1. କୃଷି ଖବର

BSKY କାର୍ଡକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା !

ଭିଡିଓ ବାର୍ତ୍ତା ମାଧ୍ୟମରେ ସେ BSKY ବିଷୟରେ ସ୍ପଷ୍ଟୋକ୍ତି ପ୍ରଦାନ ....

Tanushree Mahapatra
Tanushree Mahapatra
statement regarding bsky health card, image source -pexels

statement regarding bsky health card, image source -pexels

ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ କଥାକୁ ଆଖିରେ ରଖି ଓଡିଶାରେ ପୂର୍ବ ରାଜ୍ୟ ସରକାର ଏକ ମସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ l ଯେଉଁଥିରେ ମହିଳା ଏବଂ ପୁରୁଷ ଦୁହିଁଙ୍କୁ ସ୍ୱାସ୍ଥ୍ୟ ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି  l ମହିଳାଙ୍କୁ ୧୦ ଲକ୍ଷ ଏବଂ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯାଉଛି l ତେବେ ଏହି କାର୍ଡ ପାଇଁ ଅନେକ ଚିନ୍ତାରେ ପଡ଼ିଥିଲେ l କାରଣ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି l କିଛି କିଛି ମେଡିକାଲରେ ଏହି କାର୍ଡକୁ ଗ୍ରହଣ ମଧ୍ୟ କରୁନଥିବାର ଖବର ଦେଖିବାକୁ ମିଳିଥିଲା l

ରାଜ୍ୟରେ BSKY ଚାଲୁ ରହିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ସେ BSKY ବିଷୟରେ ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ରାଜ୍ୟରେ BSKY ଚାଲୁ ରହିଛି ଏବଂ ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ରହିଛି । BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ କୌଣସି ପ୍ରକାର ଅବହେଳା କରିପାରିବେ ନାହିଁ । ଏ ବିଷୟରେ ହିତାଧିକାରୀ କିଛି ଅସୁବିଧାର ସମ୍ମୁଖୀନ ହେଲେ ହେଲ୍ପଲାଇନ୍ ନମ୍ବର ୧୦୪ ମାଧ୍ୟମରେ କଲ୍ କରି ନିଜ ଅସୁବିଧା ଜଣାଇପାରିବେ ।

ସୂଚନା ଥାଉ କି ରାଜ୍ୟରେ ପୂର୍ବ ସରକାର ତଥା ବିଜେଡି ସରକାରର ପରାଜୟ ପରେ BSKY  ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ଲୋକଙ୍କ ମଧ୍ୟରେ। କିଛି ହସ୍ପିଟାଲ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଥିବା କେତେକ ଅଭିଯୋଗ ସାମ୍ନାକୁ ଆସିଥିଲା । ଏ ସମସ୍ତ ସମସ୍ୟାକୁ ଆଖିରେ ରଖି ଆଜି ମୁଖ୍ୟ ଶାସନ ସଚିବ ଏପରି ଭିଡିଓ ବାର୍ତ୍ତା ଜାରି କରିଥିଲେ।

ନୂଆ ନିଷ୍ପତି ନେ ହେବା ପର୍ଯ୍ୟନ୍ତ କୌଣସି ହସ୍ପିଟାଲରେ ବିଏସକେୱାଇ ହିତାଧିକାରୀଙ୍କୁ ଚିକିତ୍ସାରେ ଅବହେଳା କରି ପାରିବେ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ଟେଲିଫୋନ ନମ୍ୱର ୧୦୪ ମଧ୍ୟ ଜାରି କରାଯାଇଛି l BSKYରେ ଅବହେଳା ହେଲେ ହିତାଧିକାରୀ ୧୦୪ ନମ୍ବରକୁ କଲ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ । କୌଣସି ହସ୍ପିଟାଲ ଏହାକୁ ଅବମାନନା କଲେ ହସ୍ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଯେପର୍ଯ୍ୟନ୍ତ ନୂଆ ନିଷ୍ପତ୍ତି ନିଆଯାଇ ନାହିଁ ସେ ପର୍ଯ୍ୟନ୍ତ BSKY କାର୍ଡରେ ସେବା ଜାରି ରହିବ ରାଜବାସୀଙ୍କ ପାଇଁ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ

ଗ୍ରୀଷ୍ମ ପ୍ରବାହ ପାଇଁ କ'ଣ କହିଲେ ଅତୁଲ ଗୋଏଲ ?

ସୋୟାବିନ୍ ର ଉନ୍ନତ କିସମ NRC 136

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ