News

ଓଡ଼ିଶାରେ ସରକାରୀ ଚାକିରି : ଦରମା ୪୦ ହଜାରରୁ ଉର୍ଦ୍ଧ୍ବ,ଶୀଘ୍ର କରନ୍ତୁ ଆବେଦନ

ଓଡ଼ିଶା ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ(State Selection Board ) ଆଣିଛି ନିଯୁକ୍ତି ସୁଯୋଗ । SSBର ବିଜ୍ଞପ୍ତି ଅନୁଯାୟୀ ମୋଟ ୪୭୬ଟି ଅଧ୍ୟାପକ ପାଇଁ ପଦବୀ ଖାଲିପଡିଛି ।

07 April, 2022 12:35 PM IST By: Sudesna Nayak

ଓଡ଼ିଶା ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ(State Selection Board) ଆଣିଛି ନିଯୁକ୍ତି ସୁଯୋଗ । SSBର ବିଜ୍ଞପ୍ତି ଅନୁଯାୟୀ ମୋଟ ୪୭୬ଟି ଅଧ୍ୟାପକ ପାଇଁ ପଦବୀ ଖାଲିପଡିଛି ।

ସୂଚନା ଅନୁଯାୟୀ, Odisha Lecturer Recruitment 2022 ପୋଷ୍ଟ ପାଇଁ ଆଶାୟୀ ପ୍ରାର୍ଥୀମାନେ SSBର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ,ଜାଣନ୍ତୁ...

ଅନଲାଇନ୍ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଆରମ୍ଭ ତାରିଖ: ୧୩ ଏପ୍ରିଲ୍, ୨୦୨୨

ଅନଲାଇନ୍ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ୧୨ ମେ, ୨୦୨୨ ।

SSBରେ ଖାଲିପଡିଥିବା ପଦବୀ,ଜାଣନ୍ତୁ...

-ଓଡିଆ ଅଧ୍ୟାପକ ପାଇଁ ହିଁ ଖାଲି ଥିବା ପଦବୀ ସଂଖ୍ୟା - ୨୭୮
-ଇତିହାସ ଅଧ୍ୟାପକ ପାଇଁ ଖାଲି ଥିବା ପଦବୀ ସଂଖ୍ୟା – ୧୮୨
-ହିନ୍ଦୀ ଅଧ୍ୟାପକ ପାଇଁ ହିଁ ଖାଲି ଥିବା ପଦବୀ ସଂଖ୍ୟା - ୧୬

ବୟସ ସୀମା,ଜାଣନ୍ତୁ...

SSBରେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ନିହାତି ୨୧ରୁ ୪୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ।

ପଦବୀ ପାଇଁ ଦରମା,ଜାଣନ୍ତୁ...

SSBର ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ମାସିକ ଦରମା ହିଁ ୪୪ ହଜାର ୯୦୦ ରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ଲିଖିତ ପରୀକ୍ଷା, କ୍ୟାରିୟର ମୂଲ୍ୟାଙ୍କନ ଏବଂ ଭାଇବା ପରୀକ୍ଷା ଆଧାରରେ ଚୟନ କରାଯିବ ।

କିପରି କରିବେ ଆବେଦନ,ଜାଣନ୍ତୁ...

ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଆଶାୟୀ ପ୍ରାର୍ଥୀମାନେ www.ssbodisha.ac.in ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ ଆବେଦନ ଫର୍ମ ଦାଖଲ କରିପାରିବେ । ଅଫ୍‌ଲାଇନ୍‌ କିମ୍ୱା ଅନ୍ୟ କୌଣସି ମାଧ୍ୟମରେ ଆବେଦନ କରିହେବ ନାହିଁ । ଆବେଦନ ଫର୍ମ ଦାଖଲ ପରେ ପ୍ରମାଣ ପାଇଁ ପ୍ରାର୍ଥୀମାନେ ଫର୍ମର ଏକ ପ୍ରିଣ୍ଟ ରଖିବେ ।

ପଦବୀ ପାଇଁ ଆବେଦନ ଶୁଳ୍କ,ଜାଣନ୍ତୁ...

ପ୍ରକାଶ ଥାଉ କି, ସାଧାରଣ ବର୍ଗଙ୍କ ପାଇଁ - ୫୦୦ ଟଙ୍କା ।
SC / ST / OBC / PWD ପାଇଁ – ୨୦୦ ଟଙ୍କା ।

ଦ୍ୱାଦଶ ପାସଙ୍କ ପାଇଁ କେନ୍ଦ୍ର ସରକରୀ ଚାକିରି:ବାହାରିଲା ପୋଷ୍ଟ,ଶୀଘ୍ର କରନ୍ତୁ ଆବେଦନ

ଭାରତୀୟ ବାୟୁସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)