
sixth annual meeting of federation of seed indutry of india
କୃଷି କାର୍ଯ୍ୟ ପାଇଁ ଚାଷୀମାନେ ସବୁଠୁ ଅଧିକ ବିହନ ଉପରେ ନିର୍ଭର କରିଥାନ୍ତି । ବିହନ ବିନା ଚାଷୀଙ୍କ ପାଇଁ ଚାଷୀ କାମର କଳ୍ପନା କରାଯାଇନପାରେ । ହେଲେ ବର୍ତ୍ତମାନ ସମୟରେ ଚାଷୀଙ୍କୁ ଦୃଷ୍ଟିରେ ରଖି ବିହନକୁ ଆହୁରି ଉନ୍ନତ କରିବା ଲାଗି ବିଶ୍ବରେ ଅନେକ ଅନୁସନ୍ଧାନ ଜାରି ରହିଛି । ଏହାକୁ ନେଇ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଫେଡେରେସନ ଅଫ ସିଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆର ଷଷ୍ଠ ତମ ବାର୍ଷିକ ଅଧିବେଶନ ଆୟୋଜିତ ହୋଇଛି ।
ଏହି ଅଧିବେଶନରେ ଆର୍ଜେଣ୍ଟିନାର ମାରିଆନୋ ବେହେରାନ୍, ଆନ୍ତର୍ଜାତୀୟ ବିହନ ସଂଘର ଡ. ସିଆଙ୍ଗ ହି ତାନ୍, ଆନ୍ତର୍ଜାତୀୟ ସିଡ ଫେଡେରେଶନର ମାଇକେଲ୍ କେଲରଙ୍କ ପରି ବହୁ ଦେଶର ପ୍ରତିନିଧୀ ଏଠାରେ ଉପସ୍ଥିତ ଥିଲେ ।
ଏହି ଅଧିବେଶନ ଦୁଇଟି ପୃଥକ ପର୍ଯ୍ୟାୟରେ ଆୟୋଜିତ ହୋଇଥିଲା ଏବଂ ଏଥିରେ FSII ଚେୟାରମ୍ୟାନ୍ ଡ. ଏମ ରାମସ୍ୱାମୀ, ଆଇସିଏଆର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ, FSII ମହାନିର୍ଦ୍ଦେଶକ ରାମ କୁନ୍ଦନିଆ ଉପସ୍ଥିତ ଥିଲେ। ହିମାଂଶୁ ପାଠକ ଏଥିରେ ମୁଖ୍ୟ ଅତିଥି ରହିଥିଲେ ।
ଏହି ସମସ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଦେଶ ତଥା ବିଶ୍ବର ବଡ ବିହନ କମ୍ପାନୀର ପ୍ରତିନିଧୀ ଯେପରିକି ଇଣ୍ଡୋ ଆମେରିକାନ ଚେୟାରମ୍ୟାନ ଓ ଏମଡି ସନ୍ତୋଷ ଅତ୍ତବାର, ଏସେନ ହାଇଓ୍ବେଗ ଏମଡି ଓ ଏଫଏସଆଇଆଇ ଉପାଧ୍ୟକ୍ଷ ଅରବିନ୍ଦ କପୁର, ବାୟରର ମାର୍କେଟିଂ ଡେଭଲପମେଣ୍ଟ ମୁଖ୍ୟ ଶ୍ରୀନିବାସ, ବାୟୋସିଡ ରିସର୍ଚ୍ଚ ଡାଇରେକ୍ଟର ପରେଶ ବର୍ମା, ଆଗ୍ରୋ ବାୟୋ ଟେକ୍ନୋଲୋଜୀ ନିର୍ଦ୍ଦେଶକ ରତ୍ନା କୁମାର, ବାୟର କ୍ରପ ସାଇନ୍ସ ଲିମିଟେଡରୁ ରାଜବୀର ରାଠି ମଧ୍ୟ ଉପସ୍ଥିତ ଥିଲେ ।

sixth annual meeting of federation of seed indutry of india
ଅଧିବେଶନ ଉଦ୍ଦେଶ୍ୟ
ରାଷ୍ଟ୍ରୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ଏହି ଅଧିବେଶନରେ ମୁଖ୍ୟତ ଦେଶର ଅର୍ଥନୈତିକ ବିକାଶରେ କୃଷିର ଅବଦାନକୁ ବୃଦ୍ଧି କରିବା, କୃଷକଙ୍କ ଆୟ ବୃଦ୍ଧି, ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବା ଏବଂ କୃଷି ରପ୍ତାନିକୁ ପ୍ରୋତ୍ସାହିତ କରିବା ଆଲୋଚନାର ବିଷୟବସ୍ତୁ ରହିଥିଲା । ଡାଲି ଏବଂ ତୈଳବୀଜରେ ଆତ୍ମନିର୍ଭରଶୀଳତା, ସ୍ମାର୍ଟ ଏବଂ ସ୍ଥାୟୀ ଉତ୍ପାଦନ, ଖାଦ୍ୟ ଏବଂ ପୁଷ୍ଟିକର ନିରାପତ୍ତା ପାଇଁ ଫସଲର ବିବିଧତା ଉପରେ ଏହି ଅଧିବେଶନ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ।
ଏହା ବ୍ୟତୀତ ବିହନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ଦେବା ଏବଂ ବିହନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ନିର୍ଦ୍ଦିଷ୍ଟ ନୀତି ଉପରେ ଧ୍ୟାନ ଦେଇ ବିହନ ପରିଚାଳନା ପାଇଁ ସର୍ବଭାରତୀୟ ଫାଇଟୋସାନିଟାରୀ ଭଳି ବିଷୟ ଉପରେ ଆଲୋଚନା କରାଯାଇଥିଲା।

sixth annual meeting of federation of seed indutry of india
ଫେଡେରେସନ୍ ଅଫ୍ ସିଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ କ’ଣ?
ଫେଡେରେସନ୍ ଅଫ୍ ସିଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (FSII) ହେଉଛି ଭାରତରେ ଖାଦ୍ୟ, ଚାରା ଏବଂ ଫାଇବର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିହନ ଉତ୍ପାଦନରେ ଆଧାରିତ ଉଦ୍ଭିଦ ବିଜ୍ଞାନ ଶିଳ୍ପର ଏକ ସଙ୍ଗଠନ । ଏହାର ଉଦ୍ଦେଶ୍ୟ ମୁଖ୍ୟତଃ ଚାଷରେ ଭଲ ଗୁଣବତ୍ତା ବିହନ ପ୍ରୋତ୍ସାହିତ କରିବା । କୃଷକ, ବିହନ କମ୍ପାନୀ, ଗ୍ରାମୀଣ ସମ୍ପ୍ରଦାୟ, ନୀତି ନିର୍ମାତା, ସରକାରୀ କର୍ମଚାରୀ, ବୈଜ୍ଞାନିକ, ଉତ୍ପାଦକ ସଂଗଠନ, ଏନଜିଓ ଏବଂ ଅନ୍ୟାନ୍ୟ ବିବିଧ ହିତାଧିକାରୀଙ୍କ ସହ FSII ଏବଂ ଏହାର ସଦସ୍ୟ କମ୍ପାନୀଗୁଡିକ ବିଭିନ୍ନ ହିତାଧିକାରୀଙ୍କ ସହ ସହଯୋଗ କରନ୍ତି ।
Share your comments