1. କୃଷି ଖବର

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଭୁବନେଶ୍ୱର :ମାଟି ସମସ୍ତ ଜୀବଜଗତ ଓ ଉଦ୍ଭିଦ ଜଗତର ପ୍ରାଣସତ୍ତାର ଆଧାର | ସଠିକ୍ ଯତ୍ନ ନନେଲେ ଏହା ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଚାଷକାର୍ଯ୍ୟ ପାଇଁ ଅନୁପଯୋଗୀ ହୋଇଯାଏ | ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ୧ ଇଞ୍ଚ ମାଟି ସୃଷ୍ଟି ହେବା ପାଇଁ ପ୍ରାୟ ୧ ହଜାର ବର୍ଷ ଲାଗିଥାଏ | ତେଣୁ, ମାଟିର ସୁସ୍ଥତା କିପରି ବଜାୟ ରହିବ ସେଥିନିମନ୍ତେ ସମସ୍ତଙ୍କୁ ସଚେତନ କରି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି I

KJ Staff
KJ Staff
World Soil Day Celebration

World Soil Day Celebration

ଭୁବନେଶ୍ୱର :ମାଟି ସମସ୍ତ ଜୀବଜଗତ ଓ ଉଦ୍ଭିଦ ଜଗତର ପ୍ରାଣସତ୍ତାର ଆଧାରସଠିକ୍ ଯତ୍ନ  ନନେଲେ ଏହା ଶୀଘ୍ର ନଷ୍ଟ ହୋଇଯାଏ ଏବଂ ଚାଷକାର୍ଯ୍ୟ ପାଇଁ ଅନୁପଯୋଗୀ ହୋଇଯାଏବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ୧ ଇଞ୍ଚ ମାଟି ସୃଷ୍ଟି ହେବା ପାଇଁ ପ୍ରାୟ ୧ ହଜାର ବର୍ଷ ଲାଗିଥାଏତେଣୁ, ମାଟିର ସୁସ୍ଥତା କିପରି ବଜାୟ ରହିବ ସେଥିନିମନ୍ତେ ସମସ୍ତଙ୍କୁ ସଚେତନ କରି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି

କୃଷିଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିମନ୍ତେ ଖାଦ୍ୟ, ବାସଗୃହ, ପୋଷାକ ଆଦିର ଚାହିଦା ମେଣ୍ଟାଇବା ପାଇଁ ଅଧିକରୁ ଅଧିକ ଫସଲ ଉତ୍ପାଦନ ନିମନ୍ତେ ଅତ୍ୟଧିକ ରାସାୟନିକ ସାର ଓ କୀଟନାଶକ ବ୍ୟବହାର, ଜଙ୍ଗଲ କ୍ଷୟ, ଶିଳ୍ପ ଓ ବାସଗୃହର ବର୍ଜ୍ୟବସ୍ତୁ ମାଟିରେ ମିଶିବା ଆଦି ଅନେକ କାରଣରୁ ମାଟିର ଉର୍ବରତା ନଷ୍ଟ ହୋଇଚାଲିଛି | ସେ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ହେବା ଆବଶ୍ୟକା ମୃତ୍ତିକାର ସ୍ୱାସ୍ଥ୍ୟ ପରିଚାଳନା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନା ଭବିଷ୍ୟତ ବଂଶଧରଙ୍କ ଖାଦ୍ୟ ସୁରକ୍ଷା ଓ ଜୀବଜଗତର ସୁରକ୍ଷା ନିମନ୍ତେ ପ୍ରଥମେ ମୃତ୍ତିକାର ସୁରକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଏଥି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମାଟି ପରୀକ୍ଷା କରାଯାଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବିତରଣ, ଜୈବିକ କୃଷି, ନିରନ୍ତର କୃଷି, ଜୈବିକ ଖତସାର, ମାଟିର ଆବଶ୍ୟକତା ଅନୁସାରେ ଅନୁମୋଦିତ ସାର ପ୍ରୟୋଗ, ରିହାତି ଦରରେ ଜୀବାଣୁ ସାର ବଣ୍ଟନ, ଫସଲର ବିବିଧିକରଣ ଓ ସଠିକ୍ ଜଳ ପରିଚାଳନା ଆଦି ଦିଗରେ ଗୁରୁତ୍ୱ ଦିଆଯାଇଛିା ଚଳିତ ବର୍ଷ ବିଶ୍ୱ ମୃତ୍ତିକା ଦିବସର ବାର୍ତ୍ତା "ମାଟିକୁ ଜୀବନ୍ତ ରଖନ୍ତୁ, ଜୈବବିବିଧତାକୁ ସୁରକ୍ଷା ଦିଅନ୍ତୁ' ଦିଗରେ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ  କହିଥିଲୋ

ଏହି କ୍ରମରେ ମନ୍ତ୍ରୀ ଡ. ସାହୁ ଅନ୍ତର୍ଜାତୀୟ ସଂସ୍ଥା ଇକି୍ରସାଟ୍ ସହାୟତାରେ ଭୂଚେତନା କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱର ଓ ସମ୍ବଲପୁରଠାରେ ସ୍ଥାପନ କରାଯାଇଥିବା ଦୁଇଟି ରେଫରାଲ୍ ମୃତ୍ତିକା ପରୀକ୍ଷାଗାରକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲୋ ଏଥି ସହିତ ମନ୍ତ୍ରୀ ଡ. ସାହୁ ପତାକା ଦେଖାଇ ଆଜି ୧୩ଟି ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାରରଲୋକାର୍ପଣ କରିଥିଲୋ

ଉତ୍ସବରେ ଯୋଗଦେଇ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା କହିଥିଲେ ଯେ କୃଷକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ଭାବରେ ପାଳନ କରାଯାଉଥିବାବେଳେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ମୃତ୍ତିକାର ସ୍ୱାସ୍ଥ୍ୟରକ୍ଷା କରିପାରିଲେ ରାଜ୍ୟର ଚାଷୀମାନେ ଲାଭବାନ ହୋଇପାରିବୋମାଟିର ସ୍ୱାସ୍ଥ୍ୟ କୃଷି ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧିରେ ପ୍ରମୁଖ ଭୂମିକା ରହିଥାଏ ବୋଲି କହିଥିଲୋ କୃଷି ବିଭାଗର ସମସ୍ତ ଅଥିକାରୀ ମୃତ୍ତିକା ବିଶୋଧନ ଉପରେ ସଚେତନତା ସୃଷ୍ଟି ପାଇଁ ସେ ପରାମର୍ଶ ଦେଇଥିଲୋ

ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଦିଗରେ ବିଭାଗ ପକ୍ଷରୁ ମୃତ୍ତିକାର ପରୀକ୍ଷା ଉପରେ ଅଥିକ ଗୁରୁତ୍ୱ ଦିଆଯାଉଛିା ଆଜିର କାର୍ଯ୍ୟକ୍ରମରେ ଇକି୍ରସାଟ୍ ଡ଼ାଇରେକ୍ଟର ଜେନେରାଲ୍ ଜ୍ୟାକ୍ଲିନ୍ ହ୍ୟୁଜ  ହାଇଦ୍ରାବାଦରୁ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଇକି୍ରସାଟ୍ ସହାୟତାରେ ଓଡ଼ିଶାରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲୋ ଇକି୍ରସାଟ୍ ସହାୟତାରେ ବିଶ୍ୱସ୍ତରୀୟ ରେଫରାଲ ମୃତ୍ତିକା ପରୀକ୍ଷାଗାର ଭୁବନେଶ୍ୱର ଓ ସମ୍ବଲପୁରଠାରେ କାର୍ଯ୍ୟକ୍ଷମ ହୋଇଥିବାରୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ମାଟିର ଖାଦ୍ୟସାର ମାନଚିତ୍ର ସମ୍ବଳିତ ଏକ ପୁସ୍ତିକା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲୋ

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ, ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରମୁଖ ଯୋଗଦେଇ ମୃତ୍ତିକାର ସ୍ୱାସ୍ଥ୍ୟରକ୍ଷାରେ ନାନୋ-ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲୋ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲୋ କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ ଇକି୍ରସାଟର  କଣ୍ଟି୍ର ରିପ୍ରେଜେଣ୍ଟିଭ୍ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ କୃଷି ବୈଜ୍ଞାନିକମାନେ ଯୋଗଦେଇଥିଲୋ ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଏବଂ ବହୁ କୃଷି ବୈଜ୍ଞାନିକ ଓ ଅଧିକାରୀମାନେ ଯୋଗଦେଇଥିଲୋ ଏହି ଅବସରରେ ଓଡ଼ିଶା "ମୃତ୍ତିକା ପୋଷକତତ୍ତ୍ୱ ସ୍ଥିତିର ମାନଚିତ୍ର' ଏବଂ "ଓଡ଼ିଶାର ୫୦ ବର୍ଷର କୃଷି ପରିସଂଖ୍ୟାନ'ର ଶୁଭ ଉନ୍ମୋଚନ ହୋଇଥିଲା I ଆଜିର କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ସମସ୍ତ ଜିଲ୍ଲାର କୃଷି ଅଧିକାରୀମାନେ ଯୋଗଦେଇଥିଲୋ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments