News

ଜିଏସଟି ଭୁବନେଶ୍ୱର ଜୋନର ନୂତନ ଚିଫ କମିଶନର ହେଲେ ବିଜୟ କୁମାର କର

୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି ।

10 July, 2022 10:31 AM IST By: Shuvanshu Kar

୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର(Shri Bijoy Kumar Kar) ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ(Bhubaneswar Zone) ଭାବେ ଯୋଗ ଦେଇଛନ୍ତି । ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସଟି(Bhubaneswar GST) ଓ ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟର ପ୍ରିନ୍ସିପାଲ କମିଶନର ଭାବେ କାର୍ଯ୍ୟରତ ଥିଲେ ।

୧୯୮୯ରେ ଆସିଷ୍ଟାଣ୍ଟ କମିଶନର ଭାବେ ବିଭାଗରେ ଯୋଗ ଦେଇ ସେ କୋଲକାତା, ବେଙ୍ଗାଲୁରୁ, ଭାଇଜାଗ, ହାଇଦ୍ରାବାଦ ଆଦି ସ୍ଥାନରେ କାମ କରିଥିଲେ । ୨୦୧୮ରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଥିଲା । ପ୍ରିନ୍ସିପାଲ କମିଶନର, ଭୁବନେଶ୍ୱର ଜିଏସଟି କମିଶନରେଟ ସହ ସେ ଅତିରିକ୍ତ ଭାବେ ଭୁବନେଶ୍ୱର ଅଡିଟ କମିଶନରେଟର ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ବିଜୟ ନେତୃତ୍ୱରେ ଭୁବନେଶ୍ୱର ଅଡିଟ କମିଶନରେଟରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୪୨.୪୫ ପ୍ରତିଶତ ଅଧିକ ଟିକସ ଫାଙ୍କି ଚିହ୍ନଟ ହୋଇଥିବା ବେଳେ ସେହି ଆର୍ଥିକ ବର୍ଷରେ ଟିକସ ଆଦାୟ ପରିମାଣ ପ୍ରାୟ ୭୦୦ ପ୍ରତିଶତ ବୃଦ୍ଧି ପାଇଥିଲା ।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଜିଏସଟି କମିଶନରେଟରେ ୯୭.୫୭ ପ୍ରତିଶତ ଜିଏସଟି ରାଜସ୍ୱ ବୃଦ୍ଧି ହୋଇଥିଲା । ପ୍ରିନ୍ସିପାଲ କମିଶନର ଭାବେ ଶ୍ରୀ କରଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଜିଏସଟି ସେବା କେନ୍ଦ୍ର ଖୋଲିବା ସହ ୱାକାଥନ, ବୃକ୍ଷରୋପଣ, ଯୋଗ ଶିବିର, ବିଭିନ୍ନ ସ୍କୁଲ ଓ କଲେଜରେ ସେମିନାର, ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମକ ପାର୍ଲିଆମେଣ୍ଟ ଆୟୋଜିତ ହୋଇଥିଲା । ଭୁବନେଶ୍ୱର ଜିଏସଟି କମିଶନରେଟରେ ଶ୍ରୀ କରଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ସଫଳତାର ସହ ପାଳିତ ହୋଇଥିଲା ।

GST Compensation:ମେ 31 ସୁଦ୍ଧା ରାଜ୍ୟକୁ ମିଳିଛି ୮୬,୯୧୨ କୋଟି

New GST Rule: ମହଙ୍ଗା ହେବ ଏହିସବୁ ଜିନିଷ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)