
Smit Shah, President of Drone Federation of India Visits Krishi Jagran
କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଥାଏ କୃଷି ଜାଗରଣ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି ମଙ୍ଗଳବାର (Tuesday)କୃଷି ଜାଗରଣ ଚୌପାଲରେ ଯୋଗ ଦେଲେ ସ୍ମୀତ ଶାହା president drone federation of india । ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ଓ ସମସ୍ତ କର୍ମଚାରୀ ମିଶି ସ୍ମୀତ ଶାହା (smit shah)ଙ୍କୁ ସ୍ବାଗତ ଜଣାଇଥିଲେ । ସ୍ମୀତ ଶାହା (smit shah)ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ ।
ସୂଚନା ଅନୁଯାୟୀ, କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଏହା ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରାଯିବ । ଦେଶରେ କୃଷି କ୍ଷେତ୍ରରେ ଡ୍ରୋନ (Drone)ବ୍ୟବହାର ହେବ । ଚାଷୀଙ୍କୁ ସହାୟକ ହେବ ଡ୍ରୋନ (Drone) । ଡ୍ରୋନ (Drone) ସହାୟତାରେ ଚାଷୀ ନିଜର ସମୟ ବଞ୍ଚାଇବା ସହିତ ଆୟ ମଧ୍ଯ ବଢାଇପାରିବେ । ଡ୍ରୋନ (Drone) ଗୁଡିକ ଚାଷୀ (farmers)ଙ୍କୁ ଚାଷ କାମରେ ସାହାଯ୍ୟ କରିବ । ଚାଷ ଜମିରେ କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ ସିଞ୍ଚନ କରିବ ।
କୃଷି ଜାଗରଣ ଚୌପାଲରେ ଖୋଲା ହୃଦୟରେ କୃଷି କ୍ଷେତ୍ରକୁ ନେଇ ସୁନ୍ଦର ବକ୍ତବ୍ୟ ଦେବା ସହିତ ପାଇଁ ନିଜର ଭିଜନକୁ ଉପସ୍ଥାପନ କରିଛନ୍ତି ସ୍ମୀତ ଶାହା president drone federation of india ।

Smit Shah, President of Drone Federation of India Visits Krishi Jagran
ଜୈବିକ ଚାଷ ପ୍ରଣାଳୀ ଏବଂ ଚାଷ କ୍ଷେତ୍ରରେ ଡ୍ରୋନ ବ୍ୟବହାର ବିଷୟରେ,ଜାଣନ୍ତୁ...
ଯେଉଁ ଜମିରେ ରସାୟନିକ ସାର ବା ପୋକ ମରା ଔଷଧ ଆଦୌ ହିଁ ପକାଯାଇନାହିଁ ସେଥିରେ ଜୈବିକ ଚାଷ (organic farming) ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ଜୈବିକ ଫସଲ ଅମଳ କରାଯାଇ ପାରିବ । ସର୍ବପ୍ରଥମେ ଜମିର ଚାଷ ପଦ୍ଧତି, ସାର ବ୍ୟବହାର ଓ ରୋଗ ପୋକ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡିବ । ପ୍ରତ୍ୟେକ ସ୍ତରରେ ଜୈବିକ ପଦ୍ଧତି (organic farming) ଅବଲମ୍ବନ କରିବାକୁ ହେବ । ଜୈବିକ (Organic)ସାରରେ ଉତ୍ପାଦନ ପନିପରିବା ସ୍ୱାସ୍ଥ୍ୟ ପକ୍ଷେ ବେଶ ସହାୟକ ହୋଇଥାଏ ।

Smit Shah, President of Drone Federation of India Visits Krishi Jagran
ପ୍ରକାଶ ଥାଉ ଯେ, ଡ୍ରୋନ (Drone)ସହାୟତାରେ ଚାଷୀମାନେ (farmers) ଫସଲରେ କୀଟ ନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଏହା ଚାଷୀ (farmers) ର ଆୟ ମଧ୍ୟ ବଢ଼ାଇବାରେ ସହାୟକ ହେବ ।
ସୃଷ୍ଟି ହେଲା ଲଘୁଚାପ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ : ନାମ୍ବିଆରୁ ଭାରତକୁ ଆସିଲା ୮ଟି ଚିତା ବାଘ
Share your comments