏବଂ ଡଃ କମଲ ପାଣ୍ଡେ (DDA ,SEHORE)ଉପସ୍ଥିତ ଥିଲେ l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍ l ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ପରିବର୍ତ୍ତନ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଛନ୍ତି l କୃଷିରେ ଆଣିବ ଉନ୍ନତି l ଚାଷୀଙ୍କ ଚାଷ କାମକୁ ଖୁବ ଅଳ୍ପ ସମୟ ମଧ୍ୟରେ ଶେଷ କରିବ ଏହି ଟ୍ରାକ୍ଟର l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

ଅଧିକ ପଢ଼ନ୍ତୁ

ମଧ୍ୟପ୍ରଦେଶ ରାଇସେନରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ହରିୟାଣା କୁରୁକ୍ଷେତ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ