
Smart pds should be implemented in all states
ଗରିବ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର l ( SMART PDS SYSTEM ) ଗରିବ ଲୋକଙ୍କୁ ଦାନା ଦେବା ପାଇଁ ସରକାରଙ୍କ ପ୍ରୟାସ ଏହା l ବେଳେବେଳେ ଦେଖିବାକୁ ମିଳେ ଯେ କିଛି କ୍ଷେତ୍ରରେ ଅନେକ ଗରିବ ଲୋକ ଏହି ସୁବିଧାରୁ ବଂଚିତ ରହିଥାନ୍ତି l କିନ୍ତୁ ଏବେ କେନ୍ଦ୍ର ସରକାର ଦେଉଥିବା ପିଡ଼ିଏସ ଚାଉଳରେ କିପରି ବାଟମାରଣା ନହେବ ସେଥିପାଇଁ ସ୍ମାର୍ଟ-ପିଡିଏସ୍ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି l
ଏ ନେଇ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇ କହିଛନ୍ତି । ଗତକାଲି ଖାଦ୍ୟ ମନ୍ତ୍ରୀଙ୍କ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ସ୍ମାର୍ଟ-ପିଡିଏସ୍ ହେଉଛି ଏକ ଟେକ୍ନୋଲୋଜି ଚାଳିତ ପଦକ୍ଷେପ ଏବଂ ବର୍ତ୍ତମାନ ସମୟର ଆବଶ୍ୟକତା, ତେଣୁ ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳରେ ସ୍ମାର୍ଟ-ପିଡିଏସ୍ ଗମ୍ଭୀର ଲାଗୁ କରିବା ଆବଶ୍ୟକ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯିବା ଉଚିତ୍ ବୋଲି ପୀୟୁଷ ଗୋୟଲ କହିଛନ୍ତି ।
ପିଡ଼ିଏସ ଚାଉଳ ଯୋଗାଣ ତଥା ବଣ୍ଟନରେ କିପରି ମାନବ ହସ୍ତକ୍ଷେପକୁ ହ୍ରାସ କରିବା ଏବଂ ବିଦ୍ୟମାନ ପ୍ରକ୍ରିୟାରେ ସ୍ୱୟଂଚାଳିତତାକୁ ପ୍ରୋତ୍ସାହିତ କରିବା ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଏକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ସରକାରୀ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜନସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଖାଦ୍ୟ ଶସ୍ୟର ମାଗଣା ଯୋଗାଣ ଶୃଙ୍ଖଳା ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ୍ ବୋଲି ସେ କହିଛନ୍ତି । ତେବେ ଏହି ବ୍ୟବସ୍ଥାରେ ଅନେକ ଗରିବ ଲୋକ ସହାୟତା ତଥା ଠକେଇ ରୁ ମଧ୍ୟ ବଞ୍ଚିତ ହେବେ l
ସେହିପରି ଏହି ସମୟରେ ପୀୟୁଷ ଗୋୟଲ ଆନ୍ଧ୍ରପ୍ରଦେଶର କମାଣ୍ଡ ନିୟନ୍ତ୍ରଣକୁ ପ୍ରଶଂସା କରି କହିଥିଲେ ଯେ, ଖୁବ ଶୀଘ୍ର କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏହାକୁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ କାର୍ଯ୍ୟକାରୀ କରିବେ। ଷ୍ଟୋରେଜ୍ ଫ୍ରଣ୍ଟରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ତଥା ଏଫସିଆଇ ଏହାର ଗୋଡାଉନ୍ ମାନଙ୍କୁ ତାରକା ମାନ୍ୟତା ପ୍ରାପ୍ତ ଗୋଡାଉନ୍ କୁ ଉନ୍ନୀତ କରୁଛି ଏବଂ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ଗୋଡାଉନ୍ ଅପଗ୍ରେଡ୍ କରିପାରିବେ । ଯେଉଁଥିରେ ସମସ୍ତ ତଥ୍ୟ ସଂଗ୍ରହ କରି ରଖାଯିବ ଆଗାମୀ ଭବିଷ୍ୟତ ପାଇଁ l
ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ନିଜ ମୂଲ୍ୟବାନ ସମୟ ନେଇଥିବାରୁ କେନ୍ଦ୍ର ମନ୍ତ୍ରୀ ସମସ୍ତ ରାଜ୍ୟ ଖାଦ୍ୟ ମନ୍ତ୍ରୀ, ରାଜ୍ୟ ଅଧିକାରୀ ତଥା ଖାଦ୍ୟ ଏବଂ ଜନ ବଣ୍ଟନ ବିଭାଗର ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ଲୋକ ଗରିବଙ୍କ ସେବା କରୁଛନ୍ତି ଏବଂ ତେଣୁ ଆମେ ଆମର କାର୍ଯ୍ୟକୁ ଆନ୍ତରିକତାର ସହିତ ସମସ୍ତ କାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ଗରିବମାନେ ସେମାନଙ୍କର ଅଧିକାରଯୁକ୍ତ ଖାଦ୍ୟ ଶସ୍ୟ ଠିକ୍ ସମୟରେ ପାଇପାରିବେ । କୌଣସି ଠକେଇ ର ଶିକାର ହେବେ ନାହିଁ l
ଗରିବ ଲୋକ କେହି ଭୋକରେ ରହିବେ ନାହିଁ , ଏଥିପାଇଁ ରାଜ୍ୟ ତଥା ଦେଶରେ ଚାଲିଛି ପ୍ରୟାସ । ସରକାର ଖଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ଆଗୁଆ ୩ ମାସର ଚାଉଳ ପ୍ରଦାନ କରିବା ସହ ବିଭିନ୍ନ ସମୟରେ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରୁଛନ୍ତି । ବେଳେବେଳେ ଅନେକ କ୍ଷେତ୍ରରେ ପିଡ଼ିଏସ ଚାଉଳ ଚୋରା ଚାଲାଣ ହୋଇଥାଏ ଯାହାଦ୍ୱାରା ଲୋକେ ଅନେକ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି l ଏହି ବ୍ୟବସ୍ଥା ହେବା ଦ୍ୱାରା ଆଶା କରାଯାଉଛି ଯେ ଅନେକ ଲୋକ ଏଥିରୁ ବଞ୍ଚିତ ହେବେ ଏବଂ ସଠିକ ସମୟରେ ନିଜ ସରକାରୀ ସୁବିଧା ମଧ୍ୟ ପାଇପାରିବେ l ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି କିଛି ନୂଆ ନୁହେଁ । କେତେବେଳେ ବାଟ ମାରଣା ତ ଆଉ କେତେବେଳେ ହରିଲୁଟ ହେଉଛି ପିଡ଼ିଏସ ଚାଉଳ ବଣ୍ଟନରେ । ଯାହା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଅନିୟମିତତା ଦେଖିବାକୁ ମିଳେ l ଏବେ ଏହି ବ୍ୟବସ୍ଥା ଗରିବ ଲୋକଙ୍କୁ ସହାୟତା ଯୋଗାଇବ l
ୠତୁ ଅନୁଯାୟୀ କିପରି କରିବେ ମାଛ ପୋଖରୀର ଯତ୍ନ ? ପଢନ୍ତୁ ପୁରା ଖବର ......
Share your comments