1. କୃଷି ଖବର

ନୂଆ କୌଶଳରେ ଆଳୁ ଚାଷ କରନ୍ତୁ- ବଢ଼ିବ ଅମଳ, କମିବ ଖର୍ଚ୍ଚ

ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ । ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ । ଏହା ଶ୍ୱେତସାରର ଏକ ମୁଖ୍ୟ ଉତ୍ସ । ଆଳୁରେ ଶ୍ୱେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ ।

Sudesna Nayak
Sudesna Nayak
smart way for potato cultivation

smart way for potato cultivation

ଆଳୁ ଏକ ପରିବା ବିଶେଷ ଯାହା ମାଟି ତଳେ ବଢି଼ଥାଏ । ସାଧାରଣ ଓଡି଼ଆ ଖାଦ୍ୟରେ ଆଳୁର ଭୂମିକା ଉଲ୍ଲେଖଯୋଗ୍ୟ । ଏହା ଶ୍ୱେତସାରର ଏକ ମୁଖ୍ୟ ଉତ୍ସ । ଆଳୁରେ ଶ୍ୱେତସାର ଅଧିକ ଥିବାରୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ ।

ଆଳୁକୁ  ମୁଖ୍ୟତଃ ଏକ ପରିବା ଭାବରେ ବ୍ୟବହାର କରାଯାଏ, ତଥାପି ଏହା ଏମିତି ଏକ ପରିବା ଯାହାକୁ ସମସ୍ତ ପ୍ରକାରର ତରକାରୀରେ ମିଶାଯାଇପାରିବ l ସମୟର ତାଳେ ତାଳେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଆଳୁରୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି l ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆଳୁ ଆମ ଦେଶରେ ଏକ ମୁଖ୍ୟ ପରିବା ରୂପେ ବ୍ୟବହୃତ ହେଉଅଛି । ଆଳୁ ଚାଷ କ୍ରମେ କ୍ରମେ ଅଧିକ ଲାଭଜନକ ହେବା ଫଳରେ ଅନେକ ଚାଷୀ ଏହ। କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।କହିବାକୁ ଗଲେ ନିକଟରେ, ନିମାପଡ଼ା କୁଅଁରପୁରର କିଛି ଚାଷୀ ଏକତ୍ର ମିଶି ଆଳୁ ଚାଷ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସେମାନଙ୍କୁ ଉନ୍ନତ ବିହନ ଯୋଗାଇବା ସହ ଚାଷ ପ୍ରଣାଳୀ ବତାଇଥାଏ ଅନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର । ରାଜ୍ୟ ଉଦ୍ୟାନ କୃଷି ବିଭାଗର ସହାୟତାରେ ଓ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଏଠାରେ ଏକ ପ୍ରକଳ୍ପ ଅଧୀନରେ ଆଳୁ ଚାଷ ହୋଇଥାଏ । ଏହି ପ୍ରକଳ୍ପର ନାଁ ହେଲା ‘କ୍ଷୁଦ୍ର ଚାଷୀଙ୍କ ଦ୍ୱାରା ବୃହତ କୃଷି କ୍ଷେତ୍ର ସଂଯୋଜନା’।

ଏହି ପ୍ରକଳ୍ପରେ କ୍ଷୁଦ୍ର ସ୍ୱଳ୍ପ ଜମିଧାରୀ ଚାଷୀଙ୍କ ଏକ ଗୋଷ୍ଠୀ ଗଢ଼ାଯାଇ ସେମାନଙ୍କ ମୂଳ କ୍ଷେତକୁ ଏକ ବଡ଼ କ୍ଷେତ୍ରରେ ପରିଣତ କରାଯାଉଛି । ଏହି ପ୍ରକଳ୍ପ ଅଧୀନରେ ଉନ୍ନତ ବିହନ ଯୋଗାଇ ଦେବା ସହିତ ଚାଷୀମାନେ ସିଧାସଳଖ କିପରି ବିଭିନ୍ନ କମ୍ପାନିଠାରୁ ସାର ଓ କୀଟନାଶକ ସୁଲଭ ଦରରେ ପାଇପାରିବେ ତାହାର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ପାରମ୍ପରିକ ପଦ୍ଧତି ଛାଡ଼ି ଯାନ୍ତ୍ରିକ ପଦ୍ଧତିରେ ଉନ୍ନତ କିସମ ଆଳୁ ଚାଷ କଲେ ଅମଳ ବଢ଼େ ଓ ଖର୍ଚ୍ଚ କମେ । ଖରିଫ ଧାନ ଅମଳ ପରେ ଜମିକୁ ପଡ଼ିଆ ନଛାଡ଼ି ସେଠି ଯଦି ସ୍ୱଳ୍ପ କିମ୍ବା ମଧ୍ୟମ କିସମ ଆଳୁ ଚାଷ କରାଯାଏ ।

ରାଜ୍ୟ ସରକାରଙ୍କ ଆଳୁ ମିଶନ ଅଧୀନରେ ଜାରି ରହିଥିବା ଏହି ପ୍ରଚେଷ୍ଟା ଓଡ଼ିଶାକୁ ଯେ ଦିନେ  ସାରାଦେଶରେ ଆଳୁ ଉତ୍ପାଦନରେ ସ୍ୱତନ୍ତ୍ର ପରିଚୟ ଦେବ ସେଥିରେ ସନ୍ଦେହ ନାହିଁ।

ଆଳୁକୁ ପରିବା ମାନଙ୍କର ରାଜା କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ଅଟେ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେ ମାନେ ଆଳୁ ଖାଇଥାଆନ୍ତି । ଆଳୁ ଖାଇବାଦ୍ୱାରା ହଜମ କ୍ରିୟା ଭଲ ଭାବେ କାର୍ଯ୍ୟ କରେ, ହୃଦୟ ସୁସ୍ଥ ରହେ, କୋଲେଷ୍ଟ୍ରଲର ମାତ୍ରା କମ ରହେ। ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍‍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments