
STIHL Equipment for Women in Farming!
ଆପଣ ଜାଣିଛନ୍ତି କି କୃଷି କ୍ଷେତ୍ରରେ ପାଖାପାଖି ୭୫ ପ୍ରତିଶତ ମହିଳା ପୂର୍ଣ୍ଣକାଳୀନ ଶ୍ରମିକ ଭାବେ କାର୍ଯ୍ୟରତ? ଯେପରି କୃଷି ଭାରତ ଅର୍ଥନିତୀର ଆର୍ଥିକ ମେରୁଦଣ୍ଡ ଭାବେ ପରିଚିତ, ସେହିପରି ମହିଳାମାନେ କୃଷି କ୍ଷେତ୍ରର ଆର୍ଥିକ ମେରୁଦଣ୍ଡ ଭାବେ ପରିଗଣିତ ।

STIHL Equipment for Women in Farming!
କୃଷିକାର୍ଯ୍ୟରେ ସେମାନଙ୍କ ସମୟ, ଯନ୍ତ୍ରପାତିର ବ୍ୟବହାର ଏବଂ କୃଷିଶୈଳୀ ମହିଳାମାନଙ୍କ ପାଇଁ କଷ୍ଟଦାୟକ ନୁହେଁ ।
ସେଥିପାଇଁ ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସରେ କୃଷିକ୍ଷେତ୍ରରେ ମହିଳାମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିନକୁ ପାଳନ କରାଯାଇଥାଏ ।ଯେତେବେଳେ କୃଷିରେ ମହିଳାଙ୍କ ଅବଦାନ କଥା ଉଠେ ବିହନ ବୁଣିବା ଠାରୁ ଆରମ୍ଭ କରି ବୃକ୍ଷରୋପଣ, ଜଳ ନିଷ୍କାସନ, ଜଳସେଚନ, ସାର, ଉଦ୍ଭିଦ ସୁରକ୍ଷା, ଅମଳ, ତୃଣକ ଏବଂ ସଂରକ୍ଷଣ ସବୁଥିରେ ମହିଳାମାନଙ୍କ ପରିଶ୍ରମ ସମ୍ମାନସ୍ପଦ । ମାତ୍ର ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଯେ ଅଧିକ ଓଜନିଆ କୃଷି ଯନ୍ତ୍ରପାତି ହେତୁ ମହିଳାମାନେ ଚାଷକାମରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ସଂକ୍ଷେପରେ କହିବାକୁ ଗଲେ, କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ କୃଷି କ୍ଷେତ୍ରରେ ମହିଳାମାନେ ଶସକ୍ତ ହେବା ଆବଶ୍ୟକ । କୃଷି ଯନ୍ତ୍ରପାତି ଓ ତାହାର ବ୍ୟବହାରରେ ସରଳୀକରଣ ହୋଇପାରିଲେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟରୁ ବର୍ତ୍ତିଯାଇପାରିବେ ।ଯାହାକି ସେମାନଙ୍କୁ କୃଷି କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ହାତମୁଠାକୁ ମଧ୍ୟ ମଜଭୂତ କରିବାରେ ସକ୍ଷମ ହେବ ।
ତେଣୁ, ଆସନ୍ତୁ ଏଥର ଆନ୍ତର୍ଜାତୀୟ ମହିଳା ଦିବସ କୃଷି କ୍ଷେତ୍ରରେ ମହିଳା ଶସକ୍ତିକରଣକୁ ପ୍ରୋତ୍ସାହନ ଦେବାପାଇଁ ସଂକଳ୍ପ ନେବା ।

STIHL Equipment for Women in Farming!
କୃଷି କ୍ଷେତ୍ରରେ ମହିଳାମାନଙ୍କ ପାଇଁ STIHL ଉପକରଣ:
କୃଷିକ୍ଷେତ୍ରରେ ମହିଳାମାନଙ୍କୁ ବିଶେଷ ଧ୍ୟାନରେ ରଖି କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କ ମଧ୍ୟ STIHLହେଉଛି ଅନ୍ୟତମ । ଏହାର ହାଲୁକା, ସହଜ ବ୍ୟବହାରିକ ଏବଂ କମ୍ପାକ୍ଟ କୃଷି ଉପକରଣ ଏବେ ମାର୍କେଟରେ ସୁଲଭ ଦରରେ ମିଳିବା ଆରମ୍ଭ ହୋଇଯାଇଛି ।
STIHL ସର୍ବଦା ନିଜର ଉପଭୋକ୍ତାଙ୍କ ଚାଷ କାର୍ଯ୍ୟକୁ ସରଳ ଓ ସୁବିଧାଜନକ କରିବା ପାଇଁ ଚେଷ୍ଟା ଚଳାଇ ଆସିଥାଏ । ବିହନ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ପରିଚାଳନାରେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାକୁ ହ୍ରାସ କରିବା ପାଇଁ STIHLର ଉଦ୍ୟମ ଜାରି ରହିଥାଏ । STIHL ଦ୍ୱାରା ନିର୍ମିତ ଛୋଟ ଛୋଟ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରିବା ପାଇଁ ଖୁବ୍ ସୁରକ୍ଷିତ ପ୍ରମାଣିତ ହୋଇଛି ।
ସିଏ ଚାଷ ଜମି ହେଉ କି ଫୁଲ ବଗିଚା ସବୁଠି STIHLର ଉପକରଣର ବ୍ୟବହାର ଏହାର ଉପଭୋକ୍ତାମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।ଏହାର ପ୍ରତ୍ୟେକ ଯନ୍ତ୍ରପାତି ଚାଷ କାର୍ଯ୍ୟ ସହଜ ବା ସରଳ କରିବାରେ ସହାୟକ ହୋଇଥାଏ । ଉଦାହରଣ ସ୍ୱରୂପ, ଛୋଟ ଛୋଟ ଅଧିକାଂଶ ଉପକରଣରେ କର୍ଡଲେସ୍ ପାୱାର୍ ବିଶିଷ୍ଟ ଉପକରଣର କାର୍ଯ୍ୟ ଗତିଶୀଳତା ବୃଦ୍ଧି କରାଇଥାଏ ।
ବଦଳୁଥିବା ସମୟ ସହିତ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ମହିଳାମାନେ ମଧ୍ୟ ଚାଷ କାର୍ଯ୍ୟରେ ଆଗଭର ହେଉଥିବା ଦେଖିବାକୁ ମିଳୁଛି ।ତେଣୁ କୃଷିକାର୍ଯ୍ୟ ପାଇଁ ଆବଶ୍ୟକୀୟ ଉପକରଣ କାର୍ଯ୍ୟଭାରକୁ କମ୍ କରି ମହିଳାଙ୍କ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ଆବଶ୍ୟକ । ତେଣୁ ଏହାକୁ ନଜରରେ ରଖି STIHL ମହିଳାମାନଙ୍କ ବ୍ୟବହାର ଯୋଗୀ ଉପକରଣମାନ ତିଆରି କରି ଏବେ ବଜାରକୁ ଛାଡ଼ିବା ଆରମ୍ଭ କରିଦେଇଛି ।
STIHL, ଏକ ଅଗ୍ରଣୀ କୃଷି ଉପକରଣ ଉତ୍ପାଦନକାରୀ, ଏହା ଜର୍ମାନୀ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଯନ୍ତ୍ରପାତି ନିର୍ମାଣ କରିଥାଏ ।ଏହାର ଉତ୍ପାଦଗୁଡିକ ବିଶେଷ ଭାବରେ ଚାଷ କାର୍ଯ୍ୟକୁ ସହଜ ଏବଂ ଅଧିକ ଦକ୍ଷ କରିବା ପାଇଁ ନିର୍ମିତ । କୃଷି କ୍ଷେତ୍ରରେ ମହିଳାଙ୍କ ଉପଯୋଗୀ ଯନ୍ତ୍ରପାତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ STIHL ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ ।
Share your comments