News

SBI ଆଲର୍ଟ ; ଏହି ତାରିଖ ସୁଦ୍ଧା ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକମାନଙ୍କୁ ସତର୍କ କରାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ପାନ-ଆଧାର କାର୍ଡକୁ ଲିଙ୍କ୍ କରିବାକୁ ବ୍ୟାଙ୍କ ନିଜର ଖାତାଧାରୀଙ୍କୁ ନୋଟିସ୍ ଦେଇଛି ।

12 February, 2022 12:12 PM IST By: Sudesna Nayak

ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଗ୍ରାହକମାନଙ୍କୁ ସତର୍କ କରାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ପାନ-ଆଧାର କାର୍ଡକୁ ଲିଙ୍କ୍ (PAN-Aadhaar Link) କରିବାକୁ ବ୍ୟାଙ୍କ ନିଜର ଖାତାଧାରୀଙ୍କୁ ନୋଟିସ୍ ଦେଇଛି । ବ୍ୟାଙ୍କ କହିଛି ଯେ, ଯଦି ଗ୍ରାହକମାନେ ଏହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇପାରେ । ଏନେଇ ଏସବିଆଇ ଟ୍ୱିଟ୍ ମଧ୍ୟ କରିଛି ।

ଏହି ଟ୍ୱିଟରେ SBI କହିଛି ଯେ, ଆମେ ନିଜ ଗ୍ରାହକଙ୍କୁ କୌଣସି ଅସୁବିଧାରୁ ରକ୍ଷା କରିବା ପାଇଁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବା ପାଇଁ ସେମାନଙ୍କର ପାନକୁ ଆଧାର ସହିତ ଲିଙ୍କ (PAN-Aadhaar Link) କରିବାକୁ ପରାମର୍ଶ ଦେଉଛୁ । ବ୍ୟାଙ୍କ କହିଛି ଯେ ଗ୍ରାହକମାନେ ସଠିକ ସମୟରେ ପାନ୍ ଓ ଆଧାରକୁ ଲିଙ୍କ୍ (PAN-Aadhaar Link) କରି ନିଅନ୍ତୁ, ଯାହା ଫଳରେ ସେମାନେ କୌଣସି ଅସୁବିଧାରୁ ରକ୍ଷା ପାଇ ପାରିବେ ।

ସୂଚନା ଅନୁଯାୟୀ, କୋରୋନା ଭୂତାଣୁ (Coronavirus) ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ (PAN-Aadhaar Link) କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଓ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କର ପାନ୍କୁ ଆଧାର ସହିତ ଲିଙ୍କ୍ (PAN-Aadhaar Link) କରିବାକୁ ପରାମର୍ଶ ଦେଇଛୁ ବୋଲି ଏସବିଆଇ ପୂର୍ବରୁ ଟ୍ୱିଟ୍ କରି କହିଛି । ଏହା ସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ଅଟେ । ଯଦି ପାନ୍ ଓ ଆଧାର ଲିଙ୍କ୍ ହୋଇନଥାଏ, PAN ନିଷ୍କ୍ରିୟ ହୋଇଯିବ ଓ ନିର୍ଦ୍ଦିଷ୍ଟ ନେଣଦେଣ କରିବା ପାଇଁ PAN ବ୍ୟବହାର କରାଯାଇପାରିବ ନାହିଁ ।

କିପରି ପାନ୍-ଆଧାର କାର୍ଡକୁ କରିବେ ଲିଙ୍କ୍, ଜାଣନ୍ତୁ...

-ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ https://www.incometaxindiaefiling.gov.in/home

-ଏହା ପରେ ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ, ଏଥିରେ ହିଁ କ୍ଲିକ୍ କରନ୍ତୁ ।

-ପରେ ଏକ ନୂତନ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ PAN, AADHAAR ଏବଂ ଆଧାରରେ ଯେପରି ଆପଣଙ୍କ ନାମ ରହିଛି ସେହିପରି ହିଁ ଲେଖିବାକୁ ପଡ଼ିବ ।

-ଯଦି ଆପଣଙ୍କର ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଅଛି, ତେବେ 'I have only year of birth in aadhaar card' ବାକ୍ସକୁ ହିଁ ଟିକ୍ କରନ୍ତୁ ।

-କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ କିମ୍ବା OTP ପାଇଁ ଟିକ୍ କରନ୍ତୁ ।

-ଲିଙ୍କ୍ ଆଧାର ବଟନ୍ ଉପରେ ହିଁ କ୍ଲିକ୍ କରନ୍ତୁ, ବର୍ତ୍ତମାନ ପାନ୍ ଓ ଆଧାର ଲିଙ୍କ୍ ହୋଇଯାଇଛି ।

ଏସଏମଏସ୍ (SMS)ମାଧ୍ୟମରେ କରନ୍ତୁ ଲିଙ୍କ୍,ଜାଣନ୍ତୁ...

-ଆପଣ ଫୋନରେ ଏସଏମଏସ୍ (SMS)ମାଧ୍ୟମରେ ପାନ୍ ଓ ଆଧାରକୁ ମଧ୍ୟ ଲିଙ୍କ୍ କରିପାରିବେ ।

-ମୋବାଇଲର ମେସେଜ୍ ବକ୍ସରେ ଟାଇପ୍ କରନ୍ତୁ - UIDPAN ।

-567678 କିମ୍ବା 56161 କୁ ଏହି ମେସେଜ ପଠାନ୍ତୁ । ଏହା ପରେ ଆପଣଙ୍କ କାମ ହୋଇଯିବ ।

SBI Changes Rule: ୧ ଫେବୃଆରୀରୁ ବଦଳିବ ନୂଆ ନିୟମ ; ସମସ୍ତ ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ,ଜାଣନ୍ତୁ...

ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଉପଭୋଗ କରନ୍ତୁ SBI ର ଅନେକ ସୁବିଧା ; ମେସେଜ ମଧ୍ୟ କରିପାରିବେ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)