1. କୃଷି ଖବର

ଭାରତୀୟ ବାୟୁସେନାରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ଆପଣ ଭାରତୀୟ ବାୟୁସେନା ଚାକିରି କରିବାକୁ ଚାହଁଛନ୍ତି କି ? ଭାରତୀୟ ବାୟୁସେନା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ବାୟୁସେନାର ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ ପଦବୀ ପାଇଁ ଆବେଦନ କରିପାରିବେ ।

Sudesna Nayak
Sudesna Nayak
Recruitment in the Indian Air Force Job apply immediately

Recruitment in the Indian Air Force Job apply immediately

ଆପଣ ଭାରତୀୟ ବାୟୁସେନା (Indian Air Force) ଚାକିରି କରିବାକୁ ଚାହଁଛନ୍ତି କି ? ଭାରତୀୟ ବାୟୁସେନା (Indian Air Force) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ବାୟୁସେନାର ବିଜ୍ଞପ୍ତି ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଅଧୀନରେ ୫ ପଦବୀ ପାଇଁ ଆବେଦନ କରିପାରିବେ ।

ଭାରତୀୟ ବାୟୁସେନାରେ ୧୦ମ ଓ ଦ୍ୱାଦଶ ପାସ୍ ଆଶାୟୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି । ହାଉସ୍ କିପିଂ ଷ୍ଟାଫ୍, ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହିନ୍ଦୀ ଟାଇପିଷ୍ଟ ଭଳି ବିଭିନ୍ନ ଗ୍ରୁପ୍-ସି ସିଭିଲ୍ ପଦ ପାଇଁ ବାୟୁସେନା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ବାୟୁସେନା (Indian Air Force) ଅଫିସିଆଲ ବିଜ୍ଞପ୍ତି ଅନୁସାରେ ହିନ୍ଦୀ ଟାଇପିଷ୍ଟ ପଦରେ ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

-ଏହି ନିଯୁକ୍ତି ଅଧୀନରେ ମଲ୍ଟି ଟାସ୍କିଙ୍ଗ୍ ଷ୍ଟାଫ୍ ଏବଂ ହାଉସ୍ କିପିଂ ଷ୍ଟାଫ୍ ପଦରେ ଆବେଦନ ପାଇଁ ଆଶାୟୀମାନେ ଦଶମ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ।

-କାର୍ପେଣ୍ଟର ପଦ ପାଇଁ ୧୦ମ ପାସ୍ ସହିତ ଆଶାୟୀମାନେ କୋଣସି ମାନତାପ୍ରାପ୍ତ ସଂସ୍ଥାରୁ କାର୍ପେଣ୍ଟର ଟ୍ରେଡରେ ଆଇଟିଆଇ କରିଥିବା ହିଁ ଦରକାର ।

-କୁକ୍ ପଦ ପାଇଁ ୧୦ମ ପାସ୍ ସହିତ ହିଁ କାଟରିଙ୍ଗରେ ସାର୍ଟିଫିକେଟ୍ କିମ୍ବା ଡିପ୍ଲୋମା ଦରକାର ।

-ସେହିପରି ହିନ୍ଦୀ ଟାଇପିଷ୍ଟ ପଦ ପାଇଁ ଦ୍ବାଦଶ ପାସ୍ ସହିତ କମ୍ପୁଟରରେ ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟ୍ ଏବଂ ଇଂଲିଶରେ ୩୫ ଶବ୍ଦ ପ୍ରତି ମିନିଟ୍ ଟାଇପିଙ୍ଗ୍ ସ୍ପୀଡ୍ ରହିଥିବା ଆବଶକ ।

ପଦବୀ ଚୟନ ଓ ବୟସ ସୀମା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଏହି ପଦଗୁଡ଼ିକ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଲାଗି ଆମନ୍ତ୍ରଣ କରାଯିବ । ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ଆଶାୟୀମାନଙ୍କ ବୟସ ୧୮ ରୁ ୨୫ ବର୍ଷ, ଓବିସି ୧୮ରୁ ୨୮ ବର୍ଷ ଏବଂ ଏସସି/ଏସଟି ବର୍ଗର ଆଶାୟୀମାନଙ୍କ ବୟସ ୧୮ରୁ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଛି । ଏହି ପଦଗୁଡ଼ିକ ପାଇଁ ଅଫଲାଇନ ଆବେଦନ କରିବାକୁ ହେବ ।

NIAରେ ଚାକିରି, ସବ-ଇନ୍ସପେକ୍ଟର ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ କରନ୍ତୁ ଆବେଦନ

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments