1. କୃଷି ଖବର

BIG UPDATE : ୨୦୦ ବର୍ଗଫୁଟର ଶୀତଳଭଣ୍ଡାର

ସୋଲାର ଶୀତଳଭଣ୍ଡାର କ'ଣ ଏବଂ କେଉଁଠାରେ ଏହା ସ୍ଥାପନ ହୋଇପାରିବ ?

Tanushree Mahapatra
Tanushree Mahapatra
solar cold storages will be installed, image source - pexels.com

solar cold storages will be installed, image source - pexels.com

ଓଡିଶା ରାଜ୍ୟ ଏକ ଚାଷ ବହୁଳ ରାଜ୍ୟ l  ଚାଷ ଫସଲକୁ ଗୁରୁତ୍ତ୍ଵ ଦିଅନ୍ତି ଓଡିଶା ରାଜ୍ୟ ସରକାର l ତେବେ ଫସଲ ଓ ପନିପରିବା ନଷ୍ଟ ସମସ୍ୟାର ମୁକାବିଲା ଲାଗି ରାଜ୍ୟରେ ପ୍ରାୟତଃ ୧୬୦ ବର୍ଗଫୁଟରୁ ଆରମ୍ଭ କରି ୨୦୦ ବର୍ଗଫୁଟ ପର୍ଯ୍ୟନ୍ତ ଛୋଟ ଛୋଟ ଶୀତଳଭଣ୍ଡାର ନିର୍ମାଣ କରାଯାଉଛି । ‌ରିପୋର୍ଟ ଅନୁଯାୟୀ ରାଜ୍ୟର ୧୮ ଟି ଜିଲ୍ଲାରେ ସେଭଳି ୧୫୦ ଶୀତଳଭଣ୍ଡାର ଏ ପର୍ଯ୍ୟନ୍ତ ସ୍ଥାପନ କରାଯାଇଛି । ଯାହା ସୌର ଶକ୍ତି ଦ୍ବାରା ପରିଚାଳିତ କରାଯାଉଛି ।

ତେଣୁ ବିଦ୍ୟୁତ ସଂ‌ଯୋଗ ନଥିବା ସ୍ଥାନରେ ମଧ୍ୟ ତାହାକୁ ସ୍ଥାପନ କରାଯାଇପାରିବ। ସରକାର ରାଜ୍ୟରେ ଏଭଳି ୮୦୦ ରୁ ୧୦୦୦ ଶୀତଳଭଣ୍ଡାର ସ୍ଥାପନ କରିବାକୁ ଯୋଜନା ମଧ୍ୟ ରଖିଛନ୍ତି । ବର୍ତ୍ତମାନ ଯେଉଁ ଶୀତଳଭଣ୍ଡାରଗୁଡ଼ିକ ସ୍ଥାପନ କରାଯାଇଛି ସେଥିରେ ଜଣେ ଚାଷୀ ଟମାଟୋ, ବ୍ରୋକୋଲି, ସବୁଜ ପନିପରିବା, ତରଭୂଜ, ମୂଳା ଆଦି ମୂଳ ଜାତୀୟ ପନିପରିବା ରଖି ପରିବା ଜିନିଷକୁ ସାଇତି ରଖାଯାଉଛି ।

ଯେଉଁ ପରିବାଗୁଡ଼ିକ ଅଧିକ ଦିନ ରହିପାରିବ ସେଠାରେ ଜଣେ ଚାଷୀ ସଂରକ୍ଷିତ କରି ତାହା ନଷ୍ଟ ହେବାରୁ ବଞ୍ଚିତ କରିପାରିବ । ଏହା ଚାଷୀମାନଙ୍କୁ ସେମାନଙ୍କ ଆୟ ମଧ୍ୟ ବୃଦ୍ଧି କରିବା ଦିଗରେ ସହାୟକ ହେବ। ସୌରଶକ୍ତିରେ ଚାଲୁଥିବାରୁ ଏହାକୁ ଜଣେ ସରଳ ଏବଂ ସହଜ ଭାବେ ରକ୍ଷଣାବେକ୍ଷଣ କରିବାରେ ସେପରି କିଛି ସମସ୍ୟା ମଧ୍ୟ ହେବ ନାହିଁ  l

ଟେକ୍ନୋଲୋଜି ହେଉଛି ଏହି ଆଧୁନିକ ଯୁଗର ବିକାଶର ଆଧାର । କୃଷି କ୍ଷେତ୍ରରେ ମଧ୍ୟ ଟେକ୍ନୋଲୋଜିର ଅନେକ ଅନେକ ଆବଶ୍ୟକତା ରହିଛି । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବା ନିହାତି ଆବଶ୍ୟକ ମଧ୍ୟ l ଯାହାକୁ ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ମଧ୍ୟ ରଖିବେ l  କୃଷି କ୍ଷେତ୍ରରେ ଓଡ଼ିଶା ଆଜି ଏକ ଆଗୁଆ ରାଜ୍ୟ ଭାବେ ଉଭା ହୋଇପାରିଛି । ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟ ଆଜି ଖାଦ୍ୟ ଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ନିଜର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିଛି  l

ସୂଚନା ଅନୁଯାୟୀ, କୋରାପୁଟରେ ଅଦାକୁ ସଂରକ୍ଷିତ ରଖିବା ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣା ପଡ଼ିଛି । ତିନି ସପ୍ତାହ ଧରି ଅଦାକୁ ସେଠାରେ ସଂରକ୍ଷିତ କରି ରଖାଯାଇଛି । କୋରାପୁଟର ଏକ ସଂସ୍ଥା ଏହା ଉପରେ ନିଜର ମତବ୍ୟକ୍ତ ମଧ୍ୟ କରିଛନ୍ତି l କେନ୍ଦ୍ର , ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ସହାୟତା ପ୍ରଦାନ କରୁଥିବାର ସେ କହିଛନ୍ତି l ସୋଲାର ଶକ୍ତି ମଧ୍ୟ ମଧ୍ୟରେ ଏହା ବିଜୁଳି ନଥିବା ସ୍ଥାନରେ ମଧ୍ୟ ନିର୍ମାଣ ହୋଇପାରିବ l ରାଜ୍ୟ ସରକାର ଆଗାମୀ ଭବିଷ୍ୟତରେ ରାଜ୍ୟରେ ଏହିପରି ୧୦୦୦ ଶୀତଳଭଣ୍ଡାର ନିର୍ମାଣ କରିବାର ଆଶା ରଖିଛନ୍ତି l ବଳକା ପନିପରିବା ରାଜ୍ୟରେ ଆଉ ନଷ୍ଟ ହେବ ନାହିଁ l ଚାଷୀ ଏହି ଶୀତଳଭଣ୍ଡାର ମଧ୍ୟରେ ନିଜ ପନିପରିବା ଏବଂ ନିଜର ଅମଳ ହୋଇଥିବା ଉତ୍ପାଦନକୁ ସୁରକ୍ଷିତ ଭାବେ ସଞ୍ଚୟ କରି ବିକ୍ରି ଉପଯୋଗୀ କରିପାରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments