1. କୃଷି ଖବର

GST Compensation:ମେ 31 ସୁଦ୍ଧା ରାଜ୍ୟକୁ ମିଳିଛି ୮୬,୯୧୨ କୋଟି

ଭାରତ ସରକାର ୩୧ ମେ ୨୦୨୨ ସୁଦ୍ଧା ରାଜ୍ୟମାନଙ୍କୁ ଜିଏସ୍‌ଟି କ୍ଷତିପୂରଣ ବାବଦକୁ ପ୍ରଦାନ କରାଯିବାକୁ ଥିବା ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

Shuvanshu Kar
Shuvanshu Kar
Centre Clears Entire GST Compensation Due Till 31ST MAY 2022

Centre Clears Entire GST Compensation Due Till 31ST MAY 2022

ଭାରତ ସରକାର ୩୧ ମେ ୨୦୨୨ ସୁଦ୍ଧା ରାଜ୍ୟମାନଙ୍କୁ ଜିଏସ୍‌ଟି କ୍ଷତିପୂରଣ(GST Compensation) ବାବଦକୁ ପ୍ରଦାନ କରାଯିବାକୁ ଥିବା ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ମାନଙ୍କୁ ସେମାନଙ୍କ ସମ୍ବଳ ପରିଚାଳନାରେ ସହାୟତା କରିବା ଏବଂ ଆର୍ଥିକ ବର୍ଷରେ ସେମାନଙ୍କର କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ଉପରେ ବ୍ୟୟ କାର୍ଯ୍ୟକ୍ରମକୁ ସଫଳତାର ସହିତ ସୁନିଶ୍ଚିତ କରିବା କ୍ଷେତ୍ରରେ ସହାୟତା କରିବା ପାଇଁ ଏହି ନିଷ୍ପତି ନିଆ ଯାଇଥିଲା । ଜିଏସ୍‌ଟି କ୍ଷତିପୂରଣ ପାଣ୍ଠିରେ ମାତ୍ର ୨୫,୦୦୦ କୋଟି ଟଙ୍କା ଉପଲବ୍ଧ ଥିବା ସତ୍ୱେ ଏହି ନିଷ୍ପତି ନିଆଯାଇଛି । ସେସ୍ ବାବଦକୁ ଆଦାୟ ହେବାକୁ ଥିବା ବକେୟା ରାଶିକୁ ଆଧାର କରି କେନ୍ଦ୍ର ସରକାର ଏହି ଦେୟ ପ୍ରଦାନ କରୁ ଅଛନ୍ତି ।

ଦେଶରେ ସାମଗ୍ରୀ ଏବଂ ସେବା ଟିକସ(GST) ୧ ଜୁଲାଇ, ୨୦୧୭ରେ ଲାଗୁ କରା ଯାଇଥିଲା ଏବଂ ରାଜ୍ୟ ଗୁଡିକୁ ଜିଏସ୍‌ଟି ଅଧିନିୟମ (ରାଜ୍ୟ ମାନଙ୍କୁ କ୍ଷତିପୂରଣ), ୨୦୧୭ର ପ୍ରାବଧାନ ଗୁଡିକ ଅନୁସାରେ ଜିଏସ୍‌ଟିର କାର୍ଯ୍ୟନ୍ୱୟନ କାରଣରୁ ହୋଇଥିବା କୌଣସି ପ୍ରକାରର ରାଜସ୍ୱ କ୍ଷତି ନିମନ୍ତେ ପାଂଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ମାନଙ୍କୁ ଆଶ୍ୱାସନା ପ୍ରଦାନ କରା ଯାଇଥିଲା । ରାଜ୍ୟ ଗୁଡିକୁ କ୍ଷତିପୂରଣ ଦେବା ପାଇଁ, କିଛି ସାମଗ୍ରୀ ଉପରେ ଅଧିଶେଷ (ସେସ୍‌) ଲାଗୁ କରା ଯାଉଛି ଏବଂ ସମସ୍ତ ସେସ୍ ରାଶିକୁ କ୍ଷତିପୂରଣ କୋଷରେ ଜମା କରାଯାଉଛି । ରାଜ୍ୟ ଗୁଡିକୁ କ୍ଷତିପୂରଣ ବାବଦକୁ ଅର୍ଥ ୧ ଜୁଲାଇ ୨୦୧୭ ତାରିଖରୁ କ୍ଷତିପୂରଣ ପାଣ୍ଠିରୁ ପ୍ରଦାନ କରାଯାଉଛି ।

୨୦୧୭ -୧୮, ୨୦୧୮ - ୧୯ ପାଇଁ ରାଜ୍ୟ ମାନଙ୍କୁ ଦ୍ୱି ମାସିକ ଜିଏସ୍‌ଟି କ୍ଷତିପୂରଣ(GST Compensation​) ବାବଦ ଦେୟ କ୍ଷତିପୂରଣ ପାଣ୍ଠିରୁ ଠିକ୍ ସମୟରେ ପ୍ରଦାନ କରା ଯାଇଥିଲା । ରାଜ୍ୟ ଗୁଡିକର ସଂରକ୍ଷିତ ରାଜସ୍ୱ ୧୪% ଯୌଗିକ ହାରରେ ବୃଦ୍ଧି ପାଉଥିବା ବେଳେ ସେହି ସମୟରେ ସେସ୍ ସଂଗ୍ରହ ସମାନ ଅନୁପାତରେ ବୃଦ୍ଧି ପାଇଲା ନାହିଁ, କୋଭିଡ୍‌- ୧୯ ପୁଣି ସେସ୍ ଆଦାୟରେ ହ୍ରାସ ସହିତ ସଂରକ୍ଷିତ ରାଜସ୍ୱ ଏବଂ ପ୍ରକୃତ ରାଜସ୍ୱ ଆଦାୟ ମଧ୍ୟରେ ବ୍ୟବଧାନକୁ ଅଧିକ ବଢ଼ାଇ ଦେଲା ।

କମ୍ ପରିମାଣର କ୍ଷତିପୂରଣ ପ୍ରଦାନ କରାଯିବା କାରଣରୁ ରାଜ୍ୟ ଗୁଡିକର ସମ୍ବଳ ବ୍ୟବଧାନକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ, କେନ୍ଦ୍ର ୨୦୨୦ -୨୧ରେ ୧.୧ ଲକ୍ଷ କୋଟି ଟଙ୍କା ଉଧାର କରିଛି ଏବଂ ୨୦୨୧- ୨୨ରେ ୧.୫୯ ଲକ୍ଷ କୋଟି ଟଙ୍କା ସେସ୍ ଆଦାୟରେ ଘଟିଥିବା ହ୍ରାସର ଏକ ଅଂଶକୁ ଭରଣା କରିବା ପାଇଁ ବ୍ୟାକ୍ - ଟୁ - ବ୍ୟାକ୍ ଋଣ ରୂପରେ ପ୍ରଦାନ କରିଛି । ଉପରୋକ୍ତ ନିର୍ଣ୍ଣୟ ଉପରେ ସମସ୍ତ ରାଜ୍ୟ ସହମତ ହୋଇଛନ୍ତି । ଏହା ବ୍ୟତୀତ କେନ୍ଦ୍ର ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ପାଣ୍ଠିରୁ ନିୟମିତ ରୂପରେ ଜିଏସ୍‌ଟି ବାବଦକୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରି ଚାଲିଛି ।

ବ୍ୟବସାୟ ଋଣ କରୋନା ଜୀବାଣୁ କାରଣରୁ ବ୍ୟବସାୟର ଅବନତିର ଅବସ୍ଥାକୁ ସଂଶୋଧନ କରିବ, ଜାଣନ୍ତୁ କେଉଁଟି ଆପଣଙ୍କ ପାଇଁ ସର୍ବୋତ୍ତମ ହେବ

ସବୁ ବର୍ଗ ଙ୍କ ଲାଗି ଏଥରକ ବଜେଟ !!

କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ସଂଯୁକ୍ତ ପ୍ରୟାସ ଗୁଡିକ ଯୋଗୁଁ, ସେସ୍ ସହିତ ସମସ୍ତ ମାସିକ ଜିଏସ୍‌ଟି ସଂଗ୍ରହରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଗତ ଆର୍ଥିକ ବର୍ଷ ଗୁଡିକରେ ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ - ମେ ମାସର ଅବଧି ନିମନ୍ତେ ପ୍ରଦାନ କରାଯିବାକୁ ଥିବା ଜିଏସ୍‌ଟି କ୍ଷତିପୂରଣର ବିବରଣୀ ନିମ୍ନରେ ପ୍ରଦାନ କରା ଯାଇଥିବା ତାଲିକା ଅନୁସାରେ ଦିଆ ଯାଇଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments