1. କୃଷି ଖବର

ଚାଷୀଙ୍କ ପାଇଁ ଖୁସି ଖବର, ଆକାଉଣ୍ଟକୁ ଆସିବ ୮ ହଜାର ଟଙ୍କା !

ଫେବୃଆରୀ ୧, ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟ(Budget)କୁ ନେଇ ଉଭୟ ଚାକିରିଆ ଓ ଚାଷୀଙ୍କର ବହୁତ ଆଶା ରହିଛି । ଏଥର ଚାକିରିଆଙ୍କୁ ଆୟକର ଛାଡ ମାମଲାରେ ଆରାମ ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଚାଷୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଆସୁଛି । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିବ ।

Priyambada Rana
Priyambada Rana
pm kisan fm nirmala sitharaman may increase pm kisan amount

pm kisan fm nirmala sitharaman may increase pm kisan amount

ଫେବୃଆରୀ ୧, ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟ(Budget)କୁ ନେଇ ଉଭୟ ଚାକିରିଆ ଓ ଚାଷୀ(Farmers)ଙ୍କର ବହୁତ ଆଶା ରହିଛି । ଏଥର ଚାକିରିଆଙ୍କୁ ଆୟକର ଛାଡ ମାମଲାରେ ଆରାମ ମିଳିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଚାଷୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଆସୁଛି । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman)ଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିବ ।

୨୦୨୪ ବର୍ଷର ନିର୍ବାଚନକୁ ଧ୍ୟାନରେ ରଖି ସରକାରଙ୍କ ଦ୍ୱାରା ଅନେକ ଜନପ୍ରିୟ ପ୍ରତିଶ୍ରୁତି ଦିଆଯାଇପାରେ ।

ଚାଷୀଙ୍କୁ ଏକ ବଡ ଉପହାର ଦେଇପାରନ୍ତି ସରକାର:-
ସୂତ୍ରରୁ ପ୍ରକାଶ ଯେ, ଏଥର ବଜେଟରେ କେନ୍ଦ୍ର ସରକାର(Government) ଚାଷୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧିଙ୍କ ପରିମାଣ ବୃଦ୍ଧି କରିବାକୁ ଘୋଷଣା କରିପାରନ୍ତି ।ସୂତ୍ରରୁ ପ୍ରକାଶ ଯେ, ପିଏମ କିଷାନ ସମ୍ମାନ ନିଧିରେ ପ୍ରତିବର୍ଷ ମିଳୁଥିବା ୬ ହଜାର ଟଙ୍କାରେ ବୃଦ୍ଧି ହେବାର ଆଶା ରହିଛି। ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ସରକାର ଏହି ନିଷ୍ପତ୍ତି ନେଇପାରନ୍ତି ।

୩ ବଦଳରେ ୪ ଥର ପାଇବେ ଟଙ୍କା :-
ଏହା ମଧ୍ୟ କୁହାଯାଇଛି ଯେ, ଚାଷୀଙ୍କୁ ତିନି କିସ୍ତିରେ ଦିଆଯାଇଥିବା ରାଶି ୩ ବଦଳରେ ୪ ଥର ଦିଆଯାଇପାରିବ । ଏଥିରେ ପ୍ରତି ତ୍ରୈମାସିକରେ ୨୦୦୦ ଟଙ୍କା ଦିଆଯିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ, ପ୍ରତି ଚାରି ମାସରେ ୨୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି । କିନ୍ତୁ ପରିବର୍ତ୍ତନ ପରେ ପ୍ରତ୍ୟେକ ତ୍ରୈ-ମାସରେ ୨୦୦୦ ଟଙ୍କା ଦିଆଯିବ । ଅର୍ଥାତ୍ ୬୦୦୦ ଟଙ୍କା ବଦଳରେ ଚାଷୀମାନଙ୍କୁ ବାର୍ଷିକ ୮୦୦୦ ଟଙ୍କା ଦିଆଯିବ ।

ତେବେ ଏଥର ବଜେଟ ଅଧିବେଶନର ପ୍ରଥମ ଭାଗ ପୂର୍ବରୁ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ଦେବେ। ପରେ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା କରିବେ । ଅଧିବେଶନର ଦ୍ୱିତୀୟ ଭାଗରେବିରୋଧୀଙ୍କ ଏଜେଣ୍ଡା ସମେତ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ମାର୍ଚ୍ଚ ୬ରୁ ହେବାକୁ ଥିବା ବଜେଟ୍‌ ଅଧିବେଶନର ଦ୍ୱିତୀୟ ଭାଗ ନୂଆ ସଂସଦ ଭବନରେ ବସିପାରେ।

ତେବେ ଗତ ଶୀତ ଅଧିବେଶନରେ ଲୋକସଭାରେ ୯ଟି ବିଲ୍‌ ଆସିଥିବାବେଳେ ୭ଟି ପାରିତ ହୋଇଥିଲା। ସେହିଭଳି ରାଜ୍ୟସଭାରେ ୯ଟି ବିଲ୍‌ ଗୃହୀତ ହୋଇଥିଲା । ଉଭୟ ଗୃହରେ ମୋଟ ୯ଟି ବିଲ୍‌କୁ ଅନୁମୋଦନ ମିଳିଥିବା ଜଣାପଡିଛି।

ଆନ୍ତର୍ଜାତୀୟ ମିଲେଟ୍ ବର୍ଷ-୨୦୨୩ କୁ ସମର୍ଥନ ଜଣାଇ କୃଷି ଜାଗରଣର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ବଢ଼ିଲା ସୁନା ଦର, ଜାଣନ୍ତୁ ସୁନାର ମାର୍କେଟ ଦାମ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments