1. କୃଷି ଖବର

ସୌରଶକ୍ତିର ଝଲକ: ସମ୍ବଲପୁର ବିଶ୍ୱବିଦ୍ୟାଳୟ

ବିଦ୍ୟୁତ ଶକ୍ତି ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଏବଂ ନବୀକରଣ ଯୋଗ୍ୟ ଶକ୍ତିଗୁଡ଼ିକୁ କାର୍ଯ୍ୟରେ ଲଗାଇବା ପାଇଁ ବିଭିନ୍ନ ସ୍ତରରେ ଯଥେଷ୍ଟ ଚେଷ୍ଟା ଚାଲୁ ରହିଛି l ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସୌରଶକ୍ତିକୁ ଉପଯୋଗ କରାଯାଇଛି l ଯାହା ଫଳରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ହଷ୍ଟେଲ, କୋଠା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକ ସୌରଶକ୍ତି ଦ୍ୱାରା ବିଦ୍ୟୁତ ଶକ୍ତି ପାଇପାରିବେ l ଏହା ସହିତ ଅନୁଷ୍ଠାନ ପରିସରରେ ୨୩ ଗୋଟି ସୌରଚାଳିତ ମିନିମାଷ୍ଟ ଆଲୋକ ସ୍ତମ୍ଭ ନିର୍ମାଣ କରାଯାଇଛି l

Sugyan Kumar Nayak
Sugyan Kumar Nayak
Solar Power in Sambalpur University

ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ଶ୍ରୀଯୁକ୍ତ ସୀତାରାମ ପଟେଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ଏହା ଦ୍ୱାରା ଅନୁଷ୍ଠାନର ବିଦ୍ୟୁତ ଦେୟ ବହୁଳ ମାତ୍ରାରେ ହ୍ରାସ ପାଇବ l ବାର୍ଷିକ ବିଜୁଳି ଦେୟ ୪୦ ଲକ୍ଷ ଟଙ୍କା ହୋଇଆସୁଥିଲା l ବର୍ତ୍ତମାନ ସୌରଶକ୍ତି ବ୍ୟବସ୍ଥା ସଂସ୍ଥାପନ କରିବା ପରେ ଏହି ଖର୍ଚ୍ଚରେ ୩୦% ହ୍ରାସ ଘଟିଛି l ରେଜିଷ୍ଟ୍ରାରଙ୍କ ସୂଚନା ଅନୁସାରେ ଏହି ସୌର ପ୍ରକଳ୍ପଟି ୨୪୫ କିଲୋୱାଟ ଶକ୍ତି ଉତ୍ପାଦନ କରିବାରେ ସକ୍ଷମ ହେଉଛି l

ସୋଲାର ପ୍ଲେଟଗୁଡ଼ିକ ପ୍ରଶାସନିକ ସୌଧର ଛାତ ଉପରେ ଲଗାଯାଇଛି l ଯାହା ଫଳରେ ହଷ୍ଟେଲ ଏବଂ ଲାଇବ୍ରେରୀକୁ ନିରନ୍ତର ବିଦ୍ୟୁତ ଶକ୍ତି ଯୋଗାଣ କରିହେବ l ଏହି ସୌରଶକ୍ତି ପ୍ରକଳ୍ପକୁ ଶକ୍ତି ମନ୍ତ୍ରଣାଳୟର ଗ୍ରାମୀଣ ବିଦ୍ୟୁତୀକରଣ ନିଗମ ଲିମିଟେଡ଼ (ଆରଇସି) ଅଧୀନରେ କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତାର ପ୍ରୟାସରୁ ମଞ୍ଜୁର କରାଯାଇଛି l ଏଥି ପାଇଁ ସମୁଦାୟ ୩.୪୩ କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି l ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ନିମନ୍ତେ ୨.୮୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି l

୧୯୬୭ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ସ୍ନାତକତ୍ତୋର ଶିକ୍ଷା ସହିତ ଏମଫିଲ ଏବଂ ଅନ୍ୟାନ୍ୟ ସେଲ୍ଫ-ଫାଇନାନସିଙ୍ଗ ପାଠ୍ୟକ୍ରମଗୁଡ଼ିକ ପ୍ରଦାନ କରୁଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments