1. କୃଷି ଖବର

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକ

ଭୁବନେଶ୍ୱର : ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଫାର୍ମପଣ୍ଡ ଯୋଜନା କୃଷି ସହିତ ଆନୁଷଙ୍ଗିକ କୃଷିକ୍ଷେତ୍ରରେ ଆୟବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁଥିବାରୁ ରାଜ୍ୟ ସରକାର ଫାର୍ମପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରି ହିତାଧିକାରୀ ଚୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଏବଂ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

KJ Staff
KJ Staff

‘ରାଜ୍ୟ ସରକାର ଫାର୍ମପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି’

ଭୁବନେଶ୍ୱର : ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଫାର୍ମପଣ୍ଡ ଯୋଜନା କୃଷି ସହିତ ଆନୁଷଙ୍ଗିକ କୃଷିକ୍ଷେତ୍ରରେ ଆୟବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁଥିବାରୁ ରାଜ୍ୟ ସରକାର ଫାର୍ମପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ କରି ହିତାଧିକାରୀ ଚୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଏବଂ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି କୃଷି ଭବନଠାରେ ୩୦ଟି ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଫାର୍ମପଣ୍ଡର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନିମନ୍ତେ କହିଛନ୍ତି । ଫାର୍ମପଣ୍ଡ ଯୋଜନାରେ ମିଳୁଥିବା ଆବେଦନଗୁଡ଼ିକ ଠିକ୍‌ ସମୟରେ ଯାଞ୍ଚ ଓ ହିତାଧିକାରୀ ଚୟନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ । ଚଳିତ ବର୍ଷ ନିମନ୍ତେ ବିଭିନ୍ନ ଯୋଜନାରେ ମିଳିଥିବା ଆର୍ଥିକ ଅନୁଦାନକୁ ସଂପୂର୍ଣ୍ଣ ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ମନ୍ତ୍ରୀ କହିଥିଲେ । ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀ ଓ ସଫଳ ହିତାଧିକାରୀମାନଙ୍କୁ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଜାଣିବା ନିମନ୍ତେ ଅନ୍ୟ ରାଜ୍ୟକୁ ପରିଦର୍ଶନରେ ପଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ଅଧିକାରୀମାନେ ଭର୍ମିକମ୍ପୋଷ୍ଟ ଓ ବାୟୋଫର୍ଟିଲାଇଜର ସଠିକ ଯୋଗାଣ ଓ ଏହାର ମାନ ପରୀକ୍ଷଣ ଉପରେ ସର୍ବଦା ଗୁରୁତ୍ୱ ଦେବା ପାଇଁ କହିଥିଲେ । ଫାର୍ମପଣ୍ଡ ଓ ଚେକ୍‌ଡ୍ୟାମ୍‌ କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପମ୍ପସେଟ୍‌, ସ୍ପ୍ରେୟର, ସୌର ଜଳନିଧି ଆଦି ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଥିବାରୁ ହିତାଧିକାରୀମାନେ ଏହାର ଲାଭ ଉଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଜଳ ସୁପରିଚାଳନା ଓ ସୁବିନିଯୋଗ ଦିଗରେ ଅଧିକାରୀମାନେ ଅନ୍ୟ ସଂପୃକ୍ତ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟକରିବାକୁ କହିଥିଲେ । ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଟୋଲ୍‌ ଫି୍ର ମୋବାଇଲ୍‌ ସୂଚନା ଆପ୍‌ ‘ଆମ କୃଷି’ କୃଷକମାନଙ୍କର ସମସ୍ୟା ସମାଧାନ ଦିଗରେ ସହାୟକ ହୋଇପାରିଛି ବୋଲି ସେ କହିଥିଲେ । ଏଥି ସହିତ ଗ୍ରାମପଞ୍ଚାୟତ ଓ ବ୍ଲକ୍‌ସ୍ତରରେ ଅନୁଷ୍ଠିତ ସାପ୍ତାହିକ ଓ ପାକ୍ଷିକ ବୈଠକରେ ଅଧିକାରୀମାନେ ନିୟମିତ ଯୋଗଦେଇ କ୍ଷେତ୍ରସ୍ତରରେ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଫଳ ଓ ପନିପରିବା ଏବଂ ଅର୍ଥକରୀ ଫସଲ ଚାଷ ଓ ସମନ୍ୱିତ କୃଷି କାର୍ଯ୍ୟ ଦିଗରେ ଜଳଛାୟା ଉନ୍ନୟନ ବିଶେଷ ଲାଭଦାୟକ ହୋଇପାରିବ ବୋଲି କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments