News

ଆନ୍ତର୍ଜାତୀୟ ମିଲେଟ୍ ବର୍ଷ-୨୦୨୩ କୁ ସମର୍ଥନ ଜଣାଇ କୃଷି ଜାଗରଣର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ(IYOM) ଭାବେ ଘୋଷଣା କରାଯାଇଛି ।ଏ ସମ୍ପର୍କରେ କେନ୍ଦ୍ର ସରକାର ଚଳିତ ବର୍ଷ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୃଷକଙ୍କ ପ୍ରିୟ କୃଷି ଜାଗରଣ(Krishi Jagran) ସଂସ୍ଥା ଏହାକୁ ସମର୍ଥନ ଜଣାଇ ଆଜି ମିଲେଟ ସମ୍ପର୍କିତ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଯେଉଁଥିରେ କୃଷି ଜାଗରଣ ତରଫରୁ ମିଲେଟ ଉପରେ ଏକ ସ୍ୱତନ୍ତ୍ର ସଂସ୍କରଣ' ଉନ୍ମୋଚିତ ହୋଇଯାଇଛି।

12 January, 2023 6:01 PM IST By: Priyambada Rana

୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ(IYOM) ଭାବେ ଘୋଷଣା କରାଯାଇଛି ।ଏ ସମ୍ପର୍କରେ କେନ୍ଦ୍ର ସରକାର ଚଳିତ ବର୍ଷ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କୃଷକଙ୍କ ପ୍ରିୟ କୃଷି ଜାଗରଣ(Krishi Jagran) ସଂସ୍ଥା ଏହାକୁ ସମର୍ଥନ ଜଣାଇ ଆଜି ମିଲେଟ ସମ୍ପର୍କିତ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଯେଉଁଥିରେ କୃଷି ଜାଗରଣ ତରଫରୁ ମିଲେଟ ଉପରେ ଏକ ସ୍ୱତନ୍ତ୍ର ସଂସ୍କରଣ' ଉନ୍ମୋଚିତ ହୋଇଯାଇଛି। ଏହା ସହିତ ମିଲେଟସ୍ ଏବଂ ଭାରତୀୟ କୃଷକଙ୍କ ସମୃଦ୍ଧି ସମ୍ଭାବନା ଉପରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନା ଏବଂ ଭୁଲିଯାଇଥିବା ନ୍ୟୁଟ୍ରିଗୋଲ୍ଡ ପ୍ରସଙ୍ଗ ଉପରେ ଆଲୋଚନା ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ ତଥା ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା(Purusottam Rupala), ଉତ୍ତରପ୍ରଦେଶ କୃଷି ମନ୍ତ୍ରୀ ଗଣେଶ ଯୋଶୀ(Ganesh Joshi), ଏନଆଇଟି ଆୟୋଗ ସଦସ୍ୟ ରମେଶ ଚାନ୍ଦ, ଜାତୀୟ ବର୍ଷାଜଳ କ୍ଷେତ୍ର ପ୍ରାଧିକରଣ (ଏନଆରଏ) ସିଇଓ ଅଶୋକ ଡାଲୱାଇଙ୍କ ସମେତ କୃଷି ଜାଗରଣ ସଂସ୍ଥାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଉପସ୍ଥିତ ଅତିଥିମାନେ ଏଥିରେ ଦେଶରେ ମିଲେଟ ଏବଂ କଠିନ ଶସ୍ୟର ଉତ୍ପାଦନ ଏବଂ ଉତ୍ପାଦନ କିପରି ବୃଦ୍ଧି କରାଯିବ ସେ ବିଷୟରେ ଆଲୋଚନା କରିଥିଲେ ।

କୃଷି ଜାଗରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ ତଥା ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ଉତ୍ତରପ୍ରଦେଶ କୃଷି ମନ୍ତ୍ରୀ ଗଣେଶ ଯୋଶୀ, ଏନଆଇଟି ଆୟୋଗ ସଦସ୍ୟ ରମେଶ ଚାନ୍ଦ, ଜାତୀୟ ବର୍ଷାଜଳ କ୍ଷେତ୍ର ପ୍ରାଧିକରଣ (ଏନଆରଏ) ସିଇଓ ଅଶୋକ ଡାଲୱାଇ, ଆଫ୍ରିକୀୟ ଏସୀୟ ଗ୍ରାମୀଣ ବିକାଶ ସଂଗଠନ ମନୋଜ ନରଦେବ ସିଂ, କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଏଲ.ପି ପାଟିଲ ଯୋଗ ଦେଇ ମାଣ୍ଡିଆ ଚାଷ ଓ ମାଣ୍ଡିଆ ଚାଷୀଙ୍କ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥି ସହ ଜି.ବି. ପନ୍ତ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ମନମୋହନ ସିଂ ଚୌହାନ, ବିର୍ସା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଓମକର ନାଥ ସିଂ, ସିଏସକେ ଏଚପି କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ହରିନ୍ଦର କେ. ଚୌଧୁରୀ, ଆଇଜିଏୟୁ ଉପାଧ୍ୟକ୍ଷ ଡ. ଗିରିଶ ଚାନ୍ଦେଲ, ଶ୍ରୀ ବିଶ୍ୱକର୍ମା କୌଶଲ,ବିଶ୍ୱବିଦ୍ୟାଳୟର କୂଳପତି ରାଜ୍ ନେହେରୁ, ଚୌଧୁରୀ ଚରଣ ସିଂ, ହରିୟାଣା କୃଷି ବିଶ୍ୱବିଦ୍ୟାଳୟ, ହିସାର ଉପାଧ୍ୟକ୍ଷ ଡକ୍ଟର ବି.ଆର କାମ୍ବୋଜ, ଡିଏସୟୁ ଉପାଧ୍ୟକ୍ଷ ଡକ୍ଟର ରିହାନ ଖାନ, ଧନୁକା ଅଧ୍ୟକ୍ଷ ଆର.ଜି ଅଗ୍ରୱାଲ, ସିନ୍ସେଣ୍ଟା ଇଣ୍ଡିଆ ଲିମିଟେଡ୍ ଚିଫ୍ ସଷ୍ଟେନେବୁଲ ଅଫିସର ଡକ୍ଟର କେ.ସି ରବି, କୀଟନାଶକ ଇଣ୍ଡିଆ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ

, ଏଫଏମସି ଇଣ୍ଡିଆ ଲିମିଟେଡର କର୍ପୋରେଟ ବ୍ୟାପାର ନିର୍ଦ୍ଦେଶକ  ରାଜୁ କପୁର ପ୍ରମୁଖ ଯୋଗ ଦେଇଥିଲେ ।କୃଷି ଜାଗରଣ ଦ୍ୱାରା ଆୟୋଜିତ ମିଲେଟ ବର୍ଷ -୨୦୨୩ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନିଜିବୀ ବିଜୟ ସର୍ଦ୍ଦାନା , ବାୟର ହେଡ ଅଫ୍ କମର୍ସିଆର ଆକାଉଣ୍ଟାନ୍ସ ଅଜିତ ଚହଲ ମଧ୍ୟ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ମତ୍ସ୍ୟ ତଥା ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସମ୍ବୋଧିତ କରିବା ସହ କୃଷି ଓ କୃଷକଙ୍କ ସମୃଦ୍ଧି ପାଇଁ କୃଷି ଜାଗରଣ ସଂସ୍ଥାର ଫାଉଣ୍ଡର ଏମସି ଡୋମନିକଙ୍କ ମହତ୍ତ୍ୱକାଂକ୍ଷା ଓ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏଥି ସହ ସେ ତାଙ୍କ କାର୍ଯ୍ୟ ଦ୍ୱାରା ପ୍ରେରିତ ହୋଇଥିବା କହିଥିଲେ । ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ମାଣ୍ଡିଆ ଚାଷର ଫାଇଦା ଉପକୂଳ ପରିବେଶ ସମ୍ପର୍କରେ ଚାଷୀ ଭାଇଙ୍କୁ ସେ ବୁଝାଇଥିଲେ । ମାଣ୍ଡିଆ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହୀତକାରକ ଏ ନେଇ ମଧ୍ୟ ସେ ନିଜର ମତ ରଖିଥିଲେ । ଏଥି ସହ ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ କୃଷି ଜାଗରଣର ପ୍ରତିଟି ପଦକ୍ଷେପକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା । କେନ୍ଦ୍ର ସରକାର ୨୦୨୩ କୁ ମାଣ୍ଡିଆ ବର୍ଷ ଭାବେ ପାଳନ କରିବାକୁ ପଦକ୍ଷେପ ନେଇଥିବା ବେଳେ ଏହା ଭରପୂର ପ୍ରଚାର ପାଇଁ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ ମନ୍ତ୍ରୀ ।

ଏଥିସହ କେନ୍ଦ୍ର କୃଷି ମନ୍ତ୍ରାଳୟର ସ୍ୱରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ କୃଷି ଜାଗରଣ ସଂସ୍ଥାକୁ ଧନ୍ୟବାଦ ଦେବା ସହ ମିଲେଟର ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କୁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ମିଲେଟ ଚାଷ ଓ ମିଲେଟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ସହ ମିଲେଟ ବା ମାଣ୍ଡିଆ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହୀତକର ଏ ନେଇ ସେ ସମ୍ୟକ ବାର୍ତ୍ତା ପ୍ରଦାନ କରିଥିଲେ ।

ଆନ୍ତର୍ଜାତୀୟ ମିଲେଟ୍ ବର୍ଷ-୨୦୨୩ କୁ ସମର୍ଥନ ଜଣାଇ କୃଷି ଜାଗରଣର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଚାଷୀଙ୍କ ପାଇଁ ଖୁସି ଖବର, ଆକାଉଣ୍ଟକୁ ଆସିବ ୮ ହଜାର ଟଙ୍କା !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)