1. କୃଷି ଖବର

ନୀଳାଚଳ ଇସ୍ପାତ ନିଗମରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟ ସମାପ୍ତ

ଟାଟା ଷ୍ଟିଲ ଲଂଗ ପ୍ରଡକ୍ଟସ ଲିମିଟେଡ଼ ଦ୍ୱାରା ନୀଳାଚଳ ଇସ୍ପାତ ନିଗମର ଅଧିଗ୍ରହଣ । ନୀଳାଚଳ ଇସ୍ପାତ ନିଗମରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟ ସମାପ୍ତ ।

Shuvanshu Kar
Shuvanshu Kar
Strategic Disinvestment of Neelachal Ispat Nigam Limited completed

Strategic Disinvestment of Neelachal Ispat Nigam Limited completed

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (NINL) ଚାରିଟି କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ମିଳିତ ସହଯୋଗରେ ପ୍ରତିଷ୍ଠା ହୋଇଥିଲା । ଏଥିରେ ଏମ୍‌ଏମ୍‌ଟିସିର ୪୯.୭୮%, ଏନ୍‌‌ଏମ୍‌ଡିସିର ୧୦.୧୦%, ବିଏଚ ଇଏଲର ୦.୬୮% ଓ ମେକ୍‌ନର ୦.୬୮ ଶତାଂଶ ଅଂଶଧନ ଥିଲା ।

ଏହାଛଡା ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ମଧ୍ୟ ଏଥିରେ ପୁଞ୍ଜିନିବେଶ କରିଥିଲେ । ସେଥିମଧ୍ୟରୁ ଓଏମ୍‌ସିର ଅଂଶ ଏନ୍‌ଆଇଏନ୍‌ଏଲ୍‌ରେ ୨୦.୪୭ ଶତାଂଶ ଥିବାବେଳେ ଇପିକଲ୍‌ର ଅଂଶ ଥିଲା ୧୨. ୦୦ ଶତାଂଶ ।

ଆଜି ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି । ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଛନ୍ତି । ଏ ବାବଦରେ ସମ୍ପୃକ୍ତ ଟାଟା କମ୍ପାନୀ ନୀଳାଚଳ ଇସ୍ପାତ ନିଗମର ଅଂଶୀଦାରମାନଙ୍କୁ ଏଣ୍ଟରପ୍ରାଇଜ ଭ୍ୟାଲୁଭାବେ ମୋଟ ୧୨, ୧୦୦ କୋଟି ଟଙ୍କା ପ୍ରଦାନ କରିଛି ।

ଅଂଶଧନ କ୍ରୟ ରାଜିନାମା(ଏସ୍‌ପିଏ)ର ସର୍ତ୍ତ ଅନୁସାରେ ଏହି ଅର୍ଥ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ, କାର୍ଯ୍ୟ ପରିଚାଳନା ପାଇଁ ଋଣ ପ୍ରଦାନକାରୀ, ଆର୍ଥିକ ଋଣଦାତା, ବିକ୍ରେତାଙ୍କ ପ୍ରାପ୍ୟ ଏବଂ ଅଂଶପତ୍ରଧାରୀ ବିକ୍ରେତାଙ୍କ ଇକ୍ୟୁଟି ସକାଶେ ଖର୍ଚ୍ଚ କରାଯାଇଛି ।

୩-ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ଯେଉଁ ନିଲାମ ୨୦୨୨ଜାନୁୟାରୀ ୩୧ରେ ହୋଇଥିଲା ସେଥିରେ ଟାଟା କମ୍ପାନୀ (ଟାଟା ଷ୍ଟିଲ ଲଂଗ ପ୍ରଡକ୍ଟ ଲିମିଟେଡ) ସର୍ବାଧିକ ଅର୍ଥ ଦେବାର ପ୍ରସ୍ତାବ ଦେଇଥିଲା । ଏହାପରେ ଏହି କମ୍ପାନୀକୁ ୨୦୨୨ ଫେବୃୟାରୀ ୨ତାରିଖରେ ଲେଟର ଅଫ ଆୱାର୍ଡ ପ୍ରଦାନ କରାଯାଇଥିଲା ।

ଏହାପରେ ଅଂଶଧନ କ୍ରୟ ଚୁକ୍ତି (ଏସପିଏ) ସ୍ୱାକ୍ଷରିତ ହୋଇଥିଲା ୨୦୨୨ମାର୍ଚ୍ଚ ୧୦ ତାରିଖରେ । ଏହାପରେ ଷ୍ଟ୍ରାଟେଜିକ୍ ପାର୍ଟନର ଏନ୍‌ଆଇଏନ୍‌ଏଲ୍ ଓ ଛଅଟି ଅଂଶପତ୍ର ବିକ୍ରେତା ଏସପିଏର ସର୍ତ୍ତ ପୂରଣ କରିବାକୁ ବୁଝାମଣା ଦିଗରେ କାମ ଆରମ୍ଭ କରିଥିଲେ । ଏଥିରେ ଅପେରସନାଲ କ୍ରେଡିଟରଙ୍କ ପ୍ରାପ୍ୟ, କର୍ମଚାରୀଙ୍କ ପ୍ରାପ୍ୟ, ବିକ୍ରେତାଙ୍କ ଅପରେସନାଲ ପ୍ରାପ୍ୟ ଏବଂ ବିକ୍ରେତାଙ୍କ ଆର୍ଥିକ ପ୍ରାପ୍ୟ ଆଦି ଦେବାର ବ୍ୟବସ୍ଥା ଚୂଡାନ୍ତ ହୋଇଥିଲା । ଉଭୟପକ୍ଷଙ୍କ ସନ୍ତୋଷ ମୁତାବକ ଏହି ସର୍ତ୍ତ ପାଳନ କରାଯାଇଛି ।

ଖାଦ୍ୟରେ କୋଇଲା !!

PM Gati Shakti:ଓଡିଶା ଓ ଝାଡଖଣ୍ଡରେ ନିର୍ମିତ ହେବ 4 ପ୍ରକଳ୍ପ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments