News

ସୁବର୍ଣ୍ଣ କୃଷି ମେଳା ୨୦୨୨ ,ଚାଷୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଆରମ୍ଭ ହେବାକୁ ଯାଉଛି ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଏବଂ ସେମିନାର ସୁବର୍ଣ୍ଣ କୃଷି ମେଳା-୨୦୨୨ । ଆସନ୍ତା ଆସନ୍ତା ଡିସେମ୍ବର ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ ।

14 December, 2022 3:40 PM IST By: Tanushree Mahapatra

ଆରମ୍ଭ ହେବାକୁ ଯାଉଛି ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଏବଂ ସେମିନାର ସୁବର୍ଣ୍ଣ କୃଷି ମେଳା-୨୦୨୨  ( Subarna Krushi Mela - 2022 ) । ଆସନ୍ତା ଆସନ୍ତା ଡିସେମ୍ବର ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯେଉଁଠି ଏକାଠି ହେବେ ହଜାର ହଜାର କୃଷକ । ଆଉ ଜାଣିବେ ନୂତନ ଜ୍ଞାନକୌଶଳ ବିଷୟରେ ଯାହା ତାଙ୍କୁ ତାଙ୍କ ଚାଷ କ୍ଷେତ୍ର ରେ ସାହାଯ୍ୟ କରିବା l ଏହି କାର୍ଯ୍ୟକ୍ରମଟି ମୟୁରଭଞ୍ଜ ( Mayurbhanj )  , ଶୂଳିଆପଦା ର ବାଘଡ ରେ ଆୟୋଜନ ହେବାକୁ ଯାଉଛି l 

ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ ଏହି କାର୍ଯ୍ୟକ୍ରମ ।  କୃଷି ଜାଗରଣ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ସୁବର୍ଣ୍ଣ କୃଷି ମେଳା ୨୦୨୨ । ଏନେଇ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି ।  ମୟୁରଭଞ୍ଜ ର ବିଭିନ୍ନ ସଂଗଠନ, ଏନଜିଓ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି କୃଷି ଜାଗରଣ ଟିମ  ।

ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ ।

ସେହିପରି କୃଷି ଓ ଉଦ୍ୟାନ କୃଷି ଯନ୍ତ୍ରପାତି, ଉପକରଣ, ସୌର ଉପକରଣ ଓ ଏହାର ସମାଧାନ, ବ୍ୟାଙ୍କ ଓ ଆର୍ଥିକ ସହାୟତା ସଂସ୍ଥା, ଜଳସେଚନ, ଟ୍ରାକ୍ଟର, ପମ୍ପ, ସିଞ୍ଚନ ମେସିନ, ଟାୟାର ଉତ୍ପାଦକ ସଂସ୍ଥା, କୃଷି ବ୍ୟବହାର୍ଯ୍ୟ ସାମଗ୍ରୀ, ନର୍ସରୀ, ପୁଷ୍ପଗୁଚ୍ଛ, ମଞ୍ଜି ଉତ୍ପାତ ଶିଳ୍ପ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଦି ଉପସ୍ଥିତ ରହିବେ । ଏସବୁ ସଂସ୍ଥା ସେମାନଙ୍କ କୃଷି ଉପକରଣ ପ୍ରଦର୍ଶିତ କରିବେ । ଯେଉଁଥିରେ କୃଷକମାନେ ସେମାନଙ୍କ ସୁବିଧା ଅନୁସାରେ କୃଷି ଉପକରଣ ସାମଗ୍ରୀ ପାଇପାରିବେ । ଫଳରେ ସହଜ ଏବଂ ସୁବିଧାରେ ଚାଷ କରିପାରିବେ । କାରଣ  ସୁବର୍ଣ୍ଣ କୃଷି ମେଳା ୨୦୨୨  କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । କିପରି ବର୍ତ୍ତମାନର କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ କୃଷି ଉତ୍ପାଦ କରିପାରିବ ତାହା ଉତ୍କଳ କୃଷି ମେଳାର ମୂଳ ଲକ୍ଷ୍ୟ । ଏଥିରେ ସମୟ ବଞ୍ଚିବା ସହ ଆତ୍ମନିର୍ଭରଶୀଳ ହେବ କୃଷକ, ଯାହା ଉତ୍କଳ କୃଷି ମେଳା ଭଳି ଏକ ଜୁଗାନ୍ତକାରୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା । ଏହା ଏକ କୃଷି ପ୍ରାଧାନ୍ୟ ଜିଲ୍ଲା l ଏହି ଜିଲ୍ଲାରେ ଅନେକ ପ୍ରକାର ଚାଷ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ଚାଷୀ l ଓଡ଼ିଶାରେ ବାସ କରୁଥିବା ୬୨ପ୍ରକାର ଅନୁସୂଚିତ ଜନଜାତି ମଧ୍ୟରୁ ୫୩ପ୍ରକାର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳି ଥିବା ବେଳେ ଶୀତ ଋତୁରେ ଅଧିକ ଆକର୍ଷିତ କରିଥାଏ ପର୍ଯ୍ୟଟକଙ୍କୁ l  ମୟୂରଭଞ୍ଜ ଜିଲ୍ଲାରେ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି l ତେବେ ଏବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ସଫଳ କରିବା ପାଇଁ କୃଷି ଜାଗରଣ ର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରସ୍ତୁତି ରେ ଲାଗିପଡିଛନ୍ତି  l

ରାୟଗଡାରେ ହେବ ମେଗା କୃଷି ସମ୍ମିଳନୀ

krishi unnati sammelan 2022 : ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟରେ କୃଷି ଉନ୍ନତି ସମ୍ମିଳନୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)