1. କୃଷି ଖବର

ATM ରୁ ଟଙ୍କା ଉଠାଇବା ନିୟମରେ ଏକ ବଡ଼ ପରିବର୍ତ୍ତନ କଲା SBI,ଜାଣନ୍ତୁ...

ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଏସବିଆଇ ଏଟିଏମ୍ କାରବାରର ନିୟମ ପରିବର୍ତ୍ତନ କରିଛି । ବର୍ତ୍ତମାନ ଯଦି ଆପଣ ଏଟିଏମ୍ ରୁ ୧୦ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଉଠାନ୍ତି ତେବେ କିଛି ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ରହିବ ।

Sudesna Nayak
Sudesna Nayak
SBI makes major changes to atm withdrawal rules know the details

SBI makes major changes to atm withdrawal rules know the details

ଯଦି ଆପଣମାନଙ୍କର ମଧ୍ୟ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ (SBI)ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣମାନଙ୍କ ପାଇଁ ବହୁତ ଉପଯୋଗୀ ଅଟେ । ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଏସବିଆଇ (SBI) ଏଟିଏମ୍ (ATM) କାରବାରର ନିୟମ ପରିବର୍ତ୍ତନ କରିଛି । ବର୍ତ୍ତମାନ ଯଦି ଆପଣ ଏଟିଏମ୍ (ATM)ରୁ ୧୦ ହଜାର ଟଙ୍କାରୁ ଅଧିକ ନଗଦ ଟଙ୍କା ଉଠାନ୍ତି ତେବେ କିଛି ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ରହିବ ।

ସୂଚନା ଅନୁୟାୟୀ, ଏଟିଏମ୍ (ATM)କାରବାରକୁ ସୁରକ୍ଷିତ ରଖିବା ପାଇଁ ଏସବିଆଇ (SBI)ଏହି ପଦକ୍ଷେପ ନେଇଛି । ଯଦି ଆପଣମାନେ ଏସବିଆଇ (SBI)ଏଟିଏମ୍ (ATM)ରୁ ଟଙ୍କା ପ୍ରତ୍ୟାହାର କରନ୍ତି, ତେବେ ଓଟିପି (OTP)ଆବଶ୍ୟକ ହେବ । ଏହି ନୂଆ ନିୟମରେ, ଗ୍ରାହକମାନେ ଓଟିପି (OTP) ବିନା ନଗଦ ଟଙ୍କା ଉଠାଇ ପାରିବେ ନାହିଁ । ଏପରି ପରିସ୍ଥିତିରେ, ଯଦି ଆପଣମାନେ ଏହା ବିଷୟରେ ଅବଗତ ନୁହଁନ୍ତି, ତେବେ ଏହାକୁ ଭଲ ଭାବରେ ଜାଣନ୍ତୁ, ନଚେତ୍ ଆପଣମାନଙ୍କ ଟଙ୍କା ଅଟକି ଯାଇପାରେ ।

କହିବାକୁ ଗଲେ, ଏସବିଆଇ (SBI)ବ୍ୟାଙ୍କ ଦ୍ୱାରା ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । କହି ରଖୁଛୁ ଯେ,ଏଟିଏମ୍ (ATM)ରୁ ୧୦ ହଜାରରୁ ଅଧିକ ଟଙ୍କା ପ୍ରତ୍ୟାହାର ପାଇଁ, ଏକ ଓଟିପି (OTP)ର ସାହାଯ୍ୟ ନେବାକୁ ପଡିବ । ଏହି ଓଟିପି (OTP)ଆପଣଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଆସିବ । ଏହା ପରେ ଆପଣମାନଙ୍କୁ ଏହାକୁ ବ୍ୟବହାର କରିବାକୁ ପଡିବ ।

ଡିଟେଲ୍ସ ଜାଣନ୍ତୁ...

-ଏସବିଆଇ (SBI)ଏଟିଏମ୍ (ATM)ରୁ ଟଙ୍କା ଉଠାଇବା ପାଇଁ ଆପଣମାନଙ୍କୁ ଓଟିପି (OTP)ଦରକାର ହେବ ।
-ଏଥିପାଇଁ ଆପଣମାନଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ଓଟିପି (OTP) ପଠାଯିବ ।
-ଏହା ଏକ ଚାରି ଅଙ୍କ ବିଶିଷ୍ଟ ଓଟିପି (OTP)ରହିବ, ଯାହା ଗ୍ରାହକମାନଙ୍କୁ କେବଳ ଗୋଟିଏ ଟ୍ରାନ୍ଜେକ୍ସନ ପାଇଁ ମିଳିବ ।
-ଥରେ ଆପଣ ପ୍ରତ୍ୟାହାର କରିବାକୁ ଚାହୁଁଥିବା ରାଶି ଏଣ୍ଟ୍ରି କରିବା ପରେ ଆପଣଙ୍କୁ ଏଟିଏମ୍ ସ୍କ୍ରିନରେ ଓଟିପି (OTP)ଏଣ୍ଟ୍ରି କରିବାକୁ କୁହାଯିବ ।
-ନଗଦ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଏହି ସ୍କ୍ରିନରେ ବ୍ୟାଙ୍କ ସହିତ ଜଡିତ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି (OTP)ଏଣ୍ଟ୍ରି କରିବାକୁ ପଡିବ ।

SBI ଆଲର୍ଟ ; ଏହି ତାରିଖ ସୁଦ୍ଧା ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

SBI Changes Rule: ୧ ଫେବୃଆରୀରୁ ବଦଳିବ ନୂଆ ନିୟମ ; ସମସ୍ତ ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments