1. କୃଷି ଖବର

ଆସ ବୁଲିଯିବା ସୁବର୍ଣ୍ଣ କୃଷି ମେଳା- ୨୦୨୪

ଆସନ୍ତାକାଲି ସୁବର୍ଣ୍ଣ କୃଷି ମେଳା l ଅନେକ କିଛି ନୂଆ ଜାଣିବାର ମଉକା ମିଳିବ l କେବେ ଓ କେତେଦିନ ଆୟୋଜିତ ହେବ ଏହା ଜାଣନ୍ତୁ l

Tanushree Mahapatra
Tanushree Mahapatra
Subarna krushi mela 2024 , image source - pexels.com

Subarna krushi mela 2024 , image source - pexels.com

ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି । ଯାହାକୁ ଏକ ନୂଆ ଦିଗ ଦେବା ପାଇଁ ଚେଷ୍ଟା ଚାଲିଛି l ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ଼ ଭୂମିକା ରହିଛି l ଆଉ ଏହି କୃଷିକୁ ଗୁରୁତ୍ତ୍ଵ ଦେଇ ଆୟୋଜିତ ହେବାକୁ ଯାଉଛି ଏକ କୃଷି ମେଳା l ଯାହାର ନା ହେଉଛି " ସୁବର୍ଣ୍ଣ କୃଷି ମେଳା - ୨୦୨୪ " l

ଆସନ୍ତାକାଲି ଏହି ସୁବର୍ଣ୍ଣ କୃଷି ମେଳା ଆୟୋଜିତ ହେବାକୁ l ଯେଉଁଠି ଚାଷୀ ଜାଣିବେ ନୂଆ ନୂଆ କୃଷି ସମ୍ପର୍କିତ ତଥ୍ୟ ଓ ଜାଣିବେ ଚାଷ ସମ୍ପର୍କିତ ନୂଆ ଜ୍ଞାନକୌଶଳ l କୃଷି ଓ କୃଷକଙ୍କ ପାଇଁ ଏହା ସାଜିବ ମହାସମ୍ମିଳନୀ । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ଏହା ସୁବର୍ଣ୍ଣ ସୁଯୋଗ  l ଯାହାର ବିଷୟବସ୍ତୁ ରହିଛି " Explore the Unexplored Agri Odisha " l ଆଉ ଏହି ମେଳାକୁ ଆୟୋଜିତ କରୁଛନ୍ତି କୃଷି ଜାଗରଣ ସଂସ୍ଥା ଏବଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l 

ସୁବର୍ଣ୍ଣ କୃଷି ମେଳା କୃଷକ ଠାରୁ ନେଇ କୃଷି ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ, ସରକାରଙ୍କ ବିଭିନ୍ନ ସଂସ୍ଥା, ସହଯୋଗୀ ଏବଂ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସଂଗଠନଗୁଡିକ ଗୋଟିଏ ମଞ୍ଚରେ ଏକାଠି ହେବାର ମାଧ୍ୟମ । ଏଥିରେ ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସ୍ଥାନ ମିଳିବ ନିଜର କୌଶଳ ଦେଖାଇବାକୁ ।

" ସୁବର୍ଣ୍ଣ କୃଷି ମେଳା "  କୃଷକଙ୍କ ସୁବିଧା ଉପରେ ବିଶେଷ ଦୃଷ୍ଟି ଦେଇଥାଏ । କିପରି ବର୍ତ୍ତମାନର କୃଷକ ଆଧୁନିକ ଜ୍ଞାନ କୌଶଳ ଆପଣାଇ କମ ସମୟ ମଧ୍ୟରେ କୃଷି ଉତ୍ପାଦ କରିପାରିବ । ଏଥିରେ ସମୟ ବଞ୍ଚିବା ସହ ଆତ୍ମନିର୍ଭରଶୀଳ ହେବ କୃଷକ l ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା ମଧ୍ୟ କରାଯିବ । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବେ ଚାଷୀ।

ଏହି ମେଳା ପାଇଁ ଜୋରଶୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା । ଏହା କୃଷି ମେଳାଟି ମୟୁରଭଞ୍ଜର ବାଘଡ଼ା ସୁଳିଆପଦା ଠାରେ ଆୟୋଜିତ ହେବାକୁ ଯାଉଛି  l ଜାନୁଆରୀ ମାସ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଏହି ମେଳା ଆୟୋଜିତ ହେବ l

ତେବେ ଆପଣ ସମସ୍ତେ ଜାଣିଛନ୍ତି ମୟୂରଭଞ୍ଜ ହେଉଛି ଓଡ଼ିଶାର ସର୍ବବୃହତ ଜିଲ୍ଲା ଏବଂ କୃଷି ପ୍ରାଧାନ୍ୟ ଜିଲ୍ଲା ମଧ୍ୟ । ଏହି ଜିଲ୍ଲାରେ ଅନେକ ପ୍ରକାର ଚାଷ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି ଚାଷୀ l ଓଡ଼ିଶାରେ ବାସ କରୁଥିବା ପ୍ରାୟତଃ ଅଧିକ ରୁ ଅଧିକ ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲାରେ ବସବାସ କରନ୍ତି । ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳି ଥିବା ବେଳେ ଶୀତ ଋତୁରେ ଏହି ଜିଲ୍ଲା ଅଧିକ ଆକର୍ଷିତ କରିଥାଏ ପର୍ଯ୍ୟଟକଙ୍କୁ l  ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟତଃ ୧୭ଟି ପର୍ଯ୍ୟଟନ ସ୍ଥଳ ଅଛି l ତେବେ ଏବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ସଫଳ କରିବା ପାଇଁ କୃଷି ଜାଗରଣ ର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରସ୍ତୁତି ରେ ଲାଗିପଡିଛନ୍ତି  l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments