1. କୃଷି ଖବର

ତାମିଲନାଡ଼ୁରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ଏହାରି ମଧ୍ୟରେ ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ , ହରିୟାଣା , ପଞ୍ଜାବ , ଉତ୍ତରାଖଣ୍ଡ , ଗୁଜୁରାଟ , ଓଡ଼ିଶା ପରି ରାଜ୍ୟରେ ଏହା ଆୟୋଜିତ ହୋଇଛି l

Tanushree Mahapatra
Tanushree Mahapatra
Samridh kisan utsav in tamilnadu

Samridh kisan utsav in tamilnadu

ଆଜି ତାମିଲନାଡୁ ଠାରେ କୃଷି ଜାଗରଣ ତରଫରୁ ସମ୍ରିଦ୍ଧ କିସାନ ଉତ୍ସବ ଆୟୋଜିତ କରାଯାଇଛି l କୃଷି ଜାଗରଣ ଦ୍ୱାରା ଆୟୋଯତା ହୋଇଥିବା ଏହି ଏକ ଦିବସୀୟ କୃଷି ମେଳାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକ୍ଟର l ଚାଷୀଙ୍କ ମଧ୍ୟରେ ନୂତନ କୃଷି ବିଦ୍ୟାର ଆଦାନ ପ୍ରଦାନ କରିବା ସହିତ ଚାଷୀ କିପରି ଅଧିକ ନୂତନ ଜ୍ଞାନକୌଶଳ ବିଷୟରେ ଜାଣିବେ ସେ ନେଇ ଏହି କୃଷି ମେଳା ଆୟୋଜିତ କରାଯାଉଛି ପ୍ରତି ରାଜ୍ୟରେ l

ଏହାରି ମଧ୍ୟରେ ଉତ୍ତର ପ୍ରଦେଶ , ମଧ୍ୟ ପ୍ରଦେଶ , ହରିୟାଣା , ପଞ୍ଜାବ , ଉତ୍ତରାଖଣ୍ଡ , ଗୁଜୁରାଟ , ଓଡ଼ିଶା ପରି ରାଜ୍ୟରେ ଏହା ଆୟୋଜିତ ହୋଇଛି l ତେବେ ଆଜି ଏହି କ୍ରମରେ ତାମିଲ ନାଡ଼ୁ ଠାରେ ଏହି କୃଷି ମେଳା ଆୟୋଜିତ କରାଯାଇଥିଲା l ଏହି କୃଷି ମେଳାରେ ୬୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l ଏହି କୃଷି ମେଳାକୁ ICAR ସମ୍ପୂର୍ଣ୍ଣ ସହଯୋଗ ରହିଛି l ମହିନ୍ଦ୍ରା ଟ୍ରାକ୍ଟର ଷ୍ଟଲ ମଧ୍ୟ ଉପସ୍ଥାପନ କରାଯାଇଛି ଏହି କୃଷି ମେଳାରେ ଯେଉଁଠି ଚାଷୀଙ୍କ ପାଇଁ କମ୍ପାନୀ ନୂଆ ଟ୍ରାକ୍ଟର ବିଷୟରେ ଆଲୋଚନା କରିଛନ୍ତି l

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା ସମ୍ରିଦ୍ଧ କିସାନ ଉତ୍ସବ ତାମିଲ ନାଡ଼ୁ ନୀଳଗିରିସ ଠାରେ ଆୟୋଜନ ହୋଇଥିଲା l ଡଃ ସିନ୍ଦିଆ (KVK, Nilgiri ),ମହାମହା ବେଲ୍ଲିଆପାନ ( President -TOHFA),ଗଣେଷନ ଅରୁଣାସାଲମ ( Vice President , TOHFA ),ଶ୍ରୀମତୀ ସୁଦ୍ଧା ଗୋକୁଲା ( Agri Marketing ),ଶ୍ରୀମତୀ ସିବିଲା ମାରୀ ( JD - Horticulture Dept,The Nilgiris), ଶ୍ରୀଯୁକ୍ତ ଚନ୍ଦ୍ରାନ ( Nodal officer- Organic Farming Project,The Nilgiris) ଉପସ୍ଥିତ ରହିଥିଲେ l ଏହି କୃଷି ମେଳାରେ ଅନେକ ପ୍ରକାର ଚାଷୀ ଏକଜୁଟ ହୋଇଥିବାର ନଜିର ରହିଥିଲା l ଯେଉଁମାନେ କୃଷି ବୈଜ୍ଞାନିକଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ l କୃଷି ଜାଗରଣ ଟିମ ମଧ୍ୟ ଉପସ୍ଥିତ ରହିଥିଲା l

ଏହି ମେଳାରେ ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡ଼ିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ ଉତ୍ସବ ୨୦୨୪ ରେ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା ସମ୍ରିଦ୍ଧ କିସାନ ଉତ୍ସବ କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍ https://millionairefarmer.in/ ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Megha Sharma : 9891668292

Poonam Biswakarma : 98188936522

Anika Bassi : 9354219435

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ