1. କୃଷି ଖବର

ଚିନିର ଅନ୍ତର୍ଜାତୀୟ ମୂଲ୍ୟରେ ରେକର୍ଡ ବୃଦ୍ଧି

ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ ରଖିଛନ୍ତି । ଯଦିଓ ଏପ୍ରିଲ୍‌-ମେ ୨୦୨୩ ରେ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ଚିନି ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି, ଚିନିର ଘରୋଇ ମୂଲ୍ୟରେ ନାମମାତ୍ର ବୃଦ୍ଧି ପ୍ରାୟ ୩% ରହିଛି, ଯାହା ଆଖୁର ଉଚିତ୍‍ ଏବଂ ଲାଭକାରୀ ଦର (ଏଫଆରପି) ବୃଦ୍ଧି ସହିତ ସମାନ ଅଟେ ।

Tanushree Mahapatra
Tanushree Mahapatra
Sufficient availability of sugar in the country, iamge source - pexels.com

Sufficient availability of sugar in the country, iamge source - pexels.com

ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ ରଖିଛନ୍ତି । ଯଦିଓ ଏପ୍ରିଲ୍‌ ମେ ୨୦୨୩ ରେ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ଚିନି ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି, ଚିନିର ଘରୋଇ ମୂଲ୍ୟରେ ନାମମାତ୍ର ବୃଦ୍ଧି ପ୍ରାୟ ୩% ରହିଛି, ଯାହା ଆଖୁର ଉଚିତ୍‍ ଏବଂ ଲାଭକାରୀ ଦର (ଏଫଆରପି) ବୃଦ୍ଧି ସହିତ ସମାନ ଅଟେ । ବାସ୍ତବରେ, ଅନ୍ତର୍ଜାତୀୟ ଚିନି ମୂଲ୍ୟ ଭାରତ ତୁଳନାରେ ପ୍ରାୟ ୫୦% ଅଧିକ । 

ଦେଶରେ ଚିନିର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୩ ଟଙ୍କା ଏବଂ ଏହା କେବଳ ସୀମା ମଧ୍ୟରେ ରହିବାର ସମ୍ଭାବନା ଅଛି । ବାସ୍ତବରେ ନିମ୍ନଲିଖିତ ଗ୍ରାଫରୁ ଏହା ଦେଖାଯାଇପାରେ ଯେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଚିନି ମୂଲ୍ୟରେ ବାର୍ଷିକ ୨% ବୃଦ୍ଧି ଘଟିଛି । ସରକାରୀ ନୀତିଗତ ହସ୍ତକ୍ଷେପ ଯୋଗୁଁ ଘରୋଇ ମୂଲ୍ୟ ଅଳ୍ପ ବୃଦ୍ଧି ସହିତ ସ୍ଥିର ରଖାଯାଇଛି ।

ଠିକ ସମୟରେ ସରକାରୀ ହସ୍ତକ୍ଷେପ ଯୋଗୁଁ ଚିନି କ୍ଷେତ୍ରକୁ ସଙ୍କଟରୁ ବାହାର କରାଯାଇ ପାରିଛି । ଚିନି କ୍ଷେତ୍ରର ଦୃଢ ସିଦ୍ଧାନ୍ତ ଏବଂ ଦେଶରେ ପର୍ଯ୍ୟାପ୍ତ ପରିମାଣର ଆଖୁ ଏବଂ ଚିନି ଉତ୍ପାଦନ ସୁନିଶ୍ଚିତ କରିଛି ଯେ ଚିନି ପ୍ରତ୍ୟେକ ଭାରତୀୟ ଗ୍ରାହକଙ୍କ ପାଇଁ ସହଜରେ ଉପଲବ୍ଧ ହେବ । ବର୍ତ୍ତମାନର ଚିନି ଉତ୍ପାଦନ ଋତୁ (ଅକ୍ଟୋବର-ସେପ୍ଟେମ୍ବର) ୨୦୨୨-୨୩ ସମୟରେ, ଇଥାନଲ ଉତ୍ପାଦନ ପାଇଁ ପ୍ରାୟ ୪୩ ଏଲଏମଟି ଯିବା ପରେ ଭାରତରେ ୩୩୦ ଏଲଏମଟି ଚିନି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି । ସେହିପରି, ଦେଶରେ ସମୁଦାୟ ସୁକ୍ରୋଜ୍ ଉତ୍ପାଦନ ପ୍ରାୟ ୩୭୩ ଏଲଏମଟି ହେବ ଯାହା ଗତ ୫ ବର୍ଷ ମଧ୍ୟରେ ଦ୍ୱିତୀୟ ସର୍ବାଧିକ । ତେବେ ଗତ ୧୦ ବର୍ଷ ମଧ୍ୟରେ ଚିନି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ଘଟିଛି; ତଥାପି, ସମାନ ଅନୁପାତରେ ବ୍ୟବହାର ବୃଦ୍ଧି ହୋଇନାହିଁ; ଏହା ଦ୍ୱାରା କୌଣସି ଅପ୍ରତ୍ୟାଶିତ ଘଟଣା ପାଇଁ ପର୍ଯ୍ୟାପ୍ତ ମହଜୁଦକୁ ନିଶ୍ଚିତ କରିଛି ।

ଜୁଲାଇ ୨୦୨୩ ଶେଷରେ, ଭାରତରେ ପ୍ରାୟ ୧୦୮ ଏଲଏମଟି ର ଚିନି ମହଜୁଦ ଅଛି, ଯାହା ବର୍ତ୍ତମାନର ଚିନି ଋତୁ ୨୦୨୨-୨୩ ର ଅବଶିଷ୍ଟ ମାସ ପାଇଁ ଘରୋଇ ଚାହିଦା ପୂରଣ କରିବା ପାଇଁ ଏବଂ ଋତୁ ଶେଷରେ ପ୍ରାୟ ୬୨ ଏଲଏମଟି ର ସର୍ବୋଚ୍ଚ ମହଜୁଦ ପାଇଁ ଯଥେଷ୍ଟ । ଏହିପରି, ଘରୋଇ ଗ୍ରାହକଙ୍କ ପାଇଁ ବର୍ଷସାରା ଯଥେଷ୍ଟ ମୂଲ୍ୟରେ ଚିନି ଉପଲବ୍ଧ ।

ଏଥିସହ, ଆଖୁ ଚାଷୀଙ୍କ ଉଚିତ୍‍ ଏବଂ ଲାଭକାରୀ ମୂଲ୍ୟ ସୁନିଶ୍ଚିତ କରିବା ସହିତ ଚିନି ମିଲ୍ ଦ୍ୱାରା ଠିକ୍ ସମୟରେ ଦେୟ ପ୍ରଦାନ କରାଯାଇ ସମାଧାନ କରାଯାଉଛି । ୨୦୨୧-୨୨ ପର୍ଯ୍ୟନ୍ତ ଚିନି ଋତୁ ପାଇଁ ଆଖୁ ଚାଷୀଙ୍କ ୯୯.୯% ଆଖୁ ଦେୟ ଚିନି ମିଲ୍ ଦ୍ୱାରା ଦିଆଯାଇ ସାରିଛି । ବର୍ତ୍ତମାନର ଚିନି ଋତୁ ୨୦୨୨-୨୩ ପାଇଁ ୧.୦୫ ଲକ୍ଷ କୋଟିରୁ ଅଧିକ ଦେୟ ସହିତ, ପ୍ରାୟ ୯୩% ଆଖୁ ଦେୟ ବର୍ତ୍ତମାନ ସୁଦ୍ଧା ଦିଆଯାଇ ସାରିଛି ।

ତେଣୁ, ତିନି ପ୍ରମୁଖ ହିତାଧିକାରୀ, ଗ୍ରାହକ, କୃଷକ ଏବଂ ଚିନି ମିଲର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସରକାର ତାଙ୍କର ଉପଯୁକ୍ତ ନୀତି, ସ୍ଥିର ମୂଲ୍ୟ ଏବଂ କୃଷକଙ୍କ ଆଖୁ ଦେୟ ଠିକ୍ ସମୟରେ ପ୍ରଦାନ କରି ତାହାକୁ ସୁରକ୍ଷିତ ରଖିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଉଚିତ ପଦକ୍ଷେପ ଯୋଗୁଁ ଆଜି ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ସଞ୍ଚିତ ରହିଛି l କେନ୍ଦ୍ରର ହସ୍ତକ୍ଷେପ ଯୋଗୁଁ ଗତ ୫ ବର୍ଷରେ ଦେଶ ଚିନି ଉତ୍ପାଦନ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହୋଇପାରିଛି l ଚିନିର ଅନ୍ତର୍ଜାତୀୟ ମୂଲ୍ୟରେ ରେକର୍ଡ ବୃଦ୍ଧି ସତ୍ତ୍ୱେ ଦେଶରେ ଚିନିର ଖୁଚୁରା ମୂଲ୍ୟ ସ୍ଥିର ରହିଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments