News

ସୁବର୍ଣ୍ଣ କୃଷି ମେଳା ୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହୋଇଛି ମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ(Krishi Jagran) । ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି । ଏହି ଉଦ୍ଦେଶ୍ୟ ସହିତ ବଡ କୃଷିମେଳା(agricultural fairs) ଆୟୋଜନ କରିଛି କୃଷି ଜାଗରଣ ।

23 December, 2022 3:37 PM IST By: Tanushree Mahapatra

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ । ସଜେଇ ହୋଇଛି ମଞ୍ଚ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛି କୃଷି ଜାଗରଣ (Krishi Jagran) । ଚାଷୀଙ୍କ ବିକାଶ ହିଁ ଆମର ଉନ୍ନତି । ଏହି ଉଦ୍ଦେଶ୍ୟ ସହିତ ବଡ କୃଷିମେଳା (agricultural fairs) ଆୟୋଜନ  କରିଛି କୃଷି ଜାଗରଣ । ଆଜିଠୁ ତଥା ଡିସେମ୍ବର ୨୩ ଓ ୨୪ରେ ଅନୁଷ୍ଠିତ ହେବ ସୁବର୍ଣ୍ଣ କୃଷି ମେଳା ୨୦୨୨ । 

ଏହି ମେଳା ପାଇଁ ଜୋରଶୋରରେ ପ୍ରସ୍ତୁତି କରାଯାଇଛି  । ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା କୃଷି ମେଳା ଟି ମୟୁରଭଞ ସୁଳିଆପଦା ଠାରେ ଆୟୋଜିତ କରାଯାଇଛି l ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ଆଜି ପ୍ରଥମ ଦିନରେ ଅନେକ ଚାଷୀ ଭାଇ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି l

ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳା ରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ l ଏହି କୃଷି ମେଳା କୁ କୃଷି ଜାଗରଣ ର ପ୍ରତିଷ୍ଠାତା ଏମ୍ସି ଡୋମିନିକ ଏବଂ ମୟୁରଭଞ୍ଜ ମୋରଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ରାଜକିଶୋର ଦାଶ ଉତଘାଟନ କରିଥିଲେ l ଏହି କୃଷି ମେଳାରେ ଇଫ୍କୋ , ଭି ଏସ ଟି ଟିଲର ଟ୍ରାକଟର କମ୍ପାନୀ , ମହିନ୍ଦ୍ରା କମ୍ପାନୀ , ସନମୁଖ ଏଗ୍ରି କମ୍ପାନୀ , କରଟେଭା ଏଗ୍ରି ସାଇନ୍ସ , ଟେରଭିଭା  କମ୍ପାନୀ , ଭାରତ ସରକାରଙ୍କ କୋଏର ବୋର୍ଡ ସଂସ୍ଥା , ଫାର୍ମ ସୋନା କମ୍ପନୀ ଭଳି ଅନେକ ବଡ ବଡ କମ୍ପାନୀ ଏଥିରେ ଭାଗ ନେଇଛନ୍ତି l  ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କର ଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l

ସୁବର୍ଣ୍ଣ କୃଷି ମେଳା ମାଧ୍ୟମରେ କୃଷକଙ୍କ ଠୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ ଗୋଟିଏ ମଞ୍ଚରେ ଏକାଠି ହେବେ । ମୟୁରଭଞ୍ଜର ସୁଲିଆ ପଦାଠାରେ ଏହି ମେଳା ଅନୁଷ୍ଠିତ ହୋଇଛି  । ଏହା କୃଷକମାନଙ୍କୁ ପୂରାତନ ଐତିହ୍ୟ, ଆଦିବାସୀ କଳା, ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ ।

ସେହିପରି କୃଷି ଓ ଉଦ୍ୟାନ କୃଷି ଯନ୍ତ୍ରପାତି, ଉପକରଣ, ସୌର ଉପକରଣ ଓ ଏହାର ସମାଧାନ, ବ୍ୟାଙ୍କ ଓ ଆର୍ଥିକ ସହାୟତା ସଂସ୍ଥା, ଜଳସେଚନ, ଟ୍ରାକ୍ଟର, ପମ୍ପ, ସିଞ୍ଚନ ମେସିନ, ଟାୟାର ଉତ୍ପାଦକ ସଂସ୍ଥା, କୃଷି ବ୍ୟବହାର୍ଯ୍ୟ ସାମଗ୍ରୀ, ନର୍ସରୀ, ପୁଷ୍ପଗୁଚ୍ଛ, ମଞ୍ଜି ଉତ୍ପାତ ଶିଳ୍ପ ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଆଦି ଉପସ୍ଥିତ ରହିବେ । ଏସବୁ ସଂସ୍ଥା ସେମାନଙ୍କ କୃଷି ଉପକରଣ ପ୍ରଦର୍ଶିତ କରିବେ । ଯେଉଁଥିରେ କୃଷକମାନେ ସେମାନଙ୍କ ସୁବିଧା ଅନୁସାରେ କୃଷି ଉପକରଣ ସାମଗ୍ରୀ ପାଇପାରିବେ । ଫଳରେ ସହଜ ଏବଂ ସୁବିଧାରେ ଚାଷ କରିପାରିବେ । କାରଣ  ସୁବର୍ଣ୍ଣ କୃଷି ମେଳା ୨୦୨୨  କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । କିପରି ବର୍ତ୍ତମାନର କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ କୃଷି ଉତ୍ପାଦ କରିପାରିବ ତାହା ଉତ୍କଳ କୃଷି ମେଳାର ମୂଳ ଲକ୍ଷ୍ୟ । ଏଥିରେ ସମୟ ବଞ୍ଚିବା ସହ ଆତ୍ମନିର୍ଭରଶୀଳ ହେବ କୃଷକ, ଯାହା ଉତ୍କଳ କୃଷି ମେଳା ଭଳି ଏକ ଜୁଗାନ୍ତକାରୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ସୁବର୍ଣ୍ଣ କୃଷି ମେଳା ୨୦୨୨ ,ଚାଷୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଉତ୍କଳ କୃଷି ମେଳା୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ,ଗୋଟିଏ ମଞ୍ଚରେ ବହୁ କୃଷକଙ୍କୁ ଯୋଡିବାର ଏକ ବଡ ସୁଯୋଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)