
subhadra yojana scheme for woman
ସୁଭଦ୍ରା ଯୋଜନାରେ ଓଡ଼ିଶାର ସମସ୍ତ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍ । ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି । ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିବା ପରେ ଏବେ ଡ୍ରାଫ୍ଟିଙ୍ଗ ଷ୍ଟେଜରେ ପହଞ୍ଚିଛି । ଆଗାମୀ ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ରାଜ୍ୟରେ । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଯୋଜନା ଟଙ୍କା। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କାକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ ଯାହା ତାଙ୍କୁ ଆର୍ଥିକ ସହାୟତା କରିବ ।
ଉପ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏ ନେଇ ପ୍ରସ୍ତୁତ ରହିଛି l ଏହି ସ୍କିମକୁ ମହିଳା ମାନଙ୍କ ପାଖରେ ପହଞ୍ଚାଇବା ରାଜ୍ୟରେ ଚେଷ୍ଟା କରାଯାଉଛି । ଏଥିସହ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି ସେ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଜିଏସଟି କାଉନସିଲ ବୈଠକରେ ଏହି ଯୋଜନା ନେଇ ଆଲୋଚନା ମଧ୍ୟ ହୋଇଛି।
କଣ କଣ ଆବଶ୍ୟକ ରହିଛି ଏହି ଯୋଜନାର ଲାଭ ପାଇବା ପାଇଁ :-
-ଆପଣ ନିଶ୍ଚିତ ଭାବରେ ଓଡିଶା ରାଜ୍ୟର ବାସିନ୍ଦା ହେବା ଆବଶ୍ୟକ
-କେବଳ ବିବାହିତ ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ଅଟନ୍ତି
-ପ୍ରତ୍ୟେକ ପରିବାରରେ କେବଳ ଜଣେ ହିତାଧିକାରୀ ରହିପାରିବେ
-ଅବିବାହିତ ମହିଳାମାନେ ଏହି ସୁବିଧା ପାଇଁ ଯୋଗ୍ୟ ନୁହଁନ୍ତି
-ମହିଳାଙ୍କ ବୟସ ୨୩ ରୁ ୫୯ ବର୍ଷ ମଧ୍ୟରେ ହେବା ଉଚିତ୍
-ମହିଳାମାନଙ୍କୁ ସରକାରଙ୍କ ଦ୍ୱାରା ନିୟୋଜିତ କରିବା ଉଚିତ୍ ନୁହେଁ
-ଏହି ଯୋଜନାର ଲାଭ ପରିବାର ପ୍ରତି କେବଳ ଜଣେ ମହିଳାଙ୍କୁ ପ୍ରଦାନ କରାଯିବ
-ଅଙ୍ଗନୱାଡି କର୍ମୀମାନେ ମଧ୍ୟ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଯୋଗ୍ୟ ଅଟନ୍ତି
ଆବଶ୍ୟକ ଡକ୍ୟୁମେଣ୍ଟ :-
-ଆଧାର କାର୍ଡ
-ବ୍ୟାଙ୍କ ଖାତା
-ଠିକଣା ପ୍ରମାଣ
-ମୋବାଇଲ୍ ନମ୍ବର
-ପାସପୋର୍ଟ ଆକାର ଫଟୋ
-ଆୟ ପ୍ରମାଣପତ୍ର
-ରେସନ କାର୍ଡ
ଓଡ଼ିଶା ସୁଭଦ୍ରା ଯୋଜନାର ଅଫିସିଆଲ୍ ୱେବସାଇଟ୍ ସରକାର ଘୋଷଣା କରିନାହାଁନ୍ତି । ସରକାର ସରକାରୀ ୱେବସାଇଟ୍ ଘୋଷଣା କରିବା ପରେ ଯୋଗ୍ୟ ଆବେଦନକାରୀମାନେ ଏହାକୁ ସହଜରେ ପାଇପାରିବେ l ଏହା ପରେ ସେମାନେ ଅନଲାଇନ୍ ଆବେଦନ ଫର୍ମ ପୂରଣ କରିପାରିବେ l କେବେ ଏବଂ କେଉଁଠାରେ ଆବେଦନ କରାଯିବ ଜାଣିବା ପାଇଁ ସରକାରୀ ଘୋଷଣା ଉପରେ ନିର୍ଭର l
ଅଧିକ ପଢ଼ନ୍ତୁ
Share your comments