1. କୃଷି ଖବର

ଚାଷୀଙ୍କ ଆୟ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଅତି ନଗଣ୍ୟ

ଚାଷୀଙ୍କ ଆୟ କ୍ଷେତ୍ରରେ ଲୋକସଭାରୁ ଆସିଲା ଚିନ୍ତାଜନକ ତଥ୍ୟ । ଚାଷୀଙ୍କ ଆୟ କ୍ଷେତ୍ରରେ ଓଡିଶାର ସ୍ଥିତି ଅତି ନଗଣ୍ୟ ରହିଛି । ଲୋକସଭାରେ କୋରାପୁଟ ସାଂସଦ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ସାମନାକୁ ଆସିଛି ।

Sudesna Nayak
Sudesna Nayak
sp slams govt over on odisha farmers income index

sp slams govt over on odisha farmers income index

ଚାଷୀଙ୍କ ଆୟ କ୍ଷେତ୍ରରେ ଲୋକସଭାରୁ ଆସିଲା ଚିନ୍ତାଜନକ ତଥ୍ୟ । ଚାଷୀଙ୍କ ଆୟ କ୍ଷେତ୍ରରେ ଓଡିଶାର ସ୍ଥିତି ଅତି ନଗଣ୍ୟ ରହିଛି । ଲୋକସଭାରେ କୋରାପୁଟ ସାଂସଦ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ସାମନାକୁ ଆସିଛି ।

ଚାଷୀଙ୍କ ନାଁରେ ଅନେକ ଯୋଜନା ହେଉଛି । ତଥାପି ବି ଓଡିଶାର ଚାଷୀ ସମଗ୍ର ଦେଶରେ ସବୁଠାରୁ ଗରିବ । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ବଜେଟ ଆଣୁଛନ୍ତି । ବିଭିନ୍ନ ସମୟରେ କିଛି କିଛି ପ୍ୟାକେଜ ମଧ୍ୟ ଘୋଷଣା କରୁଛନ୍ତି । କିନ୍ତୁ ଫଳ ମିଳୁନି ଚାଷୀର ସ୍ଥିତି ସୁଧୁରିବା ତ ଦୂରର କଥା ଓଡ଼ିଶାର ଚାଷୀ ଅନ୍ୟ ରାଜ୍ୟଗୁଡ଼ିକର ଚାଷୀଙ୍କ ତୁଳନାରେ ଗରିବ ହୋଇ ରହିଛନ୍ତି । ଚାଷୀଙ୍କ ଆୟ କ୍ଷେତ୍ରରେ ଲୋକସଭାରୁ ଆସିଲା ଚିନ୍ତାଜନକ ତଥ୍ୟ । ଚାଷୀଙ୍କ ଆୟ କ୍ଷେତ୍ରରେ ଓଡିଶାର ସ୍ଥିତି ଅତି ନଗଣ୍ୟ ରହିଛି ।

ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ୫୧୧୨ଟଙ୍କା । କେବଳ ଝାଡଖଣ୍ଡ ଓଡ଼ିଶାଠାରୁ ପଛରେ ଅଛି । ଏହାର ଆୟ ମାସକୁ ୪୮୯୫ ଟଙ୍କା । କୃଷକଙ୍କର ଆୟ ଦୃଷ୍ଟିରୁ ସବୁଠାରୁ ଆଗରେ ଅଛି ମେଘାଳୟ । ଏହି ରାଜ୍ୟରେ କୃଷକମାନଙ୍କର ମାସିକ ଆୟ ୨୯, ୩୪୮ ଟଙ୍କା ଏବଂ ତା'ପଛକୁ ପଞ୍ଜାବ ୨୬, ୭୦୧ ଟଙ୍କା । ଜାତୀୟ ନମୁନା ସର୍ଭେରେ ପୂର୍ବରୁ ମଧ୍ୟ ଓଡ଼ିଶା ଚାଷୀଙ୍କ ଦୂରାବସ୍ଥା ବିଷୟରେ ପ୍ରକାଶ କରାଯାଇଛି । ଦାରିଦ୍ର୍ୟ କ୍ଷେତ୍ରରେ ଓଡ଼ିଶା ନବମ ସ୍ଥାନରେ । ଚାଷୀମାନଙ୍କ ଏହି ଦୂରାବସ୍ଥା ରାଜ୍ୟର ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କର ଏ ଦିଗରେ ସବୁଠାରୁ ବଡ଼ ଦାୟିତ୍ବ ଅଛି । ତେଣୁ ସରକାରଙ୍କ ପାଇଁ ଏହି ସର୍ବେକ୍ଷଣ ହେଉଛି ଆତ୍ମସମୀକ୍ଷା ପାଇଁ ଆହ୍ବାନ ।

ସାରା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୃଷକଙ୍କ ଆୟ ତୁଳନାରେ ଓଡିଶାର କୃଷକ ପରିବାରର ମାସିକ ଆୟ ୫୧୧୨ ରହିଛି । ଯାହା ତଳଆଡୁ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି । ଓଡିଶା ତଳକୁ କେବଳ ଝାଡଖଣ୍ଡ ରହିଛି । ରାଜ୍ୟରେ କୃଷକଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ରାଜ୍ୟ ସରକାର କୃଷକଙ୍କ ବିକାଶ ନାମରେ ଡିଣ୍ଡିମ ପିଟୁଥିବାବେଳେ ବର୍ତ୍ତମାନ ଏହି ତଥ୍ୟ ରାଜ୍ୟରେ କୃଷକଙ୍କ ଦୟନୀୟ ଅବସ୍ଥାକୁ ପ୍ରଦର୍ଶିତ କରୁଛି । ଦେଶରେ କୃଷିକଙ୍କୁ ଆୟକୁ ଦ୍ବିଗୁଣିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ କୃଷକଙ୍କ ଅବସ୍ଥା ଯାହା ଥିବା ତାହା ହିଁ ରହିଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments