1. କୃଷି ଖବର

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

Tanushree Mahapatra
Tanushree Mahapatra
Samridh kisan utsav Murshidabad

Samridh kisan utsav Murshidabad

ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ l ଏହି କୃଷି ମେଳାରେ ୨୫୦ ରୁ ଅଧିକ ଚାଷୀ ସାମିଲ ହୋଇଥିଲେ l କୃଷି ଜାଗରଣ ଦ୍ଵାରା ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କୃଷି ମେଳାକୁ ସହଯୋଗ କରିଥିଲେ ମୁର୍ଶିଦାବାଦ କୃଷି ବିଜ୍ଞାନ କେନ୍ଦ୍ର l ଏହି କୃଷି ମେଳାର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ICAR ଏହି କୃଷି ମେଳାର ନଲେଜ ପାର୍ଟନର ରହିଛି l  ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କୃଷି ମେଳା ସଫଳତାର ସହ ଶେଷ ହୋଇଛି l ଏହି କୃଷି ମେଳାରେ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା କୃଷି ଜାଗରଣ ଟିମ ଦ୍ଵାରା l ଏହି କୃଷି ମେଳାରେ ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ବିପ୍ଳବ ରାୟ ଚୌଧରୀ (Department of Fisheries) ଭରଚୁଆଲି ସାମିଲ ହୋଇଥିଲେ ଚାଷୀଙ୍କ ସହ l ବିଭିନ୍ନ ବିଷୟରେ ସେ ଆଲୋକପାତ କରିଥିଲେ l ସହ ପ୍ରାୟୋଜକ ଭାବେ ଜେସିବି ଓ ଏଭରେଷ୍ଟ କମ୍ପାନୀ ଏହି କୃଷି ମେଳାରେ ସାମିଲ ହୋଇଥିଲେ l

କୃଷି ଜାଗରଣ ଟିମ ସହ ଏହି କୃଷି ମେଳାରେ ମହିନ୍ଦ୍ରା ଟ୍ରାକ୍ଟର କମ୍ପାନୀର କର୍ମଚାରୀ ଉପସ୍ଥିତ ରହିଥିଲେ ଯେଉଁମାନେ ଚାଷୀଙ୍କ ସହିତ ମହିନ୍ଦ୍ରାର ନୂତନ ଟ୍ରାକ୍ଟର ବିଷୟ ଉପରେ ଆଲୋଚନା କରିଥିଲେ l ନୂତନ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ଏହି ଟ୍ରାକ୍ଟର ଚାଷୀଙ୍କ ଅଧିକ କାମକୁ ଖୁବ ଅଳ୍ପ ସମୟ ମଧ୍ୟରେ ଶେଷ କରିବ l ଯାହା ଚାଷୀଙ୍କ ଚାଷ କାମରେ ଆଣିବ ଏକ ବୈପ୍ଲବିକ ପରିବର୍ତ୍ତନ l କୃଷି ଜାଗରଣ ଦ୍ଵାରା ଆୟୋଜିତ ହୋଇଥିବା ଏହି ଏକ ଦିବସୀୟ କୃଷି ମେଳାର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ଏକ ସ୍ଥାନରେ ଏକତ୍ରିତ କରି ଚାଷୀଙ୍କ ମଧ୍ୟରେ ଚାଷ ସମ୍ପର୍କିତ ସୂଚନାର ଆଦାନ ପ୍ରଦାନ କରିବା l ମୁଖ୍ୟ ଅତିଥିଙ୍କ ଦ୍ଵାରା ଦ୍ବୀପ ପ୍ରଜ୍ଜ୍ୱଳନ କରି ଏହି କୃଷି ମେଳା ଆରମ୍ଭ ହୋଇଥିଲା l

ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ :-

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ କରିଥାଏ ଏକ ନୂଆ ସ୍ବପ୍ନକୁ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଦର୍ଶନ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ପାଇଥିଲେ l

'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରେ l ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଆଜି ଦେଶକୁ କୃଷି କ୍ଷେତ୍ରରେ ଅଗ୍ରଣୀ କରିବାରେ ସାହାଯ୍ୟ କରିଛି l ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ ଯାହା କୃଷି କ୍ଷେତ୍ରରେ ଆଣିବ ବୈପ୍ଲବିକ ପରିବର୍ତ୍ତନ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇଛନ୍ତି ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବାରେ ସକ୍ଷମ ହେଉଛନ୍ତି ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l

ଯୋଗଦେବା ପାଇଁ କ'ଣ କରିବେ ?

କୃଷକ, କୃଷି କମ୍ପାନୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ଅନ୍ୟମାନେ ମଧ୍ୟ MFOI ୨୦୨୪ ପୁରସ୍କାର ଏବଂ MFOI ସମ୍ରିଦ୍ଧ କିସାନ୍ ଉତ୍ସବ ୨୦୨୪ ର ଏକ ଅଂଶ ଗ୍ରହଣ କରିପାରିବେ l ଏଥିପାଇଁ କୃଷି ଜାଗରଣ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ କରୁଛି l MFOI ୨୦୨୪ କିମ୍ବା Samridh Kisan Utsav କାର୍ଯ୍ୟକ୍ରମରେ ନିଜ ଷ୍ଟଲ୍ ବୁକିଂ ପାଇଁ କିମ୍ବା ଯେକୌଣସି ପ୍ରକାରର ପ୍ରାୟୋଜକ ପାଇଁ, ଆପଣ କୃଷି ଜାଗରଣ ସହିତ ଯୋଗାଯୋଗ କରିପାରିବେ l ଏହି ସମୟରେ, ପୁରସ୍କାର ଶୋ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସହିତ ଜଡିତ ସୂଚନା ପାଇଁ, ଏହି ଗୁଗୁଲ୍ ଫର୍ମ ପୂରଣ କରନ୍ତୁ- https://forms.gle/sJdL4yWVaCpg838y6   l ଅଧିକ ସୂଚନା ପାଇଁ MFOI ର ଅଫିସିଆଲ୍ ୱେବସାଇଟ୍  https://millionairefarmer.in/   ପରିଦର୍ଶନ କରନ୍ତୁ l

For collaboration, partnership and sponsorship connect:-

Anika Bassi : 93542 19435

Megha Sharma : 9891668292

Poonam Biswakarma : 98188936522

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ