1. କୃଷି ଖବର

ଗୋବର ଗଡ଼ିଆ କଇଁ: ସୋନାଲ୍ ଶର୍ମା

ସବୁକିଛି ବାଧା ବିଘ୍ନକୁ ପଛରେ ପକାଇ ନିଜର ଲକ୍ଷ୍ୟରେ ପହଞ୍ଚି ପାରିଥିବା ବ୍ୟକ୍ତି ହିଁ ଜୀବନରେ ସଫଳ ଅଟନ୍ତି l ସେହି ଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ରାଜସ୍ଥାନ ରାଜ୍ୟ ଅନ୍ତର୍ଗତ ଉଦୟପୁରର ପ୍ରତାପ ନଗର ନିବାସୀ ସୋନାଲ୍ ଶର୍ମା l ଦାରିଦ୍ର୍ୟ ଏବଂ ଅର୍ଥାଭାବ ତାଙ୍କୁ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିପାରିନାହିଁ l ଏହି ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ସେ ନିଜର ଆତ୍ମବିଶ୍ୱାସ ଏବଂ ପରିଶ୍ରମ ବଳରେ ଆଇନ ସ୍ନାତକ(BA LLB, LLM) ଶିକ୍ଷାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି ଏବଂ ରାଜସ୍ଥାନ ଜୁଡ଼ିସିଆଲ ସର୍ଭିସ ଏକ୍ଜାମିନେସନରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି l

Sugyan Kumar Nayak
Sugyan Kumar Nayak
Sonal Sharma

ସୋନାଲ୍ ଶର୍ମା ହେଉଛନ୍ତି ଅଭାବୀ ପରିବାରର ଝିଅ l ତାଙ୍କର ପିତା ହେଉଛନ୍ତି ଜଣେ ଗୋପାଳକ l ଦୁଗ୍ଧ ବିକ୍ରିରୁ ଯାହା ମିଳେ ସେଇଥିରେ କଷ୍ଟେମଷ୍ଟେ ସଂସାର ଚଳିଯାଏ l ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ ଯେ, ସୋନାଲଙ୍କ ପାଠ ପଢ଼ା ପାଇଁ ଘରେ ଜାଗା ହିଁ ନଥିଲା l ସେ ତାଙ୍କର ଗୁହାଳରେ ବସି ପାଠ ପଢ଼ନ୍ତି l ଟେବୁଲ ଚୌକି ତ ଦୂରର କଥା ଖାଲି ତେଲ ଟିଣକୁ ପାଖରେ ପକାଇ ତାହାରି ଉପରେ ପଢ଼ା ଲେଖା କରୁଥିଲେ ସୋନାଲ l ସୋନାଲଙ୍କ ଦିନ ଆରମ୍ଭ ହୁଏ ଭୋର ୪ଟାରୁ l ବଡ଼ି ସକାଳୁ ଉଠି ସେ ଗାଈ ଗୋରୁଙ୍କୁ ଖାଇବାକୁ ଦିଅନ୍ତି, ଗୋବର ସଫା କରନ୍ତି, ପାଖ ଅଞ୍ଚଳରେ କ୍ଷୀର ଦେଇ ଆସନ୍ତି l ଏହି ସମସ୍ତ କାମ ସହିତ ସେ ନିଜର ପାଠପଢ଼ା ମଧ୍ୟ କରିଥାନ୍ତି l ଏମିତି ବି ସମୟ ଆସିଛି ପୋଷାକରେ, ଗୋଡ଼ରେ ଗୋବର ଲାଗିଥାଏ, ସେଥିପାଇଁ ସେ ସାଙ୍ଗମାନଙ୍କର ଥଟ୍ଟା ପରିହାସର ଶିକାର ମଧ୍ୟ ହୋଇଛନ୍ତି l ସେଇ ସୋନାଲ୍ ଏବେ ଯୋଧପୁରର ଏକ ବର୍ଷର ପ୍ରଶିକ୍ଷଣ ସାରି ରାଜସ୍ଥାନର ସେସନ୍ସ କୋର୍ଟରେ ଜଣେ ପ୍ରଥମ ଶ୍ରେଣୀ ବିଚାରପତି ଭାବରେ ନିଯୁକ୍ତ ପାଇବେ l

ଜୁଡ଼ିସିଆଲ ପରୀକ୍ଷାରେ ସଫଳତା ହାସଲ କରିଥିବା ସୋନାଲ୍ ନିଜର ପ୍ରସ୍ତୁତି ସମ୍ପର୍କରେ କୁହନ୍ତି ଯେ, ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଖରାପ ଥିଲା, ସେଥିପାଇଁ ସେ ଦାମୀ ବହିପତ୍ର କିଣିବା କିମ୍ବା ବଡ଼ ବଡ଼ କୋଚିଂ ସେଣ୍ଟରରେ କୋଚିଂ ଗ୍ରହଣ କରିବା ତାଙ୍କ ପାଇଁ ସ୍ବପ୍ନ ପରି ଥିଲା l ନିଜେ ସାଇକେଲରେ କଲେଜ ଲାଇବ୍ରେରୀକୁ ଯାଇ ସମସ୍ତ ବିଷୟ ପଢୁଥିଲେ ଏବଂ ନୋଟ୍ କରି ଆଣୁଥିଲେ l ଦିନକୁ ୧୦ ରୁ ୧୨ ଘଣ୍ଟା ସେ ପଢ଼ୁଥିଲେ l ପାଠ ପ୍ରତି ନିଜର ଏକାଗ୍ରତା ରକ୍ଷା କରିବା ନିମନ୍ତେ ସେ ତାଙ୍କର କୌଣସି ସାମାଜିକ ଗଣମାଧ୍ୟମରେ ନିଜର ଆକାଉଣ୍ଟ କରି ନାହାଁନ୍ତି ବୋଲି ସୋନାଲ୍ କୁହନ୍ତି l

ଏହି ସଫଳତାକୁ ସୋନାଲ୍ ନିଜ ଜୀବନର ସର୍ବୋତ୍ତମ ଉପହାର ଭାବରେ ପାଇଛନ୍ତି l ଏ ସମ୍ପର୍କରେ ସୋନାଲ୍ କୁହନ୍ତି “ମୁଁ ପିଲାଦିନରୁ ଆମର ଦାରିଦ୍ର୍ୟକୁ ଖୁବ ନିକଟରୁ ଦେଖିଛି l ଗରିବ ଲୋକମାନେ ସାମ୍ନା କରୁଥିବା ପ୍ରତିବନ୍ଧକଗୁଡ଼ିକୁ ମୁଁ ଲକ୍ଷ୍ୟ କରିଛି l ସବୁବେଳେ ମୁଁ ନ୍ୟାୟାଳୟରେ ଜଣେ ବିଚାରପତି ହେବାକୁ ଚାହୁଁଥିଲି, କାରଣ ନ୍ୟାୟ ପ୍ରଦାନ କରିବା ଏକ ମହତ କାର୍ଯ୍ୟ ଅଟେ l  ମୋର କାର୍ଯ୍ୟକୁ ମୁଁ ନିଶ୍ଚିତ ସଚ୍ଚୋଟ ଭାବରେ ନିର୍ବାହ କରିବି l”

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments