1. କୃଷି ଖବର

ବଢିଲା ଚିନ୍ତା, କେରଳରେ ମଙ୍କିପକ୍ସର ଦ୍ବିତୀୟ ମାମଲା ଚିହ୍ନଟ

ଦେଶରେ ଚିହ୍ନଟ ହୋଇଛି ମଙ୍କିପକ୍ସର ଦ୍ବିତୀୟ ମାମଲା । ଏହି ଦ୍ବିତୀୟ ମାମଲା ମଧ୍ୟ କେରଳରୁ ଚିହ୍ନଟ ହୋଇଛି ।

Shuvanshu Kar
Shuvanshu Kar
Second monkeypox case confirmed in Kerala

Second monkeypox case confirmed in Kerala

ଦେଶରେ ଚିହ୍ନଟ ହୋଇଛି ମଙ୍କିପକ୍ସ(monkeypox case)ର ଦ୍ବିତୀୟ ମାମଲା । ଏହି ଦ୍ବିତୀୟ ମାମଲା ମଧ୍ୟ କେରଳରୁ ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ କନ୍ନୁରରେ ଜଣେ 31 ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ମଙ୍କି ପକ୍ସ(monkeypox case) ନିଶ୍ଚିତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁମାନେ ଚିହ୍ନଟ ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କ ଉପରେ ନଜର ରଖାଯାଉଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ମଙ୍କିପକ୍ସ ଚିହ୍ନଟ ହୋଇଛି ସେ ଦୁବାଇ ଫେରନ୍ତା । ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ରିପୋର୍ଟ ହେବା ପରେ କେରଳକୁ ଏକ କେନ୍ଦ୍ରୀୟ ଟିମ ପଠାଯାଇଥିଲା । ପ୍ରଥମ ରୋଗୀ ୟୁଏଇରୁ 12 ଜୁଲାଇରେ ଫେରିଥିଲେ ।

ଏହା ପରେ ରବିବାର ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ କେରଳରେ ମଙ୍କିୁପକ୍ସ ଚିହ୍ନଟ ପରେ ଥିରୁଅନନ୍ତପୁରମ୍, କୋଚି, କୋଜିକୋଡେ ଏବଂ କନ୍ନୁର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ହେଲ୍ପ ଡେସ୍କ ଆରମ୍ଭ କରାଯାଇଛି ।

ବିବୃତ୍ତି ଅନୁଯାୟୀ, ଗତ 21 ଦିନ ମଧ୍ୟରେ ଯେଉଁ ଦେଶଗୁଡିକରେ ମାଙ୍କିପକ୍ସ ରିପୋର୍ଟ ହୋଇଛି, ସେହି ଦେଶଗୁଡିକରୁ ଆସୁଥିବା ଯାତ୍ରୀଙ୍କଠାରେ ଯଦି ଜ୍ୱର, ଫୁଲା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଖାଦ୍ୟ ଗିଳିବାରେ ଅସୁବିଧା ଭଳି ଲକ୍ଷଣ ରହିଛି, ତେବେ ବିମାନବନ୍ଦରରେ ହେଲପ୍ ଡେସ୍କ ସହିତ ଯୋଗାଯୋଗ କରିବା ଦରକାର ବୋଲି ପରାମର୍ଶ ଦିଆଯାଇଛି ।

କାୟା ବଢାଉଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ