1. କୃଷି ଖବର

ପୁଣି ଶେୟାର ବଜାରରେ ଲାଗିଲା ବ୍ରେକ, 500 ପଏଣ୍ଚ ଖସିଲା Sensex

ବିଏସଇ ସେନସେକ୍ସ(BSE Sensex) ଓ ଏନଏସଇ ନିଫ୍ଟି(NSE Nifty) ଉଭୟ ତଳମୁହାଁ ଅଛନ୍ତି । ଘରୋଇ ବଜାର ପ୍ରିଓପନ ସେସନରୁ ହିଁ ତଳକୁ ଖସିଯାଇଥିଲା ।

Shuvanshu Kar
Shuvanshu Kar
share market live sensex falls 500 pts

share market live sensex falls 500 pts

ଗତ 2 ଦିନରୁ ଉପରମୁହାଁ ଥିବା ଶେୟାର ମାର୍କେଟର(Share Market) ଗତିରେ ପୁଣି ଲାଗିଛି ବ୍ରେକ । ଅନେକ ଦିନ ପରେ ଚଳିତ ସପ୍ତାହ ମାର୍କେଟ ଗତି ବଢୁଥିବା ନଜର ଆସୁଥିଲା । ହେଲେ ଏହି ଧାରା ଜାରି ରହିବାରେ ବିଫଳ ହୋଇଛି । ଆଉ ଆଜି ଏହା ଉପରେ ଲାଗିଛି ବ୍ରେକ ।

ବିଏସଇ ସେନସେକ୍ସ(BSE Sensex) ଓ ଏନଏସଇ ନିଫ୍ଟି(NSE Nifty) ଉଭୟ ତଳମୁହାଁ ଅଛନ୍ତି । ଘରୋଇ ବଜାର ପ୍ରିଓପନ ସେସନରୁ ହିଁ ତଳକୁ ଖସିଯାଇଥିଲା । ମାର୍କେଟ ଖୋଲିବା କ୍ଷଣି ପ୍ରଥମେ 350 ପଏଣ୍ଟ ଓ ପରେ 700ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି ସେନସେକ୍ସ । 1600 ପଏଣ୍ଚରୁ ତଳେ ଚାଲିଛି ।ବର୍ତ୍ତମାନ ସେନସେକ୍ସ 51,806.68 ପଏଣ୍ଚ ସହ ଚାଲିଥିବାବେଳେ ନିଫ୍ଟି 238 ପଏଣ୍ଟ ତଳକୁ ଖସି 15,400.80 ପଏଣ୍ଟରେ ପହଞ୍ଚିଛି ।

ବିଶ୍ବରେ ଅସ୍ଥିରତା ମଧ୍ୟରେ ଆଜି ଘରୋଇ ଶେୟାର ମାର୍କେଟ ତଳ ଉପରୁ ହେଉଛି । ଆଜିର କାରବାରରେ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ଇଣ୍ଡେକ୍ସ ଦୁର୍ବଳ ହୋଇଛି । ସେନ୍ସେକ୍ସରେ 500ରୁ ଅଧିକ ପଏଣ୍ଟ ତଳକୁ ଖସିଆସିଛି । ସେହିପରି ନିଫ୍ଟି 15400ରେ ଚାଲିଛି । ବ୍ୟବସାୟରେ ସର୍ବଦଳୀୟ ବିକ୍ରି ଦେଖାଯାଉଛି । ସବୁଠୁ ଅଧିକ ହ୍ରାସ ଧାତୁ ଏବଂ ଆଇଟି କ୍ଷେତ୍ରର ଶେୟାରରେ ହୋଇଛି ।

ବ୍ୟାଙ୍କ, ଆର୍ଥିକ ଏବଂ ଆଇଟି ସୂଚକାଙ୍କ ଅଧାରୁ ଅଧିକ ହ୍ରାସ ପାଇଛି। ଅଟୋ, ଫାର୍ମା, FMCG ଏବଂ ରିଅଲିଟି ସହିତ ଅନ୍ୟାନ୍ୟ ପ୍ରମୁଖ ସୂଚକାଙ୍କରେ ମଧ୍ୟ ରେଡ ଲାଲ ସଙ୍କେତରେ ଚାଲିଛି । ହେଭିୱେଟ୍ ଶେୟାରରେ କ୍ଷତି ହୋଇଛି । ସେନ୍ସେକ୍ସର 30ରୁ 25 ଟି ଶେୟାର ଲାଲ୍ ସଙ୍କେତରେ ରହିଛି ।

NPAs: କୃଷି ଋୁଣ 15% ବୃଦ୍ଧି

ଶେୟାର ମାର୍କେଟରେ ଶୁଭ ମଙ୍ଗଳ ଆରମ୍ଭ, Sensex 51900 ପାର

ଆଜି ସବୁଠୁ କ୍ଷତିରେ TATASTEEL, BAJFINANCE, INDUSINDBK, BHARTIARTL, AXISBANK और RELIANCE ଚାଲିଛନ୍ତି ।

ବିଶ୍ବ ବଜାରର କଥା ଯଦି କହିବା, ତେବେ ଏସୀୟ ପ୍ରମୁଖ ବଜାରରେ ଦୁର୍ବଳତା ଦେଖାଯାଉଛି । ମଙ୍ଗଳବାର ଆମେରିକା ବଜାରର ସ୍ଥିତି ଭଲ ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା 111 ଡଲାରରେ ପହଞ୍ଚିଛି । ଏଥି ସହିତ, ଆମେରିକାର ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ 109 ଡଲାର ରହିଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments