
Special Trains for Maha Kumbh Mela Pilgrims, image source - pexels
ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା 2025 ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି ଯାହାକି ଓଡିଶାରୁ ଉତ୍ପତ୍ତି ଏବଂ ଏହା ମଧ୍ୟଦେଇ ଯାତ୍ରା କରିବ l ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ l
ନିମ୍ନଲିଖିତ ଭାବେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ:
ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା (ଯାଜପୁର), କେନ୍ଦୁଝରଗଡ, ନୟାଗଡ଼ (ଯୋଡ଼ା ଅଞ୍ଚକ)-ବୋକାରୋ-ଗୟା-ପ୍ରୟାଗରାଜ |
ଏହି ଟ୍ରେନ୍ 2025 ଜାନୁୟାରୀ ମାସ 1, 8, 22 ତାରିଖ ଓ ଫେବୃୟାରୀ ମାସ 5, 19, 26 ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ | ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ |
ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଖୋର୍ଦ୍ଧା ରୋଡ଼ -ଭୁବନେଶ୍ୱର-କଟକ -ଯାଜପୁର କେନ୍ଦୁଝର ରୋଡ଼ -ଭଦ୍ରକ-ବାଲେଶ୍ୱର -ଗୟା-ପ୍ରୟାଗରାଜ |
ଏହି ଟ୍ରେନ୍ 2025 ଜାନୁୟାରୀ ମାସ 6 ଓ 20 ତାରିଖ ଓ ଫେବୃୟାରୀ ମାସ 17 ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ | ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ |
ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବଲାଙ୍ଗୀର - ବରଗଡ଼ - ସମ୍ବଲପୁର-ଝାରସୁଗୁଡା-ରାଉରକେଲା (ସୁନ୍ଦରଗଡ଼ ଜିଲ୍ଲା )-ଡ଼ିଡ଼ିୟୁ-ପ୍ରୟାଗରାଜ |
ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ବଲାଙ୍ଗୀର, ବରଗଡ଼ ରୋଡ, ସମ୍ବଲପୁର-ଝାରସୁଗୁଡା-ରାଉରକେଲା, ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ | ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ |
ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ |
ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ 05ଘ.35ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ | ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ ଯାହାକି ଦକ୍ଷିଣ ଓଡିଶା ଅଞ୍ଚଳକୁ ସୁବିଧା ପ୍ରଦାନ କରିବ |
ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ବ୍ରହ୍ମପୁର/ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ରୋଡ଼,-ଭୁବନେଶ୍ୱର-ନରାଜ ମାର୍ଥାପୁର (କଟକ ଅଞ୍ଚଳ)-ଢେଙ୍କାନାଳ -ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା |
ଏହି ଟ୍ରେନ୍ 2025 ଜାନୁୟାରୀ ମାସ 5 ଓ 19 ତାରିଖ ଏବଂ ଫେବୃୟାରୀ ମାସ 16 ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି 10ଘ.20ମି.ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ | ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ |
ତିରୁପତି - ବନାରସ -ତିରୁପତି ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା |
ନରସପୁର - ବନାରସ -ନରସପୁର ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡା, ରାଉରକେଲା |
Share your comments