1. କୃଷି ଖବର

ପିଏମ ଇ-ବିଦ୍ୟା ଡିଟିଏଚ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି । ଏନଇପି ବା ଜାତୀୟ ଶିକ୍ଷାନୀତିର ପାରା ୪.୨୨ ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ ।

Tanushree Mahapatra
Tanushree Mahapatra
Shri Dharmendra Pradhan to launch PMeVIDYA DTH Channel

Shri Dharmendra Pradhan to launch PMeVIDYA DTH Channel

ନୂଆଦିଲ୍ଲୀରେ ବୁଧବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍କେତିକ ଭାଷାର ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ନମ୍ବର ୩୧କୁ ଲୋକାର୍ପଣ କରିବେ । କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସଏଲ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଓ ଅନେକ ବଧିର ଅନୁଷ୍ଠାନର ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ନେବେ ।

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି । ଏନଇପି ବା ଜାତୀୟ ଶିକ୍ଷାନୀତିର ପାରା ୪.୨୨ ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ । ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି । ତେବେ ସ୍ଥଳ ବିଶେଷରେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ବି ଦିଆଯିବ ବୋଲି କୁହାଯାଇଛି ।

ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ବିଦ୍ୟାଳୟର ଏକ ଭାଷା ଭିତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ ଇ-ବିଦ୍ୟା ଚ୍ୟାନେଲ ଲୋକାର୍ପଣ କରାଯିବ । ଉଭୟ କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାର ବଧିର ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶିକ୍ଷକ, ନିଯୁକ୍ତି ପ୍ରଶିକ୍ଷଣର ବିଭିନ୍ନ ଅଂଶୀଦାରଙ୍କ ଲାଗି ଏହି ଚ୍ୟାନେଲ ବହୁ ଗୁରୁତ୍ୱପୂର୍ଣ ଭୂମିକା ନିଭାଇବ ।

ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ଏହି ଚ୍ୟାନେଲ କାମ କରିବ । ଇଂରାଜୀ, ହିନ୍ଦୀ ପରି ଆଇଏସଏଲ ବା ଏହି ସାଙ୍କେତିକ ଭାଷାକୁ ଏକ ଭାଷାର ମାନ୍ୟତା ଦେବା ଲାଗି ଏହି ଡିଟିଏଚ ଚ୍ୟାନେଲ ପ୍ରମୁଖ ଭୂମିକା ନିଭାଇବ ।

Read more:

OUATର ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ଯୁବରାଜ ପରିହାର ପ୍ରଥମ ରନର୍ ଅପ୍ 'ଭାରତର ଧନୀ କୃଷକ' ପୁରସ୍କାରରେ ସମ୍ମାନିତ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ