1. କୃଷି ଖବର

ମଧ୍ୟପ୍ରଦେଶ ସେଓନିଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହି କାର୍ଯ୍ୟକ୍ରମରେ ଦୁଇଟି ସଫଳ ଚାଷୀ ସାମିଲ ହୋଇଥିଲେ ଏବଂ ନିଜର ସଫଳତା ମନ୍ତ୍ର ଅନ୍ୟ ଚାଷୀଙ୍କୁ ପ୍ରଦାନ କରିଥିଲେ l

Tanushree Mahapatra
Tanushree Mahapatra
Samridh kisan utsav in seoni of Madhya pradesh

Samridh kisan utsav in seoni of Madhya pradesh

ସମ୍ରିଦ୍ଧ କିସାନ ଉତ୍ସବ ଯାହା ଏକ ଦିବସୀୟ କୃଷି ମେଳା l କୃଷି ଜାଗରଣ ଦ୍ୱାରା ସେଓନିଠାରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା MFOI ୨୦୨୩ ପୁରସ୍କାର ଆୱାର୍ଡ ସୋ ସଫଳ ହେବାପରେ ଏହି ପୁରସ୍କାର ସୋ ଅଧୀନରେ ଦୁଇଟି ନୂଆ କାର୍ଯ୍ୟକ୍ରମ ନୂଆ ପଦକ୍ଷେପ ଆରମ୍ଭ ହୋଇଥିଲା l

ଯାହାର ନାମ ରହିଥିଲା ସମ୍ରିଦ୍ଧ କିସାନ ଉତ୍ସବ ଏବଂ MFOI VVIF କିସାନ ଭାରତ ଯାତ୍ରା l କୃଷକମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା MFOI Samridh Kisan Utsav 2024 ର ମୂଳ ଉଦ୍ଦେଶ୍ୟ l ଯାହା ମାଧ୍ୟମରେ ଚାଷୀଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ ହେବ ଏବଂ କୃଷକମାନେ କୃଷିରେ ନୂତନ ପରୀକ୍ଷଣ କରି ସେମାନଙ୍କର ଆୟ ବୃଦ୍ଧି କରିପାରିବେ l କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l

ସକାଳ ୯.୩୦ ଘଟିକାରୁ ଆରମ୍ଭ ହୋଇଥିଲା ଚାଷୀ ପଞ୍ଜିକରଣ l ଏହାପରେ ସେଠାରେ ଅତିଥି ରୂପେ ଡଃ ଶେଖର ସିଂ ବାଘେଲ (sr.scintist , head kvk , seoni ) ସ୍ୱାଗତ ଭାଷଣ ଦେଇ ଚାଷୀ ଓ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ l ଶ୍ରୀ ମରିଶ ନାଥ (DDA ,Seoni) , ଡଃ ଶ୍ରୀମତୀ ଆଶା ଉପୱାନସି , ଜେ କେ ସିଂହ  ( DGM Dhanuka agritech ltd) ,ପ୍ରଦ୍ୟୁମ୍ନ ତ୍ରିପାଠୀ (Territory manager, mahindra ), ନିଖିଲ କୁମାର ସିଂ , ଡଃ କେ କେ ଦେଶମୁଖ ଉପସ୍ଥିତ ଥିଲେ  l ଏହି କାର୍ଯ୍ୟକ୍ରମରେ ଧାନୁକା ଏଗ୍ରିଟେକ ଏବଂ ଷ୍ଟିଲ କମ୍ପାନୀର ସମ୍ପୂର୍ଣ୍ଣ ସହଯୋଗ ରହିଛି l

ଏହି କାର୍ଯ୍ୟକ୍ରମରେ ଦୁଇଟି ସଫଳ ଚାଷୀ ସାମିଲ ହୋଇଥିଲେ ଏବଂ ନିଜର ସଫଳତା ମନ୍ତ୍ର ଅନ୍ୟ ଚାଷୀଙ୍କୁ ପ୍ରଦାନ କରିଥିଲେ l ପ୍ରଗତିଶୀଳ ଚାଷୀ ଶ୍ରୀ ଶିବରାମ ସନୋଦିଆ ଏବଂ ଡ୍ରୋନ୍ ପାଇଲଟ ଦିଦି ଶ୍ରୀମତୀ ସୁଶୀଲା ସନୋଦିଆ ଚାଷୀଙ୍କ ସହ ଆଲୋଚନା କରିଥିଲେ l ଖରିଫ ଫସଲରେ ନୁତକ ଜ୍ଞାନକୌଶଳ ବିଷୟରେ ଆଲୋଚନା କରିଥିଲେ ଡଃ ଏନ କେ ସିଂ ( scientist, kvk seoni ) l ଶ୍ରୀ ମରିଶ ନାଥ (DDA ,Seoni) ବିଭିନ୍ନ ସରକାରୀ ବିଭାଗ ଏବଂ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ l ଡଃ କେ କେ ଦେଶମୁଖ ( kvk seoni ) ପ୍ରାକୃତିକ ଚାଷ ବିଷୟରେ ଆଲୋଚନା କରିଥିଲେ l ମହିନ୍ଦ୍ରା ଟ୍ରାକ୍ଟର କର୍ମଚାରୀ ଟ୍ରାକ୍ଟରର ଯତ୍ନ ଏବଂ ବ୍ୟବହାର ଉପରେ ଆଲୋକପାତ କରିଥିଲେ l ଇଂଜିନିୟର କୁମାର ସୋନି ( kvk ,seoni ) ଡ୍ରୋନ୍ ର ବ୍ୟବହାର କୃଷିରେ କିପରି ପରିବର୍ତ୍ତନ ଆଣିବ ସେ ବିଷୟରେ ଆଲୋଚନା କରିଥିଲେ l ଏହାପରେ ମହିନ୍ଦ୍ରା ଟ୍ରାକ୍ଟର ତରଫରୁ ପ୍ରଗତିଶୀଳ ଚାଷୀ ଓ ମିଲେନିୟର ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ତୁମ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6  l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/  ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-
Megha Sharma : 9891668292
Poonam Biswakarma : 98188936522
Anika Bassi : 9354219435

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ